ଜଗତ ଜନନୀଙ୍କ ବିଜୟା ଦଶମୀ

ବାଲେଶ୍ବର : ଆଜି ହେଉଛି ମା’ ଜଗତ ଜନନୀ ଙ୍କ ବିଜୟା ଦଶମୀ। ଆଜିର ଦିନରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇ ଧର୍ମ ସ୍ଥାପିତ ହୋଇଥିଲା । ମା’ ଙ୍କ ବିଦାୟ ଉତ୍ସବକୁ ନେଇ ଖୁବ ଭାବବିହ୍ଵଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ମାଙ୍କୁ ନାଲି ସିନ୍ଦୂର, ଅଳତା ଓ ନାଲି ସଙ୍ଖା ପରିଧାନ କରାଇ ବିସର୍ଜନ କରାଯାଏ। ସେପଟେ ବାଲେଶ୍ବରରେ ମେଲାଣି ବେଳେ ସିନ୍ଦୂର ଖେଳ ଏକ ବଙ୍ଗୀୟ ପରମ୍ପରାର ନିଆରା ଖେଳ। ଆଜିକୁ ପାଖାପାଖି […]

Continue Reading

ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଶ୍ରୀ ଜଗନ୍ନାଥ ସେବା ସଂସ୍ଥା

ମୟୁରଭଞ୍ଜ: ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ନିଆରା ଉଦ୍ୟମ। ଅବହେଳିତ ହୋଇ ପଡ଼ି ରହିଥିବା ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଏହି ସଂସ୍ଥା। ବାରିପଦା ଷ୍ଟେସନ ବଜାର ରେଳଷ୍ଟେସନଠାରେ ଏକ ମାନସିକ ରୋଗୀ ବହୁ ଦିନରୁ ଅବହେଳିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। ମାତ୍ର ଜନସାଧାରଣ ନା ପ୍ରଶାସନ କାହାର ଦୃଷ୍ଟି ପଡ଼ୁନଥିଲା। କିଛି ସ୍ଥାନୀୟ ଅଧିବାସୀଙ୍କଠାରୁ ଖବର ପାଇ ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ଓଡ଼ିଶାର ରାଜ୍ୟ ସଭାପତି ପରିତୋଷ ଦାଶ ସେଠାରେ ପହଞ୍ଚିଥିଲେ। […]

Continue Reading

୨୧ରୁ ଏକାଦଶ ଓ ୨୫ରୁ ୮ମ ଶ୍ରେଣୀ ସ୍କୁଲ ଖୋଲିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ଯୋଗୁଁ ପାଠପଢ଼ା ବିଶେଷ ପ୍ରଭାବିତ ହେଉଥିବା ବେଳେ ସ୍କୁଲ ଖୋଲିବା ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦଶହରା ପରେ ୮ମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ଅଫଲାଇନ୍ ମାଧ୍ୟମରେ ଆରମ୍ଭ ହେବ । ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି । ସେହିପରି ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବ । ଏନେଇ […]

Continue Reading

ବିଧାୟକ ମୋହନ ମାଝୀ ଆକ୍ରମଣ ମାମଲାରେ ୫ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଉପରେ ହୋଇଥିଲା ବୋମାମାଡ । ଗତ ୧୦ ତାରିଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ନେଇ ଦିନରାତି ଏକ କରିଥିଲା ତଦନ୍ତକାରୀ ଦଳ । ଏପରିକି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କରାଯାଇ ପୁରସ୍କାର ଘୋଷଣା ମଧ୍ୟ ହୋଇଥିଲା । ଆଜି ଆକ୍ରମଣ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରତାପ ରାଉତ, ବିଦ୍ୟାଧର ପରିଡା, ଶରତ ଚନ୍ଦ୍ର ଜେନା, ସସିବୁଲ ଶେଖ ଓ […]

Continue Reading

କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱରର ପ୍ରସିଦ୍ଧ ବାଡିଖେଳ

ବାଲେଶ୍ୱର : କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱର ପସିଦ୍ଧ ବାଡିଖେଳ ପରମ୍ପରା । ଜଗତଜନନୀ ମା ଦୁର୍ଗାଙ୍କ ପୂଜାରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଆକର୍ଷଣ ହେଉଛି ବାଡିଖେଳ। ଦୀର୍ଘ ୯୬ ବର୍ଷ ଧରି ବାଲେଶ୍ୱରବାସୀ ଏହି ପ୍ରଥା ବଜାୟ ରଖିଛନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ବାଡିଖେଳ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ। କେବଳ ପ୍ରଥାକୁ ବଞ୍ଚାଇ ରଖିବା ପାଇଁ ପ୍ରତ୍ୟେକ ଦଳରେ ୨ ଜଣଙ୍କୁ ବାଡିଖେଳ ଦେଖାଇବାର ଅନୁମତି […]

Continue Reading

ନବରାତ୍ରୀରେ ନବଦୁର୍ଗାଙ୍କ ନାଁରେ କୁଆଁରୀ ପୂଜନ

ସୁବର୍ଣ୍ଣପୁର: ନବରାତ୍ରୀ ଅବସରରେ କୁଆଁରୀ ପୂଜାର ବିଧି। ମା’ଦୁର୍ଗାଙ୍କ ପୂଜା ସମୟରେ କୁଆଁରୀ ମାନଙ୍କର ପୂଜା କରାଯିବାର ରହିଛି ପରମ୍ପରା। ଏହି ଦିନ କୁଆଁରୀ ଝିଅମ।ନଙ୍କୁ ଏକାଠି ବସାଯାଇ ପୂଜା କରାଯାଇଥାଏ । ତା ସହିତ ବିଭିନ୍ନ ଅନ୍ନ ପ୍ରସାଦ ଓ ନୂତନ ବସ୍ତ୍ର ଦିଆଯାଇଥାଏ । ଅନ୍ୟ ସ୍ଥାନ ଭଳି ସୁବର୍ଣ୍ଣପୁରରେ ମଧ୍ୟ ଏହି ପରମ୍ପରା ଚାଲି ଆସୁଛି । ସୁବର୍ଣ୍ଣପୁର ଦୁର୍ଗାଦେବୀ ମନ୍ଦିରରେ କୁଆଁରୀ  ପୁଜା  ଅନୁଷ୍ଠିତ ହୋଇଯାଇଛି । ସହରର ପୁରୁଣା ରାଜପ୍ରସାଦ […]

