NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ବିଧାୟକମାନଙ୍କୁ ନବୀନଙ୍କ ଅପିଲ

ଭୁବନେଶ୍ୱର :  ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନବୀନଙ୍କ ସମର୍ଥନ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ସବୁ ବିଧାୟକମାନଙ୍କୁ ନବୀନ କଲେ ଅପିଲ । ଟୁଇଟ୍ ଜରିଆରେ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକମାନଙ୍କୁ ସମର୍ଥନ କରିବାକୁ ଅପିଲ କରିଛନ୍ତି । ସର୍ବସମ୍ମତିକ୍ରମେ ଦଳମତ ନିର୍ବିଶେଷରେ ସମର୍ଥନ କରିବାକୁ ଅପିଲ । ମୁଖ୍ୟମନ୍ତ୍ରୀ ବିଦେଶରେ ଥିବା ସ୍ୱତେ ସମର୍ଥନ ନେଇ ଘୋଷଣା କରିଛନ୍ତି । ଏବଂ ବିଧାନସଭାର ସମସ୍ତ […]

Continue Reading

ଆଇଆରବି ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର : ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଥିବା ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଏହି ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। ଏହି ନୂତନ ପଦବୀଗୁଡ଼ିକ ହେଲା ଡେପୁଟି କମାଣ୍ଡଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନଷ୍ଟେବଲ-୧୫୪, ଇନ୍ସପେକ୍ଟର-୧, ସବଇନ୍ସପେକ୍ଟର-୨, ହାବିଲଦାର-୪, କନଷ୍ଟେବଲ-୧୩, ହେଡକ୍ଲର୍କ-୧, ମେଡ଼ିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧।

Continue Reading

ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ସବୁ ବିଧାୟକଙ୍କୁ ଆହ୍ୱାନ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସଭାପତି ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ନବୀନ ଏନେଇ ବୁଧବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନବୀନ ତାଙ୍କ ଟ୍ୱିଟରେ ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକଙ୍କୁ ଦ୍ରୌପଦିଙ୍କୁ ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି । ନବୀନ ଲେଖିଛନ୍ତି ଯେ- “ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଆହ୍ୱାନ କରୁଛି ଯେ ଦଳଗତ ନିର୍ବିଶେଷରେ ଦ୍ରୌପଦିଙ୍କୁ ଭୋଟ୍ କରି ଦେଶର ସର୍ବୋଚ୍ଚ ପଦବୀ […]

Continue Reading

ଓଡ଼ିଶାରେ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଆଜି ବିଶ୍ୱ ପାଳିଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧କୁ ସାରା ବିଶ୍ୱରେ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୭୭ଟି ଦେଶରେ ଯୋଗସନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଥିମ୍ ରହିଛି ମାନବିକତା ପାଇଁ ଯୋଗ। ଯୋଗ ଭାରତୀୟ ପରମ୍ପରା ଓ ସଂସ୍କୃତିର ନିଦର୍ଶନ। ଯୋଗ କରିବା ଦ୍ୱାରା ମନୁଷ୍ୟ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ହୋଇଥାଏ। ସାରା ଦେଶରେ ୭୫ଟି ଐତିହ୍ୟ ସ୍ଥଳରେ ଯୋଗାସନ କାର୍ଯ୍ୟକ୍ରମ […]

Continue Reading

‘ଅଗ୍ନିପଥ’ ଯୋଜନରେ ରେଜିମେଣ୍ଟ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଣୀତ କରିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ଅନେକ ଦ୍ୱନ୍ଦ ଏବଂ ଆଶଙ୍କା ଲାଗି ରହିଛି । ସେ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଶଙ୍କା ହେଉଛି ରେଜିମେଣ୍ଟ ବ୍ୟବସ୍ଥାର ଉଚ୍ଛେଦ । ଏକ ଗୁଜବ ଆଲୋଚନା ହେଉଛି ଯେ, ଭାରତୀୟ ସେନାରୁ ରେଜିମେଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯାଉଛି । ନୂଆ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ରେ ଏହି ବ୍ୟବସ୍ଥା ରହିବନି ବୋଲି ଆଲୋଚନା ହେଉଥିଲା । ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା […]

