‘ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ସାହୁ ଅଭିଯୁକ୍ତ’

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କେବଳ ଗୋବିନ୍ଦ ସାହୁ ଅଭିଯୁକ୍ତ । ଗୃହ ବିଭାଗ ତରଫରୁ ବିଧାନସଭାରେ ଏପରି ସ୍ପଷ୍ଟୀକରଣ ରଖାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଶୂନ୍ୟକାଳରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ମାମଲାରେ ପୁଲିସ ତଦନ୍ତ କରି ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡି (ଗୋବିନ୍ଦ ସାହୁ ଡ୍ରାଇଭର)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉଭୟ […]

Continue Reading

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସିଦ୍ଧାର୍ଥଙ୍କୁ ମିଳିଲା ଜାମିନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ କେସରେ ତାଙ୍କ ରୁମମେଟ ସିଦ୍ଧାର୍ଥ ପିଠାନୀଙ୍କୁ ଆଜି ଜାମିନ ମିଳିଛି । ସୁଶାନ୍ତ ସିଂ କେସରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗତ ବର୍ଷ ମେ ୨୮ରେ ତାଙ୍କୁ ଗତ ବର୍ଷ ଗିରଫ କରିଥିଲା । ବିଚାରପତି ଭାରତୀ ଡାଙ୍ଗରେ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ ରଖି ଏହି ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ୨ଥର ଜାମିନ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଥିଲା […]

Continue Reading

ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ହୁତହୁତ୍ ହୋଇ ଜଳିଗଲା ବସ୍, ୪ ଯାତ୍ରୀ ଆହତ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଅଘଟଣ । ଓଭରବ୍ରିଜ୍ ପାର୍ଶ୍ୱ ରାସ୍ତା କଲଭର୍ଟରେ ପିଟି ହୋଇ ଏକ ଘରୋଇ ଯାତ୍ରୀବାହୀ ବସ୍ ଜଳି ଯାଇଛି । ଦୁର୍ଘଟଣାରେ ଉକ୍ତ ଯାତ୍ରୀବାହୀ ବସରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସୂଚନା ଅନୁସାରେ, ବସଟି ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା । ବରମୁଣ୍ଡା ବସଷ୍ଟାଣ୍ଡରୁ ମାତ୍ର କେଇ ମିଟର […]

Continue Reading

ଆଜି ଆସ୍ଥା ଭୋଟ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମହାରାଷ୍ଟ୍ର:ମହାରାଷ୍ଟ୍ର  ବିଧାନସଭାରେ ଆଜି ଆସ୍ଥା ଭୋଟ ଲୋଡିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆଜିର ସଂଖ୍ୟା ଗରିଷ୍ଠତା ପ୍ରମାଣକୁ  ଉଦ୍ଧବ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ ଲଢ଼େଇ ଭାବେ ବିବେଚନା କରାଯାଉଛି। ତେଣୁ ଫ୍ଲୋର ଟେଷ୍ଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଫ୍ଲୋର ଟେଷ୍ଟ ପରେ ହିଁ ଦୁଇ ସପ୍ତାହ ହେଲା ଚାଲିଥିବା ରାଜନୈତିକ ଅସ୍ଥିରତାର ସମାପ୍ତି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ । ଆସ୍ଥା ଭୋଟ ପୂର୍ବରୁ ସେ ସବୁ ବିଧାୟକଙ୍କ […]

Continue Reading

ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ, ଆତ୍ମହତ୍ୟା ସଂଖ୍ୟା ଦେଖାଇ ସରକାରକୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ ବିଧାନସଭାର ଶୂନ୍ୟକାଳରେ ଉଠିଛି । ବିରୋଧୀ ଦଳ ବିଜେବି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କରିଛି। ଏଥିସହ ରାଜ୍ୟରେ ରାଙ୍ଗିକୁ ରୋକିବା ପାଇଁ ଆଇନ୍ ଆସିବା ଦରକାର ବୋଲି ଦାବି କରିଛନ୍ତି। ରାଗିଙ୍ଗକୁ ରୋକିବା ପାଇଁ କଡ଼ା ଆଇନ୍ ଆସିବା ଦରକାର । ନହେଲେ ଆତ୍ମହତ୍ୟା ଆହୁରି ବଢିବ । ୫ ବର୍ଷରେ ୩ ହଜାର ୧୦୦ ଛାତ୍ର ଓ ଛାତ୍ରୀ […]

