ପ୍ରଥମ ପ୍ରେସ ମିଟରେ ଓସିଏ ଭିଜନକୁ ପ୍ରଶଂସା କଲେ କୋଚ ୱାସିମ ଜାଫର

ଭୁବନେଶ୍ୱର: ଓଡିଶା କ୍ରିକେଟ ଦଳର ମୁଖ୍ୟ କୋଚ ୱାସିମ ଜାଫର ଶୁକ୍ରବାର ତାଙ୍କ ପ୍ରଥମ ପ୍ରେସ ମିଟରେ ଓଡିଶା କ୍ରିକେଟ ଆସୋସିଏଶନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । ଅପରାହ୍ନ ୨ଟା୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ଓସିଏ ସଦସ୍ୟ ଧୀରେନ ପଲାଇ ଓ ସନ୍ତୋଷ ଦାସ ସ୍ୱାଗତ କରିଥିଲେ । ଏହା ପରେ ସେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ପ୍ରେସ କନଫେରେନ୍ସରେ ଯୋଗ ଦେଇଥିଲେ । ଓସିଏର ଭିଜନ ୨୦୨୪ ପ୍ରୋଜେକ୍ଟ ଏକ […]

Continue Reading

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଜଣେ ସ୍ୱାସ୍ଥ୍ୟକର୍ମୀ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ରାୟଗଡା: ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟଠାରୁ ଆରମ୍ଭ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏବେ ବି ଅନେକଙ୍କ ପାଖକୁ ପହଂଚିପାରିନି ପ୍ରାଥମିକ ସ୍ୱାସ୍ଥ୍ୟସେବା । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଜଗଦଲପୁର ଗାଁରୁ ସାମ୍ନାକୁ ଆସିଛି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ନଗ୍ନ ଉଦାହରଣ । ମାତ୍ର ଜଣେ ଚତୁର୍ଥ ଶ୍ରେଣୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭରସାରେ ଚାଲିଛି ଜଗଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଅଛନ୍ତି ଡାକ୍ତର ନା ଅଛି ଆନୁସାଙ୍ଗିକ […]

Continue Reading

ଏଫ୍ ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ୪ ବର୍ଷ ପାଇଁ ସେ କୁଳପତି ଭାବେ କାମ କରିବେ । ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ୍‌ଆଇଆର୍ ବିଭାଗରେ ପ୍ରାୟ ୩୦ ବର୍ଷ ହେଲା ଅଧ୍ୟାପନା କରିଛନ୍ତି । ଗତ ମାସରେ ସେ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ […]

Continue Reading

ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା: ଆଜି DFOଙ୍କୁ ହେବ ପଚରାଉଚରା !

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରହିଛି। ବାଲେଶ୍ୱର ଜିଲ୍ଲା ଖଇରାରେ ସୌମ୍ୟଙ୍କ ପରିବାର ଲୋକେ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ପଚରାଉଚରା ଓ ବୟାନ ରେକର୍ଡ ସାରି ଫେରିଛି ପାରଳାଖେମୁଣ୍ଡି ଥାନା ପୋଲିସ। ଆଜି ସୌମ୍ୟଙ୍କ ସରକାରୀ ବାସଭବନରେ ଯାଞ୍ଚ କରୁଛି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍। ମିଳିଥିବା ସୂଚନା ଅନୁସାରେ ଆଜି ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପଚରାଉଚରା କରିପାରେ […]

Continue Reading

ସାବଧାନ ! ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ୍

ଭୁବନେଶ୍ବର: ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ । ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ ୧୫ ଦିନ ରହୁଥିଲା । ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି । ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ଡାକ୍ତର ଅଜୟ ପରିଡ଼ା କହିଛନ୍ତି, ଡେଲ୍ଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭି ଚିହ୍ନଟ ହୋଇଛନ୍ତି। ଲୋକଙ୍କର ବ୍ୟବହାର, […]

Continue Reading

ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ଘାଟିରେ ଏହି ଗୁଳିବିନିମୟ ହୋଇଛି । ନାରାୟଣପୁର ଜିଲ୍ଲା ଛଟେଡଙ୍ଗର ଥାନାରେ ମୃତୟନ ୪୫ ବାଟାଲିୟନର ଆଇଟିବିପି ଯବାନ ଆଜି ସକାଳ ୧୦ଟାରେ ଆମଦାଇ ଘାଟିରେ ପାଟ୍ରୋଲିଂ ପାଇଁ ଯାଇଥିଲେ । ଏହି ରାସ୍ତା […]

