ବିଲରେ କାମ କରୁଥିଲେ, ବଜ୍ରପାତରେ ୨ ମୃତ ଓ ୩ ଗୁରୁତର

ମାଲକାନଗିରି: ବିଲରେ କାମ କରୁଥିବା ବେଳେ ବଜ୍ରାଘାତ। ବଜ୍ରାଘାତରେ ଘଟଣାସ୍ଥଳରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମଧ୍ୟରେ ଦୁଇ ମହିଳା ରହିଛନ୍ତି। ମୃତକମାନେ ହେଲେ ଦହିମତି ଖିଲ(୨୬) ଓ ଲକ୍ଷ୍ମୀ କେପୋ(୨୮)। ଆହତମାନେ ହେଲେ ଜୁସିଲା ଖିଲ, ଗୀତା ପାଙ୍ଗୀ, ଅଚିନ୍ତା ଖିଲ। ଏମାନେ ସମସ୍ତେ ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଅଞ୍ଚଳର ରାଉଳିଗୁଡ଼ା ଓ ବାଉଁଶଗୁଡ଼ା ଗ୍ରାମର। ଗୁରୁତର ମାନଙ୍କୁ ପାଣ୍ଡ୍ରିପାଣି ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା […]

Continue Reading

ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ମାସକ ତଳେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ଏବେ ପୁଣି ଅସୁସ୍ଥ ହେବାରୁ ରବିବାର ଦିନ ଜିଲ୍ଲା ମୁଖ୍ୟାଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ କମଳା ପୂଜାରୀ । ଗୁରୁତର ଭାବେ […]

Continue Reading

ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ

ଭୁବନେଶ୍ୱର: ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ । ବାଲି ଚୋରାଚାଲଣ ହେଉଥିବାର ଅଭିଯୋଗ ପରେବି ଚୁପ ହୋଇ ବସିଛନ୍ତି ଉଭୟ ପ୍ରଶାସନ ଓ ସରକାର । କୁଆଖାଇ ଏବଂ କୁଷଭଦ୍ର ନଦୀରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତ ଷଢ଼ଙ୍ଗୀ । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେ ବାଲି ଚୋରାଚାଲଣକୁ ନେଇ ରାଜ୍ୟ […]

Continue Reading

ଚର୍ଚ୍ଚାରେ ଅପରାଜିତାଙ୍କ ଧାନ ତଳି ରୋଇବା ଫଟୋ

ଭୁବନେଶ୍ୱର: ରୋକ୍‌ଠୋକ୍‌ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ପ୍ରଶାସିକାରୁ ରାଜନେତା ବନିଥିବା ଶ୍ରୀମତୀ ଷଡଙ୍ଗୀ ଏଥର କିନ୍ତୁ ନିଜ ବାକ୍ୟ ବାଣ ପାଇଁ ଚର୍ଚ୍ଚାରେ ନାହାନ୍ତି। ବରଂ ତାଙ୍କର କିଛି ଫଟୋକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଅଧା ଓଡ଼ିଶା ପାଣି ଘେରରେ ଥିବା ବେଳେ ଅପରାଜିତାଙ୍କୁ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଆନ୍ଦାଜରେ। ସେ ଚାଷ ଜମିରେ ଚାଷୀଙ୍କ ସହିତ […]

Continue Reading

ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ: ୧୦ ପିଲା ଗୁରୁତର

ଦେଗବଡ଼: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ଦେବଗଡ଼ରୁ ଆସିଛି ଏକ ବଡ଼ ଖବର । ସ୍କୁଲରେ ବଜ୍ରପାତ ହେବାରୁ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ତିଲେଇବଣି ବ୍ଲକ ପୁଟୁରାପଣି ୟୁପି ସ୍କୁଲରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । ସ୍କୁଲରେ ପାଠପଢ଼ା ଚାଲିଥିବା ବଜ୍ରପାତ ହୋଇଥିବା ଜଣାପଡିଛି । ବଜ୍ରପାତରେ ସ୍କୁଲ ଘର ଛାତ କଣା ହୋଇଯାଇଥିବା ସୂଚନା ମିଳିଛି । ତେବେ ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି […]

