ଋଣ ପରିଶୋଧ ନ ହେବାରୁ ଶାରଳା ସୂତାକଳକୁ ସିଲ୍ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

ଜଗତସିଂହପୁର: ସିଲ୍ ହେଲା ଶାରଳା ସୂତାକଳ । ତିର୍ତ୍ତୋଲ ବ୍ଲକ ନାଉସିରା ଠାରେ ଥିବା ଶାରଳା ସୁତାକଳକୁ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଶାଖା ପକ୍ଷରୁ ସିଲ୍ କରାଯାଇଛି । ସୂତାକଳ ସହ ୧୫ ଏକର ୧୨ ଡିସିମିଲ୍ ଜାଗା ମଧ୍ୟରେ ଥିବା ସମସ୍ତ ସୌଧକୁ ଜବତ କରାଯାଇ ସିଲ କରିଛି ବ୍ୟାଙ୍କ । ସୂତାକଳ ଭିତରେ ଥିବା ସମସ୍ତ ଯନ୍ତ୍ରାଂଶ, ମିଲ୍ ପରିସରରେ ଥିବା ବଙ୍ଗଳାକୁ ମଧ୍ୟ ବ୍ୟାଙ୍କ ସିଲ୍ କରିଛି । […]

Continue Reading

ଜାପାନରେ ଶିଂଜୋ ଆବେଙ୍କ ପାର୍ଟି ଜିତିଲା ନିର୍ବାଚନ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କ ଲିବରେଲ ଡେମୋକ୍ରାଟିକ ପାର୍ଟି (ଏଲଡିପି) ଆଜି ନିର୍ବାଚନରେ ବିଜୟ ହାସଲ କରିଛି । ୨ ଦିନ ତଳେ ଶିଂଜୋଙ୍କୁ ହତ୍ୟା କରାଯାଇଥିଲା । ଏହି ବିଜୟ ଏଲଡିପି କର୍ମୀଙ୍କୁ ଉତ୍ସାହିତ କରିଛି । ସେମାନେ ଏହାର ସମସ୍ତ ଶ୍ରେୟ ଜାପାନବାଦୀ ଓ ଶିଂଜୋ ଆବେଙ୍କୁ ଦେଇଛନ୍ତି । ଏଲଡିପିର କୋମିଟୋ ଗଠବନ୍ଧନ ୭୬ ସିଟ ଜିତି ସରକାର ବଂଚାଇବାରେ ସଫଳ ହୋଇଛନ୍ତି । ମୋଟ ୨୪୮ ସିଟରୁ ଏବେ […]

Continue Reading

ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍ ଓଲଟିଲା: ୩୫ ଯାତ୍ରୀ ଗୁରୁତର ଆହତ

ପୁରୀ: ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାର ଖବର ମିଳିଛି । ପୁରୀରୁ ଶହେ ପାଖାପାଖି ଯାତ୍ରୀଙ୍କୁ ନେଇ ନେଇ ଫେରୁଥିବା ବେଳେ ଆଜି ମଧ୍ୟାହ୍ନରେ ସାତଶଙ୍ଖର ଯଶୁଆପୁରଠାରେ ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହାଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ […]

Continue Reading

ନ୍ୟାୟାଳୟଙ୍କୁ ଅବମାନନା ମାମଲା । ବିଜୟ ମାଲ୍ୟାଙ୍କୁ ୪ ମାସର ଜେଲ ଦଣ୍ଡ

ଦିଲ୍ଲୀ : ନ୍ୟାୟାଳୟଙ୍କୁ ଅବମାନନା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି । ଶୀର୍ଷ ଅଦାଲତ ପଳାତକ ବ୍ୟବସାୟୀଙ୍କୁ ଚାରି ସପ୍ତାହ ମଧ୍ୟରେ ସୁଧ ସହିତ ୪୦ ନିୟୁତ ଡଲାର ଜମା କରିବାକୁ କହିଛନ୍ତି। ଏହା କରିବାରେ ବିଫଳ ହେଲେ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିର […]

Continue Reading

‘ବିଇଓଙ୍କ ଚିଠି, ବିଭାଗୀୟ ନିର୍ଦ୍ଦେଶ ନୁହେଁ’, ସ୍କୁଲ୍ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା ନେଇ ନିର୍ଦ୍ଦେଶ ଦିଆଯାଇନି: ମନ୍ତ୍ରୀ

ଭୁବନେଶ୍ୱର: ପ୍ରତିବାଦ, ସମାଲୋଚନା ପରେ ବଦଳିଲା ମନ୍ତ୍ରୀଙ୍କ ବୟାନ । ଢେଙ୍କାନାଳ କଙ୍କଡ଼ାହାଡ଼ ବିଇଓଙ୍କ ଚିଠି ପରେ ମନ୍ତ୍ରୀ ବିବୃତି ରଖିଥିଲେ । କହିଥିଲେ କିଛି ଅଣସ୍ୱୀକୃତି ପ୍ରାପ୍ତ ୱେବ ସାମ୍ବାଦିକ ବିଦ୍ୟାଳୟରେ ପଶି ଶିକ୍ଷାଦାନରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ ବିଇଓମାନେ ବିଦ୍ୟାଳୟ ପରିସରକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଥିବା କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀ ଦେଇଥିବା ମନ୍ତବ୍ୟର ଦିନକ ପରେ ତାଙ୍କ ଭର୍ସନ […]

