ଛତିଶଗଡ଼ରେ କରୋନା ବ୍ରେକ ଫେଲ୍: ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି

ଭୁବନେଶ୍ୱର: ଛତିଶଗଡ଼ରେ କରୋନା ସ୍ଥିତି ସାଂଘାତିକ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ସେପଟେ ବ୍ୟାପୁଛି, ଏପଟେ ଓଡ଼ିଶାରେ ବଢୁଛି । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୫୭୬ ନୂଆ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ ବାହାରିଛି ୧୭୮୪ ପଜିଟିଭ୍ । ଏଥିରୁ ଛତିଶଗଡ଼ ସୀମାନ୍ତ ୮ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୭୮୭ । ଅର୍ଥାତ ଆଜି ଯେତିକି ନୂଆ ଆକ୍ରାନ୍ତ ତାର ୪୪ ପ୍ରତିଶତ କେବଳ ଛତିଶଗଡ଼ […]

Continue Reading

ବାଲୁକା କଳାରେ କରୋନା ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ: ପୁରୀ ଜିଲ୍ଲାରେ ଦିନକୁ ଦିନ କାୟାବିସ୍ତାର କରି ଚାଲିଛି କରୋନା ସଂକ୍ରମଣ। ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ସଚେତନତାର ବାର୍ତ୍ତା ଦେଇଛନ୍ତି। ଏହି ସଂକ୍ରମଣରୁ ଦୂରେଇ ରହିବା ପାଇଁ ସମସ୍ତେ ମାସ୍କ ପରିଧାନ କରିବାକୁ ସେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା […]

Continue Reading

୭୩ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, କରୋନା ପାଇଁ ଉତ୍ସବ ନାହିଁ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ । ଆଜିର ଦିନରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ମାନ୍ୟତା । କରୋନା ଯୋଗୁ ଏବର୍ଷ ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳନ ହୋଇଛି । ଏହି ଅବସରରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକଠାରେ ମାଲ୍ୟାର୍ପଣ କରିଛନ୍ତି । ଏତିକିବେଳେ ଉପସ୍ଥିତ ଥିଲେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖୋର୍ଦ୍ଧା ଜିଲାପାଳ ଓ ଅନ୍ୟାନ୍ୟ […]

Continue Reading

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୯ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ବୈଠକ ବସିଥିଲା । ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ସ୍ୱାସ୍ଥ୍ୟ ଏବଂ ପରିବାର […]

Continue Reading

ଭୁବନେଶ୍ୱର ୩ଟି ସ୍ଥାନରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ । ମୁକାବିଲା ପାଇଁ ପୁଣି ଥରେ କଟକଣା କଡ଼ାକଡ଼ି ହେଉଥିବା ବେଳେ ଚିକିତ୍ସା ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରାଗଲାଣି । ଭୁବନେଶ୍ୱରରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛି ବିଏମସି । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାାଜଧାନୀରେ ୩ଟି ସ୍ଥାନରେ ଦେୟଯୁକ୍ତ ଗେଷ୍ଟ ହାଉସରେ ବ୍ୟବସ୍ଥା କରାଯାଇଛି । ପଟିଆ, ଘାଟକିଆ ଓ ଗଜପତି ନଗରରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛି ବିଏମସି । ପଟିଆରେ ଥିବା ମାଆ ଗେଷ୍ଟ ହାଉସ, ଘାଟିକିଆରେ […]

Continue Reading

ପିପିଲିରେ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ ସହ ୨୯ ପ୍ଲାଟୁନ୍ OASP

ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୪ଦିନ । ୧୭ ତାରିଖରେ ଭୋଟ୍ ପଡ଼ିବ । ତାପୂର୍ବରୁ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପିପିଲି ଉପନିର୍ବାଚନରେ ମୁତୟନ ହେବେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ । ୨୯ ପ୍ଲାଟୁନ୍‌ OSAP ବି ମୁତୟନ ରହିବେ । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନ୍‌ରେ ବିଭକ୍ତ କରାଯାଇଛି । ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା ପରେ ଏହି ସୂଚନା […]

Continue Reading

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉଦାରତା । ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ ପଟ୍ଟନାୟକ । ଅଜିତ କରୋନା ସଂକ୍ରମିତ ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏକଥା ଜାଣିବା ପରେ ତାଙ୍କ ଭାଇଙ୍କୁ ଫୋନ୍ କରି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହ ଅଜିତ ମଙ୍ଗରାଜଙ୍କ ଦ୍ରୁତ ଆରୋଗ୍ୟ […]

Continue Reading

ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା, ଆଜିଠୁ ଆଗାମୀ ୫ ଦିନ ଯାଏଁ ସତର୍କ ସୂଚନା

ଭୁବନେଶ୍ବର: ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ଆଜି ଅପରାହ୍ନରୁ ଆଗାମୀ ୫ ଦିନ ଯାଏ ଅର୍ଥାତ ୧୬ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଝଡ-ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କାଲି ସକାଳ ସୁଦ୍ଧା ୧୭ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୬ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନୟାଗଡ଼, […]

Continue Reading

ଟେନସନ୍ ଦେଉଛି ଛତିଶଗଡ଼: ସୀମାନ୍ତବର୍ତ୍ତୀ ଓଡ଼ିଶାର ୮ ଜିଲ୍ଲାରେ ମାଡୁଛି ମହାମାରୀ

ଭୁବନେଶ୍ୱର: ଓଡ଼ିଶାକୁ ଘାରିଛି ଛତିଶଗଡ଼ ଟେନସନ୍ । ସେଠି ବ୍ୟାପୁଛି ମହାମାରୀ । ଓଡ଼ିଶାରେ ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତ ୮ ଜିଲ୍ଲାରେ ଉପରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୧ ହଜାରରୁ ଅଧିକ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ ବାହାରିଛନ୍ତି ୧୩ଶହ ୭୯ ପଜିଟିଭ୍ । ଏଥିରୁ କେବଳ ଛତିଶଗଡ଼ ସୀମାନ୍ତ ୮ ଜିଲ୍ଲାରୁ ଅଛନ୍ତି ୬୩୧ ସଂକ୍ରମିତ । ଯାହାକି ମୋଟ୍ ଆକ୍ରାନ୍ତଙ୍କ ୪୫ ପ୍ରତିଶତରୁ […]

Continue Reading

ଆଜି ରାଜ୍ୟରୁ ୧୩୭୯ କରୋନା ପଜିଟିଭ୍, ଏସବୁ ଜିଲ୍ଲାରେ ବଢ଼ିଛି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୩ଶହ ୭୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୮୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭୧ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୩୧୭ ଜଣ ସଂକ୍ରମିତ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରୁ ବାହାରିଛନ୍ତି ୧୫୮ ପଜିଟିଭ୍ । ନୂଆପଡ଼ାରୁ […]

Continue Reading