ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ଏକାଦଶୀ ନୀତି

ପୁରୀ : ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ ।  ଭିତର ଚନ୍ଦନ ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ନୀତି ଜଳକ୍ରୀଡା ମଣ୍ଡପରେ ଅନୁଷ୍ଠିତ ହୋଇଛି ।  ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢିସାରିବା ପରେ ଶ୍ରୀ ମଦନମୋହନ ଏବଂ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରିଥାନ୍ତି ଏବଂ ଏହା ପରେ ଯାତଭୋଗ ଅନୁଷ୍ଠିତ ହୋଇଥାଏ । ତତ୍ପରେ ପୂଜାପଣ୍ତା ସେବକ ଶ୍ରୀଦେବୀ ଏବଂ ମଦନମୋହନଙ୍କୁ ଆଜ୍ଞା ମାଳ ପ୍ରଦାନ କରିବା ପରେ ମହାଜନ ସେବକ ମଦନମୋହନ ଏବଂ […]

Continue Reading

ବିଭିନ୍ନ ସମସ୍ୟା ନେଇ ଧାରଣାରେ ପାରାଦୀପ ବନ୍ଦର ଶ୍ରମିକ

ପାରାଦୀପ  : ଶୋଷଣର ଶିକାର ହେଉଛନ୍ତି ଶ୍ରମିକ। ପ୍ରତିଥର ନିଜର ପ୍ରାପ୍ୟ ଦାବି କରି ଧାରଣା ଦେବା ସହିତ ବିରୋଧ କରିଆସୁଛନ୍ତି। ହେଲେ କୌଣସି ପ୍ରକାରର ସମାଧାନ ହୋଇପାରିନି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଶୋଷଣର ଶିକାର ହେଉଛନ୍ତି ଶ୍ରମିକ ମାନେ । କାମ କରୁଛନ୍ତି ହେଲେ ଏଯାଏ ତାଙ୍କୁ ପାରିଶ୍ରମିକ ମିଳିପାରୁନି। ବନ୍ଦରର ବିଭିନ୍ନ ସଂସ୍ଥା ଅଧୀନରେ ଜାହାଜ ଲୋଡିଂରୁ ନେଇ ବିଭିନ୍ନ କାର୍ଯ୍ୟମାନ କରୁଛନ୍ତି। ମାତ୍ର ସଂସ୍ଥା ଗୁଡିକ ସେମାନଙ୍କୁୁ ଅଧିକ ସମୟ କାମ ରାଉଥିବା […]

Continue Reading

ଅନାଥ ଆଶ୍ରମରେ ପିଲାଙ୍କ ସହ ନାଚିଲେ ନବରଙ୍ଗପୁର ଏସପି

ନବରଙ୍ଗପୁର: ଅନାଥାଶ୍ରମରେ ସ୍କୁଲ ପିଲାଙ୍କ ସହ ଗୀତ ଗାଇ ନାଚିଲେ ନବରଙ୍ଗପୁର ଏସପି । କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବରେ ଗୀତ ଗାଇଲେ ନବରଙ୍ଗପୁର ଏସପି ଏସ୍. ସୁଶ୍ରୀ । ନନ୍ଦାହାଣ୍ଡି ବ୍ଲକ ଏକମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା କିଶୋରୀ ଜାଗୃତି ସପ୍ତାହ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସପି ଏସ୍. ସୁଶ୍ରୀ କିଶୋରୀମାନଙ୍କୁ ଉତ୍ସାହିତ କରିବା ସହ ନିଜେ ଗୀତ ଗାଇଥିଲେ ଏଥିସହ ନବରଙ୍ଗପୁର ପଡାଲଗୁଡା ପଞ୍ଚାୟତ […]

Continue Reading

ପୁରୀ ଗୁଳିମାଡ ଘଟଣାର ଖୋଲୁଛି ଗୁମର: ଗୁଳିମାଡ ପଛରେ ପ୍ରେମ ବ୍ୟାପାର

ପୁରୀ : ପୁରୀରେ  ଗୁଳିମାଡ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।  ଲୋକନାଥ ମନ୍ଦିର ସେବାୟତ ଶିବରାମ ପାତ୍ରକୁ ଗୁଳି କରି ହତ୍ୟା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତକୁ ଅଟକରଖି  ପଚରା ଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଅଟକ ରଖିଛି । ପ୍ରେମ ବ୍ୟାପରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପାରିବାରିକ ବିବାଦକୁ ଏହି ହତ୍ୟାକାଣ୍ଡ ଘଟିଥିବା  ଅନୁମାନ କରାଯାଉଛି । ସେପଟେ ଧାର୍ମିକ […]

