ବରଗଡ଼ରୁ ୨୯୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଟାର୍ଗେଟରେ ଥିଲେ ସମ୍ଭ୍ରାନ୍ତ ପରିବାରର ଯୁବକ, ଯୁବତୀ

ବରଗଡ଼: ସହରରୁ ସହର… ଜିଲ୍ଲାରୁ ଜିଲ୍ଲା । ଧଳା ଜହର ପଛରେ ଓଡ଼ିଶା ! ଓଡ଼ିଶାର ଭାତହାଣ୍ଡି ବରଗଡ଼ ଏବେ ବ୍ରାଉନାସୁଗାର ବେପାରୀଙ୍କ କବଜାରେ । ସହରର ମହାନ୍ତି ପଡ଼ା ଅଞ୍ଚଳରୁ ଅବକାରୀ ବିଭାଗ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ମାମଲାରେ ଅବକାରୀ ବିଭାଗ ରାଜୁ ତାଣ୍ଡି ନାମକ ଯୁବକକୁ ଗିରଫ କରିଥିବା ବେଳେ ତା’ଠାରୁ ଜବତ ହୋଇଛି ୨୯୭ ଗ୍ରାମ୍ ବ୍ରାଉନସୁଗାର । ବ୍ରାଉନସୁଗାର ସହ ଅଭିଯୁକ୍ତ ଠାରୁ ୧ ଲକ୍ଷ […]

Continue Reading

ନକଲି ଔଷଧ ମାମଲା: ରାଜ୍ୟ ବାହାରକୁ ଗଲା ତଦନ୍ତକାରୀ ଟିମ୍, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ନକଲି ଔଷଧ ମାମଲାର ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୁଲିସ। ପୁରୀଘାଟ ଥାନା ପୁଲିସର ୪ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛି। ନକଲି ଔଷଧ ପ୍ରସ୍ତୁତ ଓ ଓଡ଼ିଶାକୁ ଚାଲାଣ କରୁଥିବା ଫାର୍ମ ବାବଦରେ ଏହି ଟିମ୍ ସୂଚନା ଏକାଠି କରିବ। ଏନେଇ ଆଜି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଏହି ଟିମ୍ ନକଲି ଔଷଧ ତିଆରିର ମୂଳ ଜାଗାରେ ପହଞ୍ଚିବାକୁ ଚେଷ୍ଟା କରିବ। ଏଠାରୁ ଆଉ […]

Continue Reading

୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ବିନିକା: ୪ ଶିଶୁଙ୍କୁ ଜନ୍ମଦେଲେ ମହିଳା। ନବଜାତଙ୍କ ମଧ୍ୟରେ ଗୋଟିଏ ପୁଅ ଓ ୩ କନ୍ୟା ରହିଛନ୍ତି। ଓଜନ କମ୍‌ ଥିବାରୁ ଶିଶୁମାନଙ୍କ ଜୀବନ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଞ୍ଜିପାଲି ଗାଁର ରବୀନ୍ଦ୍ର ବାଗଙ୍କ ପତ୍ନି କୁନି ସୁନା ଏହି ୪ ଶିଶୁ ଜନ୍ମ ଦେଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସମସ୍ତ ଶିଶୁଙ୍କୁ […]

Continue Reading

ଗଣଶିକ୍ଷା ମନ୍ତ୍ରୀ ପଢ଼ାଇବେ ସାହିତ୍ୟ, ଇତିହାସ, ଭୂଗୋଳ?

ଭୁବନେଶ୍ୱର:  ଭୁବନେଶ୍ୱର ଛାତିରେ ଥିବା ପ୍ରଶାନ୍ତି ବିହାରର ଏକ ସ୍କୁଲ ଯେଉଁଠି ପ୍ରାୟ ୨୦୦ ଛାତ୍ରଛାତ୍ରୀ, ହେଲେ ଶିକ୍ଷକ ମାତ୍ର ଜଣେ। ଚିନ୍ତା କରନ୍ତୁ ରାଜଧାନୀରେ ସ୍କୁଲର ଯଦି ଏଭଳି ଅବସ୍ଥା ତେବେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ହାଲ୍ କଣ? ଏଇଠୁ ପାଖାପାଖି ୫ କି ୬ କିମି ଦୂରରେ ରହନ୍ତି ଆମ ଗଣଶିକ୍ଷାମନ୍ତ୍ରୀ। ହେଲେ ସେ ବୋଧେ ଜାଣିନାହାନ୍ତି ରାଜଧାନୀରେ କେବେଠୁ ଶିକ୍ଷକ ଅଭାବ।

