ସେପ୍ଟେମ୍ବର ୧୪ରେ ମୁମ୍ବାଇ ଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ହେବ ପୁଞ୍ଜିନିବେଶ । ସେପ୍ଟେମ୍ବର ୧୪ରେ ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିରେ ଦେଶ ବିଦେଶର ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ। ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କଣ ସୁଯୋଗ ରହିଛି ତାହା ଉପରେ ଶିଳ୍ପପତିମାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବେ । ମେକ ଇନ ଓଡ଼ିଶା […]

Continue Reading

କାୟା ବିସ୍ତାର କରିଛି ଡେଙ୍ଗୁ, ରାଜଧାନୀରେ ବଢୁଛି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଡେଙ୍ଗୁ ବଢାଇଲାଣି ଡର। ଆତଙ୍କ ଖେଳାଇ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ଜ୍ୱର। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ ରୋଗ। ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଶନିବାର 95 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 1828 କୁ ବୃଦ୍ଧି ପାଇଛି। ଚିହ୍ନଟ ରୋଗୀଙ୍କ ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ 1721 ଜଣ ଚିହ୍ନଟ ହୋଇଛନ୍ତି। ଶନିବାର ଭୁବନେଶ୍ୱରରୁ ପୁଣି ଚିହ୍ନଟ ହୋଇଛନ୍ତି 91 […]

Continue Reading

ଲଜରେ ହାତ କାଟିବା ପରେ ଫ୍ୟାନରେ କାହିଁକି ଝୁଲି ପଡ଼ିଲେ ଛାତ୍ରୀ ?

ପୁରୀ: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ପୁରୀ ବଡ଼ଶଙ୍ଖ ସ୍ଥିତ ଏକ ଲଜରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି । ଛାତ୍ରୀ ଜଣଙ୍କ ନିଜ ହାତ କାଟିବା ପରେ ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣଙ୍କ ଭୁବନେଶ୍ୱର ଗଙ୍ଗନଗରର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ୍ ମହାନ୍ତି ବୋଲି ଲଜ୍ ରେଜିଷ୍ଟ୍ରରରେ ଲେଖାଥିବା ବେଳେ ତାଙ୍କ ଆଧାରକାର୍ଡରେ ପଶ୍ଚିମବଙ୍ଗ ଗଙ୍ଗନଗର ଲେଖା ଯାଇଛି । ଲଜରେ […]

Continue Reading

ଆତ୍ମହତ୍ୟାକୁ ରୋକିବା ପାଇଁ ଜାରି ହେବ Help Line Number: ଲୋକଙ୍କ ଦୁଃଖ ବୁଝିବେ ମନସ୍ତତ୍ତ୍ୱବିତ୍, ଡାକ୍ତର ଓ ପୋଲିସ

ଭୁବନେଶ୍ୱର: କର୍କଟ ରୋଗ ପରି ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ଏହା ପ୍ରଶାସନର ନିଦ ହଜାଇ ଦେଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ୧୪ରୁ ୧୫ ଜଣ ଲୋକ ଆତ୍ମହତ୍ୟା କରୁଥିବା ଦେଖାଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏକ ହେଲପ ଲାଇନ୍ ନମ୍ବର ଜାରି କରାଯିବା ନେଇ ଯୋଜନା କରାଯାଉଛି । ରାଜ୍ୟରେ ବଢ଼ୁଥିବା ଆତ୍ମହତ୍ୟା ମାମଲାକୁ ରୋକିବା ପାଇଁ କମିଶନରେଟ ପୋଲିସ ନୂଆ […]

Continue Reading

ସୋମବାରଠାରୁ OJEE ୱେବ୍ କାଉନସେଲିଂ: ଜାଣନ୍ତୁ କେଉଁ ଦିନ କେଉଁ ପାଠ୍ୟକ୍ରମ ପାଇଁ ହେବ କାଉନସେଲିଂ

ଭୁବନେଶ୍ୱର: ଓଜେଇଇ ୱେବ୍ କାଉନସେଲିଂ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତି ଅନୂଯାୟୀ ସେପ୍ଟେମ୍ବର ୧୨ ରୁ ଏମବିଏ, ଏମସିଏ, ଏମ.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍ ଏବଂ ସେପ୍ଟେମ୍ବର ୧୩ ରୁ ବି.ଟେକ୍, ବି.ଆର୍କ, ବି.ପ୍ଲାନ୍, ବି.କ୍ୟାଟ୍, ଇଣ୍ଟିଗ୍ରେଟେଡ୍ ଏମ.ଏସସି ପାଇଁ କାଉନସେଲିଂ କରାଯିବ । କାଉନସେଲିଂ ର ସମସ୍ତ ପ୍ରକ୍ରିୟା www.ojee.nic.in ଏବଂ www.odishajee.com ରେ ବିସ୍ତୃତ ବିବରଣୀ ମିଳିବ । ସୂଚନା ଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୮ ରେ ଓଜେଇଇ ପରୀକ୍ଷା ୪୭ […]

Continue Reading

୧୩ରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ତାରିଖରେ ୩ଦିନିଆ ମୁମ୍ବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବରରେ ‘ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭ୍ ପୂର୍ବରୁ ମୁମ୍ବାଇରେ ସେପ୍ଟେମ୍ବର ୧୪ତାରିଖରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ ଅନୁଷ୍ଠିତ ହେବ ଓ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିବେଶକଙ୍କୁ ଭେଟିବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୪ତାରିଖରେ ମୁମ୍ବାଇର ନରିମନ୍ ପଏଣ୍ଟରେ ଥିବା […]

Continue Reading

ମେଟ୍ରିକ ସାର୍ଟିଫିକେଟ ପାଇଁ ଦବାକୁ ପଡୁଛି ୨୦୦ ଟଙ୍କା

ଯାଜପୁର : ମେଟ୍ରିକ ପାସ କରିଥିଲେ ମଧ୍ୟ ସାର୍ଟିଫିକେଟ ଦିଆଯାଉ ନାହିଁ  । ଆଉ ଯଦି ସାର୍ଟିଫିକେଟ ଦରକାର , ଦେବାକୁ ପଡିବ 2ଶହ ଟଙ୍କା । ତାହା ପୁଣି ବିନା ରସିଦରେ  । ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ  । ଏଭଳି କିଛି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା ପଂଚାୟତ ହାଇସ୍କୁଲର ଛାତ୍ର ମାନେ  । ରାଜ୍ୟ ଶିକ୍ଷା ବିଭାଗ ଶିକ୍ଷାର ବିକାଶ ପାଇଁ ନାନା ଯୋଜନା କରୁଛନ୍ତି  । ସେଥିପାଇଁ […]

Continue Reading

ପୁରୀ ଜିଲ୍ଲାପାଳଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ପୁରୀ: ହ୍ୟାକ୍ ହେଲା ପୁରୀ ଜିଲ୍ଲାପାଳଙ୍କ ଆକାଉଣ୍ଟ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ଚାଇନାର ଏକ ସଂସ୍ଥା ହ୍ୟାକ୍ କରିଥିବା ନେଇ ସୂଚନା ମିଳିଛି । ତେବେ ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Continue Reading

୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ଲଘୁଚାପ, କାଲି ସକାଳ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପ ଅବପାତରେ ପରିଣତ ହୋଇପାରେ। ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହୋଇ ଏହା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।  ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି […]

Continue Reading

୧୭ ବେଳକୁ ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ୧୭/୧୮ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସମ୍ଭାବନା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ନେଇ ମୃତ୍ୟୁଞ୍ଜୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ଭାବେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ […]

Continue Reading