Continue Reading

କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଓଲଟି ଗଲା ୬ ଜଣଙ୍କ ଜୀବନ, ୪୨ ଆହତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବଡ଼ ଦୁର୍ଘଟଣା । ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଓଲଟି ପଡ଼ିବାରୁ ଗଲା ୬ଜଣଙ୍କ ଜୀବନ  । ମଙ୍ଗଳବାର  ବିଳମ୍ବିତ ରାତିରେ ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସଟି ଓଲଟି ପଡ଼ିଥିଲା । ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ କହିଛି । ପୁଲିସ ଓ ଦମକାଳବାହିନୀ ସହାୟତାରେ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇଛି । […]

Continue Reading

୧୦ ଦଫା ଦାବି ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା

ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ର ପ୍ରଭାବ ସାମାନ୍ୟ ଭାବେ ପରିଲକ୍ଷିତ ହୋଇଛି । ସହରର ବିଭିନ୍ନ ସ୍ଥାନରେ କାଁ ଭାଁ ଦୋକାନ ବଜାର ଏବଂ ବସ ଟ୍ରକକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥରେ ମଧ୍ୟ ଟ୍ରକ […]

Continue Reading

ଅମାନିଆ ଗାଡି ଚାଳକ ସାବଧାନ ! ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ କୋର୍ଟକୁ ଟଣା ହେବେ

ଭୁବନେଶ୍ୱର : ରଙ୍ଗରୁଟରେ ଗାଡ଼ି ଚଳାଉଥିଲେ ସାବଧାନ । ମୋଟା ଅଙ୍କର ଜରିମାନା ସହ ସିଲ ହୋଇପାରେ ଆପଣଙ୍କ ଗାଡ଼ି । ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ଟ୍ରାଫିକ୍ ପୋଲିସ । ୩ ଦିନରେ ୨୮୮ ଜଣ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୪୪ ହଜାରରୁ ଅଧିକ ଟଙ୍କା ଫାଇନ ବି ଆଦାୟ ହୋଇସାରିଛି । ସ୍ପେଶାଲ ଡ୍ରାଇଭ ସହ ଲୋକଙ୍କୁ ସଚେତନ କରୁଛି କମିଶନରେଟ ପୋଲିସ । ୭ ଦିନ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର […]

Continue Reading

ସ୍କୁଲ୍‌ ସ୍ତରରୁ ଅଲମ୍ପିକ୍‌ ପ୍ରସ୍ତୁତି : ଦେଶରେ ଆହୁରି ମଜଭୁତ ହେବ ଅଲମ୍ପିକ ଆନ୍ଦୋଳନ

ଭୁବନେଶ୍ୱର:  ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ୱାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି । ଯାହାକୁ ପ୍ରଶଂସା କରିଛନ୍ତି ନିତା ଅମ୍ବାନି । ଓଭିଇପିରେ ଶିକ୍ଷା ଓ କ୍ରୀଡ଼ାର ସମନ୍ୱୟ ରହିଛି ଯାହା ଅଲମ୍ପିଜିମର ମୂଲ୍ୟବୋଧକୁ ଦର୍ଶାଇଥାଏ । ଓଭିଇପି ହେଉଛି ଏକ ସମ୍ବଳର ଏକ ପ୍ରାକ୍ଟିକାଲ୍ ସେଟ୍ ଯାହାକୁ ଆଇଓସି ଦ୍ୱାରା ଡିଜାଇନ୍ କରାଯାଇଛି । ଏହାଦ୍ୱାରା ନବ ପ୍ରତିଭା ମାନେ ଅଲମ୍ପିକର ମୂଲ୍ୟବୋଧ ବିଷୟରେ ଅବଗତ ହୋଇପାରିବେ, […]

Continue Reading

ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା : ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ୨୫ ଓ ୨୬ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା । ବୁଧବାର ସକାଳ ଯାଏଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାକୁ ଅରେଞ୍ଜ ୱାର୍ଣ୍ଣିଂ […]

Continue Reading

ଓଡ଼ିଶାରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର ୨୬ ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର ୨୬ ରୋଗୀ ଚିହ୍ନଟ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ମେଡିକାଲକୁ ଆସିଥିବା ୩୬ ରୋଗୀଙ୍କ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି।  ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସସସ୍ତ ରୋଗୀ ୯ ବର୍ଷରୁ କମ ବୟସର। ସମସ୍ତେ ଭଲ ଅଛନ୍ତି। ସେମାନଙ୍କ ଉପରେ ସ୍ବାସ୍ଥ୍ୟ […]

Continue Reading