ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଜଣେ ଛାତ୍ର କରୋନା ପଜିଟିଭ୍

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୁବନେଶ୍ୱର XIMB ପରେ କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଛାତ୍ରଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସେ ଗତ ଶନିବାର ଦିନ ପରୀକ୍ଷା ଦେବାକୁ ଆସିଥିଲେ ।  ବର୍ତ୍ତମାନ କେନ୍ଦ୍ରୀୟ ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀଙ୍କ ହେବ କୋଭିଡ୍ ଟେଷ୍ଟ । ବିଏମସି ପକ୍ଷରୁ କ୍ୟାମ୍ପ କରାଯାଇ କୋଭିଡ୍ ଟେଷ୍ଟ କରାଯିବ । କଣ୍ଟାକ୍ଟ ଟ୍ରେସିଂ ବି କରାଯିବ ।

Continue Reading

ନବରଙ୍ଗପୁରରେ ଆଜିଠୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ମାଲକାନଗିରି ଜିଲ୍ଲା ପରେ ନବରଙ୍ଗପୁର ପ୍ରଶାସନ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଜିଲ୍ଲାପାଳ ଅଜିତ କୁମାର କହିଛନ୍ତି ଯେ ଗୁରୁବାର ରାତି ୮ ଟାରୁ ୬ଟା ମଧ୍ୟରେ ଲୋକଙ୍କ ଚଳପ୍ରଚଳ ଉପରେ କଡା କଟକଣା ଲଗାଯାଇଛି।

Continue Reading

ରେଭେନ୍ସା କ୍ୟାମ୍ପସରୁ କରୋନା ପଜିଟିଭ୍ ଚିହ୍ନଟ ପରେ ପରୀକ୍ଷା ସ୍ଥଗିତ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ କରୋନା ସଂକ୍ରମିତ ଚିହ୍ନଟ । ଦୁଇ ଦଇ କରୋନା ପଜିଟିଭ୍ ବାହାରିଛନ୍ତି । ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୟୁଜି ଓ ପିଜି ରେଗୁଲାର୍, ବ୍ୟାକ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି । ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । କୋଭିଡ୍ ସ୍ଥିତିରେ ସୁଧାର ପରେ ପରୀକ୍ଷା ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ତ୍ରିଲୋଚନ ମିଶ୍ର କହିଛନ୍ତି । କେବେ ହେବ ପରୀକ୍ଷା ନିଷ୍ପତ୍ତି ପାଇଁ […]

Continue Reading

କଟକରୁ ନିଖୋଜ ଥିଲେ ଯୁବକ, ଭୁବନେଶ୍ୱରରୁ ମିଳିଲା ମୃତଦେହ

ଭୁବନେଶ୍ୱର: କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ ନାୟକ । ଦୁଇ ଦିନ ତଳେ ସେ କଟକରୁ ନିଖୋଜ ଥିଲେ । ହୋଟେଲ କର୍ମଚାରୀ ତାଙ୍କ ରୁମର କବାଟ ବାଡେଇବା ପରେ ସେ ଖୋଲି ନଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ ହୋଟେଲ୍ କର୍ମଚାରୀ । ପୋଲିସ ପହଞ୍ଚି […]

Continue Reading

କନ୍ଦରପୁରରେ ମା ଧବଳେଶ୍ଵରୀ ବିଶ୍ଵ ଶାନ୍ତି ଯଜ୍ଞ ଅନୁଷ୍ଠିତ

କନ୍ଦରପୁର : କନ୍ଦରପୁର ନିକଟସ୍ଥ ପାରାବିଲ ଗ୍ରାମରେ ମା ଧବଳେଶ୍ଵରୀ ବିଶ୍ଵ ଶାନ୍ତି ଯଜ୍ଞ ଅବସରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ମହାପ୍ରଭୁଙ୍କ ଜାମାଲାଗି ବେଶ କରାଯିବା ସହିତ, ଭଜନ ଜଣାଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିଷଦର କଳାକାର ମାନେ ଭଜନ ପରିବେଷଣ କରିଥିଲେ ଓ ପଣ୍ଡିତ କାଶୀନାଥ ମିଶ୍ର ସ୍କନ୍ଦ ପୁରାଣରେ ବର୍ଣିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ […]

