୧୬ରୁ ବୁର୍ଲା ଭିସୁଟରେ ଆରମ୍ଭ ହେବ ଅଫଲାଇନ୍ କ୍ଲାସ

ସମ୍ବଲପୁର: ପୂର୍ବରୁ କଣ୍ଟେନମେଣ୍ଟ ଜୋନ୍ ହଟିଥିବା ବେଳେ ଆସନ୍ତା ୧୬ରୁ ବର୍ଲା ଭିସୁଟରେ ଆରମ୍ଭ ହେବ ପାଠପଢ଼ା । ଅନଲାଇନ୍ କ୍ଲାସ୍ ବନ୍ଦ କରାଯାଇ ଅଫଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ଭିସୁଟ୍ କୁଳପତି ଭି.ଭି ପତି ସୂଚନା ଦେଇଛନ୍ତି । ୧୭ ତାରିଖରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ କ୍ୟାମ୍ପସ ଆସିବେ ବୋଲି ଜଣାପଡ଼ିଛି । ଗତ ମାସ ୨୭ ତାରିଖରେ ଭିସୁଟରୁ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା କୁହାଯାଇଥିଲା । ଫଳରେ ଫେବ୍ରୁଆରୀ […]

Continue Reading

ଓଡ଼ିଶାର ୭ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ୭ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ର। ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ଅନୁଗୁଳ, କେନ୍ଦୁଝର ଏବଂ ଦେଓଗଡରେ ଆକାଶ ମେଘାଚ୍ଛନ୍ନ ରହିବ। ତେବେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Continue Reading

BSE ଦ୍ୱାରା ଧାର୍ଯ୍ୟ ଢାଞ୍ଚାରେ ପରୀକ୍ଷା ଉପରେ ଗୁରୁତ୍ୱ, ନ ଜଣାଇ ଅନୁପସ୍ଥିତ ରହିଲେ ଶିକ୍ଷକଙ୍କ ଦରମା କାଟ୍ ନିର୍ଦ୍ଦେଶ

ପୁରୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶନିବାର ଅଚାନକ ପୁରୀ ଜିଲ୍ଲା ସ୍କୁଲ୍ ପରିଦର୍ଶନ କରିଛନ୍ତି । ଏହି ଅବସରରେ ବିଏସଇ ବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଧାର୍ଯ୍ୟ ଢାଞ୍ଚାରେ ପରୀକ୍ଷା ଉପରେ ଗଣଶିକ୍ଷା ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବିଏସଇ ଢାଞ୍ଚାରେ ପରୀକ୍ଷା ହୋଇ ନଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମନ୍ତ୍ରୀ […]

Continue Reading

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଜଙ୍ଗଲ ନିଆଁ, ଧାନ କିଣା ପ୍ରସଙ୍ଗରେ ହୁଲସ୍ତୁଲ ହେବ ଗୃହ

ଭୁବନେଶ୍ୱର: ୧୨ ଦିନ ଅବକାଶ ପରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟ ବି କମ୍ପିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ଶିମିଳିପାଳ ଓ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ପ୍ରସଙ୍ଗରେ ତାତିବ ବିଧାନସଭା । ସେହିପରି ଧାନ ମଣ୍ଡି ସମସ୍ୟା ଓ ଧାନ କିଣା ଅନିୟମିତତା ଅଭିଯୋଗରେ ସରକାରଙ୍କୁ ଅଡୁଆରେ ପକାଇବେ ବିରୋଧୀ । […]

Continue Reading

ଭୋର୍ ୫ଟା ୨୦ରେ ଉଠିଲା ବାବା ଲୋକନାଥଙ୍କ ପୀଠରେ ମହାଦୀପ

ପୁରୀ: ଶାନ୍ତିଶୃଙ୍ଖଳାର ସହ ପୁରୀରେ ଶେଷ ହୋଇଛି ପବିତ୍ର ଜାଗର ଯାତ୍ରା । ବାବା ଲୋକନାଥ ପୀଠରେ ଭୋର ୫ଟା ୨୦ ମିନିଟରେ ମହାଦୀପ ଉଠିଥିଲା । ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ସେତିକିବେଳେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ଓ ହୁଳହୁଳିରେ କମ୍ପିଥିଲା ଗଗନପବନ । ବିଳମ୍ବିତ ରାତିରେ ହରିହର ଭେଟ ପରେ ଭୋର ୫ଟା ୨୦ରେ ପ୍ରଭୁ ଲୋକନାଥ ଙ୍କ ମହାଦୀପ ଉଠିଥିଲା । […]

