ସର୍ବ କନିଷ୍ଠ ସହିଦ ବାଜି ରାଉତ

ଭୁବନେଶ୍ୱର: ଭାରତୀୟ ସ୍ୱାଧିନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ଭାବେ ବାଜି ରାଉତ ଖୁବ୍ ଜଣାଶୁଣା। ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ସହିଦ ବାଜି ରାଉତଙ୍କ ଜନ୍ମ।ମାତା, ପିତାଙ୍କର ଏକମାତ୍ର ପୁତ୍ର ହୋଇଥିବାରୁ ସମସ୍ତେ ତାଙ୍କୁ ସ୍ନେହରେ ବାଜିଆ ବୋଲି ଡାକୁଥିଲେ । ହେଲେ ୧୨ ବର୍ଷର ସେହି କୋମଳମତି ବାଳକ ଦୁନିଆକୁ ଭଲଭାବେ ବୁଝିବା ପୂର୍ବରୁ ଇଂରେଜ ମାନଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିଲେ। ଜନ୍ମଦିନ ଅବସରରେ ସେହି ସହିଦ ବାଜିରାଉତଙ୍କ ସମ୍ପର୍କରେ କିଛି କଥା… […]

Continue Reading

କେଶରୀୟା ହିନ୍ଦୁ ବାହିନୀ ତରଫରୁ କୋଭିଡ୍‐୧୯ ସଚେତନତା

ବଲାଙ୍ଗୀର : ଆଜି ସକାଳେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ତରଫରୁ, ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ଉପସ୍ଥିତିରେ ନଗର ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ବରେ, କରୋନା ସଚେତନତା ପାଇଁ ଏକ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ସୁଦପଡ଼ା ହନୁମାନ ମନ୍ଦିର ଠାରୁ ଆରମ୍ଭ ହୋଇ କଚେରି ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାସ୍କ, ସାନିଟାଇଜର ଓ ସଚେତନତା ପତ୍ର ବଣ୍ଟନ କରି ଲୋକଙ୍କୁ ସଚେତନ କରାଯାଇଛି । ବଲାଙ୍ଗିରରେ […]

Continue Reading

କରୋନାରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ

କଟକ: କଟକ ମୁନିସିପାଲ କର୍ପୋରେସନ (ସିଏମସି)ର ନୋଡାଲ ଅଫିସର ବିଶ୍ୱନାଥ ଲେଙ୍କାଙ୍କର ସୋମବାର ଦିନ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଏନେଇ ସିଏମସି କମିଶନର ଅନନ୍ୟା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ଲେଙ୍କା କୋଭିଡ-୧୯ କଣ୍ଟ୍ରୋଲ୍ ରୁମ୍ ଏବଂ କୋଭିଡ କେୟାର ହୋମର ନୋଡାଲ୍ ଅଫିସର ଦାୟିତ୍ଵରେ ଥିଲେ। ନିକଟ ଅତୀତରେ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲରେ ଚିକିତ୍ସିତ ହେଉଥିଲେ।

Continue Reading

୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ, ୬ ବେପାରୀ ଗିରଫ

ପୁରୀ: ଯାଞ୍ଚ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ । ପୁରୀ ସହରର ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି ବାସେଳି ସାହି ଥାନା ପୋଲିସ । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ । ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର କୃଷ୍ଣଚନ୍ଦ୍ର ଭୁଜବଳ, ସୋମନାଥ ଭୁଜବଳ, ଅନୀଲ ବରାଳ, ନରେନ୍ଦ୍ରକୋଣର ବାବୁନା ନାୟକ, ବାରବାଟୀର […]

Continue Reading

ଡକାୟତି ଘଟଣାର ପର୍ଦ୍ଦାଫାଶ, ପୋଲିସ କବ୍‌ଜାରେ ୨ ବ୍ୟାଙ୍କ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରର ମଂଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି । କମିଶନରେଟ୍ ପୋଲିସ ଏଥିରେ ସମ୍ପୃକ୍ତ ଥିବା ୨ ଡକାୟତଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ କମିଶନରେଟ୍ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଉଦ୍ୟମ ଜାରି ରଖିଛି । ସେପ୍ଟେମ୍ବର ୨୯ ତାରିଖ ଦିନ ବରୀମୁଣ୍ଡରେ […]