Continue Reading

ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

ସମ୍ୱଲପୁର: ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ। ଏପରି ଘଟଣା ସମ୍ୱଲପୁର ଟାଉନ୍‌ରେ ଘଟିଛି। ମାଡ଼ ଖାଇଥିବା ଡାକ୍ତର ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମାଡ଼ ମରା ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଡାକ୍ତର ଚିଦାନନ୍ଦ ମିଶ୍ର ସନ୍‌ ଡାଇଗ୍ନୋଷ୍ଟିକ୍‌ରେ ରେଡିଓଲୋଜିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଆଜି ସକାଳେ ସମ୍ବଲପୁରର ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ସିଟି ସ୍କାନ କରିବା […]

Continue Reading

ବ୍ରହ୍ମପୁରର ସମସ୍ତ ପୂଜା ମଣ୍ଡପରେ ଲାଗିବ ବିଦ୍ୟୁତ୍‌ ମିଟର୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଚଳିତ ବର୍ଷ ୪୦ଟି ମଣ୍ଡପରେ ଦୁର୍ଗା ପୂଜା ଆୟୋଜନ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଉପଜିଲାପାଳ ଭି.କିର୍ତ୍ତି ଭାସନ ଅଧ୍ୟକ୍ଷତା କରିଥିଲେ । ବୈଠକରେ ୧୧ଟି ବିଷୟ ଯଥା ଆଇନ୍‌ ଶୃଙ୍ଖଳା, ପୂଜା ମଣ୍ଡପ ଏବଂ ମୂର୍ତ୍ତିର ଉଚ୍ଚତା, ରାସ୍ତା ଖୋଳା, ଅବକାରୀ ପ୍ରସଙ୍ଗ, ପରିମଳ, ଅଗ୍ନି ନିରାପତ୍ତା, ଟ୍ରାଫିକ ସମସ୍ୟା, ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ […]

Continue Reading

ଚିନ୍ତା ବଢାଇଛି ନକଲି ଟେଲମା ୪୦

କଟକ : ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ । କଟକ ମହତାବ ରୋଡ ଅଞ୍ଚଳରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ମେଡ଼ିସିନ୍ । କଳା ତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଟ୍ରାନ୍ସପୋର୍ଟରୁ ଜବତ କରିଛି ପୋଲିସ । ୧୩୫୦ ଷ୍ଟ୍ରିପ ଟେଲମା ୪୦ ଔଷଧ ସିଜ କରିଛି କଟକ ପୁରୀଘାଟ ଥାନା ପୋଲିସ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ତେବେ ପୂର୍ବରୁ ଭୁବନେଶ୍ୱର ଏବଂ […]

Continue Reading

ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଡ. ଗୌରହରି ଦାସ ପାଇବେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର। ୨୦୧୮ ମସିହାରେ ପ୍ରକାଶିତ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଅକ୍ଟୋବର ୨୬ ତାରିଖରେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ତାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି […]

Continue Reading

ବିଧାନସଭା ଓ ପାର୍ଟି ଅଫିସରେ ବିଷ୍ଣୁ ସେଠୀଙ୍କୁ ଦିଆଗଲା ଶେଷ ଶ୍ରଦ୍ଧାଞ୍ଜଳୀ: ସାମ୍ନାକୁ ଆସିଲା ବିଷ୍ଣୁଙ୍କ ଶେଷ କବିତା

ଭୁବନେଶ୍ୱର:  ଆଉ ନାହାନ୍ତି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମାତ୍ର ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ […]

Continue Reading

ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତଭବନ ଠାରେ ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦୁଇ ଦଫା ଦାବି ଉପସ୍ଥାପନ କରାଯାଇଛି । ଅବସରକାଳୀନ ପେନସନ ଓ ଚାକିରୀ ଜନିତ ସର୍ତ୍ତାବଳୀ ଭଳି ଦାବି ଉପସ୍ଥାପନ କରିଛି […]

Continue Reading