ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଅନୁଧ୍ୟାନ କଲା FIH

ରାଉରକେଲା: ଇଣ୍ଟରନ୍ୟାସନାଲ୍ ହକି ଫେଡରେସନ୍ ଟିମ୍ ରାଉରକେଲା ସ୍ଥିତ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ବୁଲି ଦେଖିଛନ୍ତି । ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜିତ ହେବ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । FIHର କାର୍ଯ୍ୟକାରୀ ସଭାପତି ସୈଫ ଅହମଦ, ସିଇଓ ଥିଏରି ୱେଲ୍, ହକି ଇଣ୍ଡିଆ ସିଓଏ ମେମ୍ବର ଏସ୍.ୱାଇ କ୍ୟୁରେସି ଓ ଜାଫର ଇକୱାଲ, ଇଡକୋ ଅଧ୍ୟକ୍ଷ ହେମନ୍ତ ଶର୍ମା […]

Continue Reading

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାରେ ଆଜି ବର୍ଷା ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଛନ୍ତି। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର କରିଥିବା ନିଜ ଆବେଦନକୁ ବର୍ଷା ପ୍ରତ୍ୟାହାର କରିଛନ୍ତି। କଟକ ପାରିବାରିକ ଅଦାଲତରେ ଅନୁଭବଙ୍କ ସାନି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ। ତେବେ ଅନୁଭବଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଫ୍ୟାମିଲି କୋର୍ଟ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରିଦେଇଥିଲେ। […]

Continue Reading

ବ୍ରାହ୍ମଣୀ ନଦୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ । ମୃତ ଯୁବକ ଜଣଙ୍କ ଖମାର ଥାନା ଭାଲୁକି ଅଞ୍ଚଳର ସୁଶାନ୍ତ ସାହୁ ବୋଲି ଜଣା ପଡ଼ିଛି । ଗତ କିଛି ଦିନ ହେଲା […]

Continue Reading

ପିମ୍ପୁଡ଼ି ଆତଙ୍କରେ ଗ୍ରାମବାସୀ ଥରହର: ରାଣୀ ପିମ୍ପୁଡ଼ିକୁ ଖୋଜୁଛି ବିଶେଷଜ୍ଞ ଟିମ୍

ପିପିଲି: ପିପିଲି ଚନ୍ଦ୍ରାଦେଈପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଲାଲ୍ ପିମ୍ପୁଡ଼ିଙ୍କ ଆତଙ୍କ ଥମିବାର ନାଁ ନେଉନାହିଁ । ପିମ୍ପୁଡ଼ି ଭୟରେ ଅତିଷ୍ଠ ହୋଇ ୩ଟି ପରିବାର ଇତିମଧ୍ୟରେ ଗାଁ ଛାଡ଼ିଥିବାବେଳେ ସୋମବାର ଓୟୁଏଟିର ଏକ ୪ ଜଣିଆ ଟିମ୍ ବ୍ରାହ୍ମଣସାହିରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ସେମାନେ ରାଣୀ ପିମ୍ପୁଡ଼ିକୁ ଖୋଜିବାରେ ଲାଗିଛନ୍ତି । ରାଣୀ ପିମ୍ପୁଡ଼ି ଧରାପଡ଼ିଲେ ପିମ୍ପୁଡ଼ି ଉତ୍ପାତରୁ ଲୋକଙ୍କୁ ବଞ୍ଚାଇ ହେବ ବୋଲି ବିଶେଷଜ୍ଞ ଟିମ୍ ମତ ରଖିଛନ୍ତି । ସୂଚନାଯୋଗ୍ୟ […]

Continue Reading

ବଙ୍ଗୋପସାଗରରେ କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ପରେ ଲଘୁଚାପ

ଭୁବନେଶ୍ୱର: କାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୮ରୁ ଦକ୍ଷିଣ ଓଡ଼ିଶା ଓ ୯ରୁ ରାଜ୍ୟରେ ବିସ୍ତୃତ ବର୍ଷା ହେବ । ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରର ସୂଚନା ମୁତାବକ ଆଜି ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ […]