Continue Reading

ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଉପରେ ‘ସୁପ୍ରିମ୍’ ବ୍ରେକ୍

ନୂଆଦିଲ୍ଲୀ: ଶିବସେନାର ଉଭୟ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି। ଯାହା ସମସ୍ତ ବିଧାୟକ ବିଶେଷକରି ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ବାଚସ୍ପତି ବର୍ତ୍ତମାନ ବିଧାୟକଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା କରିବା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ହେବନି ଏବଂ କୋର୍ଟର ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ମାମଲା ସ୍ଥଗିତ ରହିଲା। ମହାରାଷ୍ଟ୍ର ସହ ଜଡିତ ସମସ୍ତ ଆବେଦନ ଉପରେ ଜୁଲାଇ […]

Continue Reading

ବଢିଲା ସଂକ୍ରମଣ, ବିଏମସି ଜାରି କଲା ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି। ସଂକ୍ରମିତଙ୍କ ସଂଖ୍ୟା ରାଜଧାନୀ, କଟକ, ପୁରୀ ଏବଂ ରାଉରକେଲାରେ ଅଧିକ ରହିଛି। ଏହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ନୂଆ ନିୟମାବଳୀ ବା ବିଜ୍ଞପ୍ତି ଜାରି ହୋଇଛି। ନୂଆ ସମସ୍ତ ରାସ୍ତା କଡରେ ଥିବା ଜଳଖିଆସ ଚା’, ଗୁପଚୁପ ଷ୍ଟଲ୍, ଦହିବରା ଷ୍ଟଲ୍, ଲସି ଷ୍ଟଲ୍ ଏବଂ ଲସି ଦୋକାନରେ ଗ୍ରାହକଙ୍କ ଭିଡ଼ ଯେମିତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ବିଏମସି କହିଛି। […]

Continue Reading

ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ : ସାକ୍ଷାତ ପରେ ଭାବବିହ୍ୱଳ ହେଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର  : ଓଡ଼ିଶା ମାଟିରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ଦ୍ରୌପଦୀଙ୍କୁ  ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।  ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ । ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ । ନବୀନ ନିବାସରେ ଏକାଠି ଖାଇଲେ ନବୀନ ପଟ୍ଟନାୟକ ଓ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ ଆଉ ଏହାପରେ […]

Continue Reading

ବାହୁଡାଯାତ୍ରା ନୀତି ସଅଳ ହେବ

ପୁରୀ: ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଯାତ୍ରା ପାଇଁ ବଡ଼ ଦାଣ୍ଡ ପ୍ରସ୍ତୁତ ଥିବାବେଳେ ଏବେ ରଥ ମଧ୍ୟ ପ୍ରସ୍ତୁତ ରହିଛି । ମହାପ୍ରଭୁଙ୍କୁ ମଧ୍ୟ ବାହୁଡ଼ାଯାତ୍ରାରେ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ବାହୁଡ଼ା ଯାତ୍ରାର ନୀତି ସଅଳ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ କରିଛି। ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକରେ ଏନେଇ ଆଲୋଚନା ହୋଇଛି । ଜୁଲାଇ 9 ରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ […]

Continue Reading

ରଣବୀରଙ୍କ ପୋଷାକ ଫିଙ୍ଗିଦେଉଥିଲେ ଦୀପିକା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପତି ରଣବୀର ସିଂଙ୍କ ପୋଷାକ ଫିଙ୍ଗିଦିଅନ୍ତି । ତାଙ୍କୁ ଯେଉଁ ପୋଷାକ ପସନ୍ଦ ଆସେନି, ଏଣୁ ତେଣୁ କହି ଫିଙ୍ଗିଦିଅନ୍ତି । ହେଲେ ଏବେ ଆଉ ଏମିତି କରୁନାହାନ୍ତି । ନୂଆନୂଆ ହେଉଥିଲା । ବିବାହ ପରେ ରଣବୀର-ଦୀପିକା ଯେବେଠୁ ଏକାଠି ରହୁଥିଲେ । ସେତେବେଳ ଏଭଳି ହରକତ ଚାଲୁଥିଲା । ‘କଫି ଓ୍ବିଥ୍ କରନ-୭’ରେ ସାକ୍ଷାତକାର ବେଳେ ରଣବୀର ସିଂ ଏଭଳି ବ୍ୟକ୍ତିଗତ କଥା କହିଛନ୍ତି । ପାରିବାରିକ […]

Continue Reading