Continue Reading

ଆତ୍ମସମର୍ପଣ କଲେ ବୋଲି ମାରିଦେଲେ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ମୃତ୍ୟୁଦଣ୍ଡ ଦେଲା ଲାଲବାହିନୀ । ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଘରୁ ଅପହରଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲାରେ ଘଟିଛି ଏହି ଘଟଣା । ମୃତକ ହେଲେ ଗାଙ୍ଗାଲୁର ଗାଁର ରାଜୁ ବେଞ୍ଜାମ । ସେ ନଅ ବର୍ଷ ଧରି ମାଓ ସଂଗଠନମ ସହ ଜଡ଼ିତ ଥିଲେ । ଛତିଶଗଡ଼ ଓ ତେଲେଙ୍ଗାନାରେ ଅନେକ ହିଂସାକାଣ୍ଡରେ […]

Continue Reading

ଆସନ୍ତା ୨୦ରୁ ଅଗଷ୍ଟ ପହିଲା ଯାଏଁ ବଲାଙ୍ଗିର ଓ କେନ୍ଦୁଝରକୁ ଟ୍ରେନ୍ ବାତିଲ

ଭୁବନେଶ୍ବର : ଭୁବନେଶ୍ବରରୁ ବଲାଙ୍ଗିର ଓ କେନ୍ଦୁଝରକୁ ବାତିଲ ହେବ ଟ୍ରେନ୍ । ଆସନ୍ତ ୨୦ ତାରଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଟ୍ରେନ୍ ସେବା ବାତିଲ ରହିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବର-ବଲାଙ୍ଗିର-ଭୁବନେଶ୍ବର ସ୍ପେଶାଲ ଏବଂ ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ସ୍ପେଶାଲ ଟ୍ରେନ ଗୁଡିକରେ କାମ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ଜୁଲାଇ ୨୦ ତାରିଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଟ୍ରେନ୍ ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ୦୮୪୯୩/୦୮୪୯୪ ଭୁବନେଶ୍ବର-ବଲାଙ୍ଗିର-ଭୁବନେଶ୍ବର ସ୍ପେଶାଲ […]

Continue Reading

କୋର୍ଟରେ ହାଜର ହେଲେ ଅନୁଭବ, ଆସିଲେନି ବର୍ଷା

କଟକ : ବହୁଚର୍ଚ୍ଚିତ ସେଲିବ୍ରେଟି ଯୋଡି ଅନୁଭବ ଓ ବର୍ଷା ପ୍ରୀୟଦର୍ଶିନୀ ବିବାହ ବିଚ୍ଛେଦ ମାମଲା । ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ । ତେବେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଆଜି କୋର୍ଟରେ ହାଜର ହୋଇ ନଥିଲେ ବର୍ଷା । ତେବେ ବର୍ଷା ଫ୍ୟାମିଲି କୋର୍ଟରେ ହାଜର ନହେବାରୁ ଅନୁଭବ କହିଛନ୍ତି ତାଙ୍କ ଉଦ୍ଦେଶ୍ୟ କଣ ବେଶ ଭଲ ଭାବେ ଜଣାପଡୁଛି । ତେବେ ଏନେଇ ଖୁବଶୀଘ୍ର ସାମ୍ବାଦିକ ସମ୍ମିଳନୀ କରିବେ […]

Continue Reading

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ପିଟୁଛି ବୋହୂ

ବଲାଙ୍ଗିର : ସବୁ ସୀମା ଟପିଗଲା ବର୍ବରତା । ବଲାଙ୍ଗିର ବରପାଲିପଡ଼ାରେ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ଶାଶୁକୁ ମାଡ଼ ମାରିଲା ବୋହୂ । ଅତି ନିର୍ଦ୍ଦୟ, ଅତି ଅମାନୁଷିକ । ଗାଁ ଦାଣ୍ଡରେ ଶାଶୁର ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ପୁଅର ମୃତ୍ୟୁ ପରେ ସମ୍ପତ୍ତି ନେବାକୁ ଚକ୍ରାନ୍ତ କରୁଥିଲା ବୋହୂ । ଶାଶୁ ସହ […]

Continue Reading