Continue Reading

ଚଳିତ ବର୍ଷ ପାଳିତ ହେବନି ଭୁବନ ବଦଳଯାତ୍ରା

ଢେଙ୍କାନାଳ: ଚଳିତ ବର୍ଷ ହେବନି ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା । କୋଭିଡ଼ କଟକଣା ସାଙ୍ଗକୁ ଏହି ଯାତ୍ରା ଉପରେ ଲାଗିଛି ରୋକ୍ । ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲାଣି । ଆଉ ଯାତ୍ରା ହେଲେ ପୁଣି ଭିଡ଼ ଲାଗିବାର ଆଶଙ୍କା ରହିଛି । ଏନେଇ ବଳଦ ଯାତ୍ରା ଉପରେ ଲାଗିଛି ରୋକ୍ । ଢେଙ୍କାନାଳ ଜିଲ୍ଲାର ଭୁବନରେ ପାଳିତ ହୋଇ ଆସୁଥିବା ପାରମ୍ପରିକ ଐତିହାସିକ ବଦଳଯାତ୍ରା ଚଳିତ ବର୍ଷ ବନ୍ଦ କରାଯିବାକୁ ନିଷ୍ପତ୍ତି […]

Continue Reading

ଗାଁରେ ଥମୁନି ହାତୀ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ୍ ଅଞ୍ଚଳରେ ତିନି ଦିନ ହେବ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଦିନବେଳା ଜଙ୍ଗଲରେ ହାତୀପଲ ରହୁଥିବା ବେଳେ ସଂଧ୍ୟା ହେଲେ ଗାଁ ମୁହାଁ ହୋଇ କ୍ଷେତରେ ପଶି ଏକର ଏକର ଧାନ ଫସଲ ମାଡି ଦଳି ନଷ୍ଟ କରୁଛନ୍ତି । ବିଳମ୍ବିତ ରାତିରେ ହାତୀପଲ କୁସୁମନାଳୀ,ଝାଲିଆ ବେଡା, ମାଳିପଶି ଗ୍ରାମରେ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି । ଋଣ କରଜ କରି ଚାଷ […]

Continue Reading

ଦଶହରାରେ ବାଲେଶ୍ୱରରେ ଆଖଡ଼ା ଖେଳ ପ୍ରଦର୍ଶନ

ବାଲେଶ୍ଵର: ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ଆଖଡ଼ା ଖେଳ। ବାଲେଶ୍ୱରରେ ଆଖଡ଼ା ଦଳମାନେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଶସ୍ତ୍ର ପୂଜା ସହ ହନୁମାନଙ୍କୁ ସଲାମୀ ପ୍ରଦାନ କରିଛନ୍ତି। ଏବର୍ଷ ବାଲେଶ୍ୱର ଆଖଡ଼ା ସଂଘ ପକ୍ଷରୁ ଏହି ପର୍ବ ପାଳିତ ହୋଇଥିଲା। ସହର ତଥା ଆଖପାଖ ଅଞ୍ଚଳର୨୫ଟି ଦଳ ସଲାମୀ ଦେବା ସହ ବିଧିରକ୍ଷା ପୂର୍ବକ ଆଖଡ଼ା ଖେଳ ପ୍ରଦର୍ଶନ କରିଥିଲେ। ବିଶେଷକରି ଖେଳାଳିମାନେ ବନାଟି, ରୋକମାର, ଛେଡ଼ିବାଡ଼ି, ଫରିବାଡ଼ି ଓ ଖଣ୍ଡା ଖେଳ ପ୍ରଭୃତି ପ୍ରଦର୍ଶନ […]

Continue Reading

୧୭୭ ବର୍ଷର ଦୁର୍ଗାପୂଜା

ବାଲେଶ୍ୱର : ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା । ବାଲେଶ୍ୱରରେ ୧୭୭ ବର୍ଷ ଧରି ନିଷ୍ଠାର ସହ ଚାଲିଛି ଜମିଦାର ଦାସ ଘରେ ମା’ଙ୍କ ଶାରଦୀୟ ଦୁର୍ଗାପୂଜା । ସ୍ୱତନ୍ତ୍ର ରୀତିନୀତି ଓ କରୋନା କଟକଣା ମଧ୍ୟରେ ମହାମାୟୀଙ୍କ ପୂଜାର୍ଚ୍ଚନା ଚାଲିଛି । ଜିଲ୍ଲାର ବିଭିନ୍ନ ସାର୍ବଜନୀନ ମଣ୍ଡପ ଠାରୁ ଏହା ଭିନ୍ନ। ବାଲେଶ୍ୱର ସହର ବାରବାଟୀ ଅଞ୍ଚଳରେ ସର୍ବପୁରାତନ ଘରୋଇ ପୂଜା ମଣ୍ଡପ ଭାବେ ପରିଚିତ ଜମିଦାର ଦାସ ଘରର ଦୁର୍ଗାପୂଜାର ପରମ୍ପରା […]

Continue Reading