Continue Reading

ପୁରୁଣା ଅଟୋକୁ ଏବେ ବି ଏବେ ବି ସାଇତି ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପାଖରେ ଗାଡିର ଅଭାବ ନାହିଁ । ତଥାପି ତାଙ୍କ ଗ୍ୟାରେଜରେ ଏବେ ବି ପୁରୁଣା ଅଟୋ ଶୋଭା ପାଉଛି । ଅଭାବ ଅସୁବିଧା ସମୟରେ ଏହି ଅଟୋକୁ ଚଳାଇ ସେ ଚଳୁଥିଲେ । ନିର୍ବାଚନ ଆୟୋଗକୁ ଦେଇଥିବା ଆଫିଡେଭିଟରେ ସେ ଏହି ଅଟୋ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ପ୍ରଶଂସାରେ ପୋତି ଦେଇଛନ୍ତି । ଏହା ତାଙ୍କ ପତ୍ନୀଙ୍କ ନାମରେ ରହିଛି । […]

Continue Reading

ବିଜେବି କଲେଜ ହଷ୍ଟେଲରେ କାହିଁକି ଆତ୍ମହତ୍ୟା କଲେ ଛାତ୍ରୀ ? ଜାଣନ୍ତୁ କାରଣ…

ଭୁବନେଶ୍ୱର: ବିଜେବି କଲେଜରେ ଯୁକ୍ତି ୩ ପ୍ରଥମ ବର୍ଷର କଳା ବିଭାଗର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟାର ପଛର କାରଣ ହେଉଛି ନିର୍ଯାତନା । ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଜଣଙ୍କ ହେଉଛନ୍ତି ରୁଚିକା ମହାନ୍ତି । ସେ ବିଜେବି କଲେଜର କାରୁବାକୀ ଛାତ୍ରୀ ନିବାସରେ ରହୁଥିଲେ। ସିନିୟର ଛାତ୍ରୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି ରୁଚିକା । କଲେଜର ୩ ଜଣ […]

Continue Reading

ପାକିସ୍ତାନରେ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ । ଶୁକ୍ରବାର ପାକିସ୍ତାନ ସରକାର ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କୁ ଏହି ସୂଚନା ଦେଇଛନ୍ତି । ବନ୍ଦୀ ମାନଙ୍କ ଭିତରେ ରହିଛନ୍ତି ୪୯ ଜଣ ସାଧାରଣ ନାଗରିକ ଏବଂ ୬୩୩ ଜଳପଥ ସୀମା ପାର କରିଥିବା ମତ୍ସ୍ୟଜୀବୀ । ଏହି ତଥ୍ୟ ଉଭୟ ପକ୍ଷରୁ ଆଦାନପ୍ରଦାନ କରାଯାଇଛି । ଭାରତୀୟ ଜେଲରେ ୪୬୧ ଜଣ ପାକିସ୍ତାନୀ ନାଗରିକ ଅଟକ ଅଛନ୍ତି । ୩୪୫ ଜଣ ସାଧାରଣ […]

Continue Reading

ଭୁବନେଶ୍ୱର ପରେ ଏବେ କଟକରେ ମାସ୍କ ବାଧ୍ୟତାମୂଳକ

କଟକ : ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ହେଲା । କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି । କୋଭିଡ଼ ସଂକ୍ରମଣ ବଢ଼ିବାରୁ ପ୍ରଶାସନ କଟକଣା କଡ଼ା କରିଛି । କଟକରେ ରହୁଥିବା ଲୋକଙ୍କ ସମେତ କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ସେହିପରି ବାହାରକୁ ଗଲେ ବା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି । ଏହାସହ ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତ୍ୱ […]

Continue Reading

ହାଇଦ୍ରାବାଦ୍‌ରେ ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ: ମୋଦି ଯୋଗଦେବେ

ହାଇଦ୍ରାବାଦ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦେଶରୁ ସବୁ ବରିଷ୍ଠ ବିଜେପି ନେତା ଏବେ ହାଇଦ୍ରାବାଦରେ ପହଁଚି ସାରିଛନ୍ତି । ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଜାରି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ନେତା ଏହି ବୈଠକରେ ଯୋଗଦେବେ । ଏତଦ୍ […]

Continue Reading