Continue Reading

ଦର୍ଶକଙ୍କୁ ବାନ୍ଧି ରଖିଲା ଧବାଲ କ୍ଷତ୍ରୀଙ୍କ କ୍ରିଏଟିଭ ପେଣ୍ଟିଂ

ଭୁବନେଶ୍ୱର : ତିନିଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୧୫ତମ ଗୁରୁ ଦକ୍ଷିଣା ଉତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନ ସମାରୋହରେ ଚିନ୍ମୟୀ କ୍ଲାସିକ ଅନୁଷ୍ଠାନର ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ପ୍ରଖ୍ୟାତ ଭିନ୍ନକ୍ଷମ ଚିତ୍ରଶିଳ୍ପୀ ଧବାଲ କ୍ଷତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ କ୍ରିଏଟିଭ ପେଣ୍ଟିଂ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏହି ଅବସରରେ ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଗୁରୁ ଦକ୍ଷିଣା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଭିନ୍ନକ୍ଷମ ଚିତ୍ରଶିଳ୍ପୀ ଧବାଲ କ୍ଷତ୍ରୀଙ୍କୁ ସୃଜନଶୀଳ […]

Continue Reading

ଜଙ୍ଗଲରେ ନିଆଁ, କୂଅକୁ ଖସି ପଡ଼ିଲା ଜନବସତି ମୁହାଁ ହାତୀ

ଅନୁଗୁଳ: ଜଙ୍ଗଲ ଜଳୁଛି, ଗଛଲତା ପୋଡ଼ି ଯିବା ସହ ବାସସ୍ଥାନ ହରାଉଛନ୍ତି ବନ୍ୟଜନ୍ତୁ । କିଛି ବନ୍ୟଜନ୍ତୁ ନିଆଁରେ ପୋଡ଼ି ଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଦିନକୁ ଦିନ ଜଙ୍ଗଲ ନଷ୍ଟ ବଢ଼ି ଚାଲଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀ । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ହୀତ କୂଅରେ ଖସି ପଡ଼ିଛି । ଅନୁଗୁଳ ଜିଲ୍ଲା ପୁରୁଣା ସେକ୍ସନର ବାଲିଜେରଙ୍ଗରେ କୂଅ ଭିତରେ ହାତୀ ଫସି ରହିଛି । […]

Continue Reading

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର: ନନ୍ଦିଗ୍ରାମରେ ପ୍ରଚାର ବେଳେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ତାଙ୍କ ବାମ ପାଦରେ ଗଭୀର ଆଘାତ ଲାଗିଛି । ସେ ଗତରାତିରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଦି ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ନବୀନ କାମନା କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ଆଶା କରିଛନ୍ତି । ବୁଧବାର ସନ୍ଧ୍ୟାରେ ମମତା ନନ୍ଦିଗ୍ରାମରେ ପ୍ରଚାର […]

Continue Reading

ଜାଗରରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ମନା, ମନ୍ଦିର ପରିସରରେ ୧୪୪ ଧାରା

ଆଠଗଡ଼(କଟକ): ମହାଶିବରାତ୍ରି ପାଇଁ ଆଜି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ । କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜାଗର ପାଇଁ ଜାରି ହୋଇଛି ୧୪୪ ଧାରା । କୋଭିଡ୍ ପାଇଁ କଟକଣା ଜାରି କରିଛି ପ୍ରଶାସନ । ଏବର୍ଷ ଶିବରାତ୍ରିରେ ବାବାଙ୍କୁ ଦର୍ଶନ କରି ପାରିବେନି ଭକ୍ତ । ମନ୍ଦିର ପରିସରରେ ବି ଦୀପ ଲଗାଇ ପାରିବେ ନାହିଁ । କୋଭିଡ୍ କଟକଣା ଭିତରେ ଧବଳେଶ୍ୱର ପୀଠରେ ମହାଶିବରାତ୍ରି ହେଉଛି । ଧବଳେଶ୍ଵରଙ୍କ […]

Continue Reading

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ନୀତିନିର୍ଘଣ୍ଟ ଅନୁସାରେ ନୀତିକାନ୍ତି ଚାଲିଛି । କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମହାଦେବଙ୍କର ଦର୍ଶନ କରୁଛନ୍ତି । ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ମଧ୍ୟରେ ଭୋରରୁ ନୀତିକାନ୍ତି ଚାଲିଛି । ଦିନ ୧୧ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ଏହା ପରେ ଦିନ ୧୨ଟାରୁ ୧୨ ୪୫ ମଧ୍ୟରେ ମହାସ୍ନାନ ଓ ବେଶ, ୧୨.୪୫ରୁ ୨ଟା ୩୦ ମଧ୍ୟରେ […]

Continue Reading