Continue Reading

ନକଲି ଗୋଦାମ ଉପରେ ପୋଲିସର ଚଢାଉ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ହଂସପାଳ ପାଖରେ ଥିବା ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ ବେଳେ ନକଲି ଗୋଦାମ ଠାବ କରିଛି ପାହଳ ପୋଲିସ । ଏହି ଗୋଦାମରେ ନକଲି ଲୁଣ ଓ ସର୍ଫ ଗୁଣ୍ଡକୁ ବ୍ରାଣ୍ଡେଡ କଂପାନୀର ଜରିରେ ଭର୍ତ୍ତି କରାଯାଇ ପ୍ୟାକଂ କରାଯାଉଥିଲା । ଏଠାରୁ ଖେଲା ବଜାରରେ ବିକ୍ରି କରିବା ପାଇଁ ଛଡ଼ା ଯାଉଥିଲା । ବ୍ରାଣ୍ଡେଡ କଂପାନୀର ପ୍ୟାକଟ ଲୋଗକୁ ଏପରି ପ୍ରଣ୍ଟିଂ କରାଯାଇ ଥିଲା ଯେ, ତାହା ସାଧାରଣ ଗ୍ରାହକଟିଏ ପାଇଁ […]

Continue Reading

ଆସୁଛି ଆଉ ଏକ ଲଘୁଚାପ, ଏଥର ଦକ୍ଷିଣ ଓଡ଼ିଶାରେ ଛେଚିବ!

ଭୁବନେଶ୍ୱର : ଆସନ୍ତା ୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଲଘୁଚାପ ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବେଶୀ ଦେଖାଇବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ୮ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ୯ରୁ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା […]

Continue Reading

ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସ କରୁଛି ତଦନ୍ତ

ଭୁବନେଶ୍ୱର: ରାଜଧାନୀରେ ଠାବ ହେଲଶ ଯୁବକଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳରେ ଏକ ଘରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ । କଳିଙ୍ଗନଗର କେ-୭ ରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ବୟସ ୨୭ ବର୍ଷ ବୋଲି ଜଣାପଡ଼ିଛି ଏବଂ ସେ ମିସ୍ତ୍ରୀ ଭାବେ କାମ କରୁଥିଲେ । ତେବେ ଘଟଣାସ୍ଥଳରେ ଭରତପୁର ଥାନା ପୋଲିସର ତଦନ୍ତ ଜାରୀ ରଖିଛି ।

Continue Reading

ଜଳବାୟୁ ପରିବର୍ତ୍ତନ ପାଇଁ ଓଡ଼ିଶା ଖର୍ଚ୍ଚ କରିବ ୨.୪୫ ଲକ୍ଷ କୋଟି

ଭୁବନେଶ୍ୱର: ଓଡ଼ିଶା ଜଳବାୟୁ କ୍ଷେତ୍ର ରୂପାନ୍ତରଣ ପାଇଁ ୨.୪୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ। ଆଗାମୀ ଦଶ ବର୍ଷ ଭିତରେ ଏହି ଟଙ୍କା ଖର୍ଚ୍ଚ କରିବାକ ଯୋଜନା ପ୍ରସ୍ତୁତ କରାଯାଇଛି । ଜଳବାୟୁ ପରିବର୍ତ୍ତନ ପାଇଁ ରାଜ୍ୟ ଆକ୍ସନ୍ ପ୍ଲାନ୍ (SAPCC-II) ରେ ଉଲ୍ଲେଖ କରାଯାଇଛି । ୨୦୨୧ରୁ ୨୦୩୦ ମସିହା ମଧ୍ୟରେ ଏହି ଟଙ୍କା ଜଳବାୟୁ ରୂପାନ୍ତରଣୁ ପାଇଁ ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି । ଓଡ଼ିଶା ଜଳବାୟୁ ରୂପାନ୍ତରଣ ଯୋଜନାକୁ ଜାତୀୟ ଷ୍ଟିଅରିଂ […]

Continue Reading

୫ କୋଟିର ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର, ବାବୁସାନ୍‌ଙ୍କ ସ୍ତ୍ରୀ, ଶ୍ୱଶୂର ଏବଂ ୟୁଟ୍ୟୁବ୍ ବିରୁଦ୍ଧରେ ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାବୁସାନ୍‌-ତୃପ୍ତୀ ଏବଂ ପ୍ରକୃତି ମାମଲା ପୁଣି ଥରେ ମୁଣ୍ଡ ଟେକିଛି। କିଛି ଦିନ ଶାନ୍ତ ରହିବା ପରେ ଗତକାଲି ପ୍ରକୃତି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ଆଜି ଭୁବନେଶ୍ୱର କୋର୍ଟରେ ୫କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି। ପ୍ରକୃତି ବାବୁସାନ୍‌ଙ୍କ ସ୍ତ୍ରୀ, ଶ୍ୱଶୂରଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ତାଙ୍କ ବିରୁଦ୍ଧରେ ନାନା ପ୍ରକାର ଖବର ପ୍ରସାରଣକୁ ନେଇ ସେ ୟୁଟ୍ୟୁବ ବିରୁଦ୍ଧରେ ମଧ୍ୟ […]

Continue Reading