Continue Reading

ଘର ଭିତରେ ପଶିଗଲା ଟ୍ରକ, ୩ ଗୁରୁତର

ବଡବିଲ: ରାତିରେ ଶୋଇଥିବା ବେଳେ ଘର ଉପରେ ମାଡ଼ିଗଲା ହାଇଓ୍ୱା । ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡର୍ବି ଛକରେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ହାଇଓ୍ୱାଟି ଭାରସାମ୍ୟ ହରାଇ ଡର୍ବି ଛକରେ ଥିବା ଗୋପାଳ ମୁଣ୍ଡାଙ୍କ ଘର ଭିତରେ ପଶିଯାଇଥିଲା । ଘର ଭିତରେ ଶୋଇଥିବା ବେଳେ ଗୋପାଳ […]

Continue Reading

ପିପିଇ କିଟ୍ ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା । କରୋନା ମହାମାରୀର ଫାଇଦା ଉଠାଇ ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଘୋଡାଇ ଗଞ୍ଜେଇ ଚାଲାଣ ହେଉଛି । ପୋଲିସ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି । ଘଟଣା ଘଟିଛି ଗଂଜମା ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବରେ । ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ ଯାଉଥିଲା । ତେବେ ବୁଡ଼ାମ୍ବ ଫାଣ୍ଡି ରାସ୍ତାରେ ପୁଲିସ୍‌ ଯାଞ୍ଚ କରୁଥିବାବେଳେ ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କରିଥିଲା। […]

Continue Reading

ଓଜେଇଇ ପରୀକ୍ଷା: ଆଜି ଉପଲବ୍ଧ ହେବ ଆଡମିଟ୍ କାର୍ଡ; ଜାଣନ୍ତୁ କିପରି କରିବେ ଡାଉନଲୋଡ

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୦ ପାଇଁ ସୋମବାର ଦିନ ଆଡମିଟ୍ କାର୍ଡ ପ୍ରକାଶ ପାଇବ। ଓଜେଇଇ ୨୦୨୦ ପାଇଁ ରେଜିଷ୍ଟର କରିଥିବା ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡକୁ ଅଫିସିଆଲ୍ ଓ୍ବେବସାଇଟ ojee.nic.in.ରେ ଅନଲାଇନରେ ଡାଉନଲୋଡ୍ କରିପାରିବେ। ଅକ୍ଟୋବର ୧୨ ରୁ ୧୯ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ କେନ୍ଦ୍ରରେ ଓଜେଇଇ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପରୀକ୍ଷା ତିନୋଟି ସିଫ୍ଟରେ ଯଥା ୯ ରୁ ୧୧ ଟା, ୧୨:୩୦ ରୁ ୨:୩୦ ଏବଂ ୪ […]

Continue Reading

ଆଜି ପ୍ରକାଶ ପାଇବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍‌

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରଥମ ବର୍ଷର ନାମଲେଖା ପାଇଁ ଅପରାହ୍ନରେ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଦ୍ୱିତୀୟ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୬ରୁ ୮ ତାରିଖ ମଧ୍ୟରେ ନାମ ଲେଖିପାରିବେ । ୮ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ନାମଲେଖା ପରେ କେଉଁ କଲେଜରେ କେତେ ସିଟ୍‌ ଖାଲି ପଡ଼ିଲା, […]

Continue Reading

ଓଲଟିଲା ଶ୍ରମିକ ବସ

ସୋନପୁର : ଓଲଟି ପଡିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ । ଗତ କାଲି ରାତିରେ ଏହି ବସଟି ମାଲକାନଗିରି ସହର ଦେଇ ସୋନପୁରରୁ ତାମିଲନାଡୁ ଯାଉଥିବା ବେଳେ ଚମ୍ପାଖାରି ନିକଟରେ ଓଲଟି ପଡିଥିଲା। ବସରେ ୨୭ଜଣ ଲେବର ଓ ୨ଜଣ ଡ୍ରାଇଭର ଥିଲେ। ବସଟି ସୋନପୁର ଜିଲ୍ଲାରୁ ତାମିଲନାଡୁର ତ୍ରିଚୁର ଜିଲ୍ଲାରେ ଥିବା ଏକ ସୁତା କଳକୁ କାମ କରିବାକୁ ଯାଉଥିଲେ। ଦୁର୍ଘଟଣାରେ ୪ ଜଣ ଶ୍ରମିକ ଆହତ ଥିବା ବେଳେ ଅନ୍ୟ ସମସ୍ତେ ସୁରକ୍ଷିତ […]

Continue Reading