Continue Reading

ହୀରାକୁଦରେ ବନ୍ଦ ହେବ ଆଉ ୪ଟି ଗେଟ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ବଡ ସୂଚନା । ପୁଣି ବନ୍ଦ ହେବ ହୀରାକୁଦର ଆଉ ୪ଟି ଗେଟ । ଖୋଲାଥିବା ୨୪ଟି ଗେଟରୁ ଆଉ ୪ଟି ଗେଟ ବନ୍ଦ ହେବା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ କୁମାର ଜେନା । ହୀରାକୁଦ ଗେଟ ବନ୍ଦ ହେବା ଦ୍ୱାରା ମୁଣ୍ଡଳିରେ ମଧ୍ୟ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୧.୯୩ ଫୁଟ ରହିଛି । ବର୍ତ୍ତମାନ […]

Continue Reading

୧୭ ରେ ଆସିବ ଆଉ ଏକ ଲଘୁଚାପ! ବନ୍ୟା ପରିସ୍ଥିତିକୁ ଜଟିଳ କରିବ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଆଜି ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହେବ। ଧୀରେ ଧୀରେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରୁ ଦୂରେଇଯିବ। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ ପରିମାଣ ହ୍ରାସ ପାଇବ। ଆଜି ଓ ଆସନ୍ତାକାଲି କମିବ ବର୍ଷା। ପୁଣି ୧୭ରୁ ବଢିବ ବର୍ଷା। ୧୮ ରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି। ୧୭ ରୁ ବର୍ଷା ବଢିଲେ […]

Continue Reading

ବନ୍ୟା ପାଇଁ ପୁରୀ ସତର୍କ

ପୁରୀ: ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ କଡା ପଦକ୍ଷେପ ନିଆଯାଇଛି । ସବୁ ବ୍ଲକର ବିଡିଓ ଓ ତହସିଲଦାରଙ୍କ ସହ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ତେବେ ଦୟା, ଭାର୍ଗବୀ, କୁଶଭଦ୍ରା ଡିଭିଜନର ଯନ୍ତ୍ରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ଦୟା ନଦୀ କୂଳିଆ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି ।ପିପିଲି ଓ କଣାସ ଅଞ୍ଚଳ ବୁଲି ଦେଖିଛନ୍ତି ପୁରୀ ଜିଲ୍ଲାପାଳ । ଅନ୍ୟପଟେ ଚିପିଲିମା ଘଣ୍ଟେଶ୍ବରୀ ମନ୍ଦିରକୁ ମହାନଦୀ ପାଣି ପ୍ରବେଶ କରିଛି। ହୀରାକୁଦ […]

Continue Reading

ସାରା ରାଜ୍ୟ ଜଳାର୍ଣ୍ଣବ: ବର୍ଷା ବଢିବା ସହ ଫୁଲୁଛି ନଦୀ, ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହା ବାଲେଶ୍ୱରର ପୂର୍ବ ଓ ଉତ୍ତର-ପୂର୍ବର ୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଦିଘାର ଦକ୍ଷିଣ- ପୂର୍ବରେ ୧୦ କି.ମି. ଦୂରରେ ଏହି ଅବପାତ ରହିଛି । ଏହା ଆଗକୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହା ଅବପାତର ରୂପ […]

Continue Reading

ହର୍ ଘର୍ ତ୍ରିରଙ୍ଗା ଅଭିଯାନ: ସ୍ୱୟଂସହାୟିକା ଗୋଷ୍ଠୀ ବାଣ୍ଟିଲେ ଜାତୀୟ ପତାକା

କରଞ୍ଜିଆ: ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ରତାର ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଦେଇଛନ୍ତି । ଏହି ପ୍ରରିପେକ୍ଷୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କି ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପରିବାରକୁ ମାଗଣାରେ ଜାତୀୟ ପତାକା ବଣ୍ଟନ କରାଯିବ । ଏଣୁ ସ୍ଥାନୀୟ ବିଧାୟିକା ତଥା […]

Continue Reading