Continue Reading

ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଜଣ ଗୁରୁତର

ଭଦ୍ରକ: ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ଏସ୍କର୍ଟ ପାର୍ଟିର ଆକ୍ରମଣର ୩ ଜଣ ଗୋ ସୁରକ୍ଷା ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏହି ଘଟଣା ଘଟିଛି । ବେଆଇନ୍ ଗୋ ଚାଲାଣ ହେଉଥିବା ଖବର ପାଇଁ ଗୋ ସୁରକ୍ଷା ସମିତିର କର୍ମକର୍ତ୍ତା ରାଣୀତାଲ ନିକଟରେ ୩ଟି କଣ୍ଟେନରକୁ ଅଟକାଇଥିଲେ । ଏତିକିବେଳେ ଏସ୍କର୍ଟ ପାର୍ଟି ଆସି […]

Continue Reading

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତିରେ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏକ ଚିତ୍ରଶିଳ୍ପୀ ଶିବିର ପାନ୍ଥ ନିବାସରେ ଉଦଘାଟିତ ହୋଇଯାଇଛି। ଏହି ଶିବିରରେ ୪୦ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକଙ୍କ ସହ ମନସ୍ୱିନୀ ସାହୁ , ପଞ୍ଚାନନ ସାମଲ ଏବଂ ବରିଷ୍ଠ ଶିଳ୍ପୀ ପଞ୍ଚାନନ ସୁର […]

Continue Reading

ମାଓବାଦୀଙ୍କ ବିସ୍ଫୋରଣରେ ଥରିଲା ନାରାୟଣପୁର

ମାଲକାନଗିରି: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ଛତିଶଗଡ ନାରାୟଣପର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଶକ୍ତିଶାଳୀ ବିସ୍ଫୋରଣରେ ଉଡିଲା ଡିଆରଜି ଯବାନଙ୍କ ବସ୍ । ଗୁରୁତରଙ୍କ ସଂଖ୍ୟା ୧୦ ଟପିଥିଲାବେଳେ ସହିଦ ହୋଇଛନ୍ତି ୫ ଯବାନ ।

Continue Reading

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍, ୪ଟି ସ୍ଥାନରେ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଗ୍ରାମ୍ୟ ରୋଜଗାର ସେବକ(ଜିଆରଏସ୍)। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଘଟଗାଁ ପଞ୍ଚାୟତ ଜିଆରଏସଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ତାଙ୍କ ନାଁ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀ । ଏକକାଳୀନ ଚାରିଟି ସ୍ଥାନରେ ରେଡ୍ ଚାଲିଛି । ଘଟଗାଁ ସ୍ଥିତ ବାସଭବନ, ସ୍ୱାମୀଙ୍କର ହୋଟେଲ୍, କାର୍ୟ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି । କେନ୍ଦୁଝର ଓ ବାଲେଶ୍ୱର ଭିଜିଲାନ୍ସର ୩ଟି ଟିମ୍ ଚଢାଉରେ ସାମିଲ […]

Continue Reading

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥୀ ଆଜିଠାରୁ ନାମାଙ୍କନ ପତ୍ର ମାର୍ଚ୍ଚ ୩୦ ତାରିଖ ଯାଏ ଦାଖଲ କରିପାରିବେ । ନାମାଙ୍କନ ପତ୍ର ଯାଞ୍ଚ ୩୧ ତାରିଖରେ ସରିବ । ସେହିଭଳି ଏପ୍ରିଲ୍ ୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ । ୧୭ ତାରିଖରେ ପିପିଲି ବିଧାନସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହେବ । […]

Continue Reading