Continue Reading

ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରୋମରେ ପହଁଚି ଭ୍ରମଣ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଥମେ  ପିଆଜା ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍କମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ  କହିଥିଲେ ଯେ  ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ନୀତି ଦ୍ୱାରା ସେ  ଅନୁପ୍ରାଣିତ ହୋଇଛନ୍ତି । ଏପରିକି 2018 ରେ, ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ବାର୍ଷିକୀ ପାଳନ […]

Continue Reading

ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ, ରଥଯାତ୍ରା ପାଇଁ ଗଡ଼ିବ ୨ ଶହ ଟ୍ରେନ୍

ପୁରୀ: ଖୁବଶୀଘ୍ର ପୁରୀ ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ୩୬୪ କୋଟି ଟଙ୍କାର ଟେଣ୍ଡର ହୋଇଛି । ଆଉ ୨ ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି । ଏଥିପାଇଁ ପୁରୀରେ ବିମାନ ବନ୍ଦର […]

Continue Reading

SDJMଙ୍କ ନିର୍ଦ୍ଦେଶରେ କଟକ ଜିଲ୍ଲା ଜଜଙ୍କ ଅନ୍ତରୀଣ ରୋକ୍: ଅନୁଭବଙ୍କ ଘରେ ରହିବେ ବର୍ଷା

ଭୁବନେଶ୍ୱର :  ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ।  ମାମଲାରେ କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଅଦାଲତ ଆଜି ରହିତାଦେଶ ଜାରି କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଝଟକା ଲାଗିଛି । ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ ରୋକ୍‌ ଲଗାଇଛନ୍ତି। ତେଣୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ଅନୁଭବଙ୍କ ଘରେ ରହିପାରିବେ । ଜୁଲାଇ ୪ ତାରିଖରେ ମାମଲାର […]

Continue Reading

ସାରା ବିଶ୍ୱରେ ପାଳିତ ହେଉଛି ଯୋଗ ଦିବସ । ୨୦୨୨ ପାଇଁ ସ୍ଳୋଗାନ୍ ‘ମାନବ ଜାତି ପାଇଁ ଯୋଗ’

ଭୁବନେଶ୍ବର: ବିଶ୍ୱ ସଂସ୍ଥା ଅନୂୁଯାୟୀ ସମ୍ପୂର୍ଣ୍ଣ ଓ ସୁସ୍ଥ ଶରୀର, ମନ, ସମାଜ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଯୋଗ ହେଉଛି ଏକ ସର୍ବୋକ୍ରୃଷ୍ଟ ମାଧ୍ୟମ । ତେବେ ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ଥିମ୍ ରହିଛି ‘ମାନବ ଜାତି ପାଇଁ ଯୋଗ’ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ । ଦୁନିଆକୁ ଆମର ଏହି ପ୍ରାଚୀନ କଳା ଓ ଏହାର ସୁଫଳ ସମ୍ପର୍କରେ ଅବଗତ କରାଇବା ପାଇଁ ଆମ […]

Continue Reading

ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ଭିଜିଲାନ୍ସକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରଭୁକ୍ତ କରିବାକୁ ଓଡ଼ିଶା ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଭାଗ ଦ୍ୱାରା କରାଯାଇଥିବା ସମ୍ବେଦନଶୀଳ ଏବଂ ଗୋପନୀୟ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ ସମସ୍ତ ପ୍ରସଙ୍ଗରେ ରାଜ୍ୟ ଭିଜିଲାନ୍ସକୁ ଆରଟିଆଇ ପରିସରଭୁକ୍ତ କରାଯିବା ଉଚିତ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ପକ୍ଷରୁ କରାଯାଇଥିବା ସମ୍ବେଦନଶୀଳ ଓ ଗୋପନୀୟ କାର୍ଯ୍ୟକଳାପକୁ ଛାଡ଼ିଦେଲେ ଅନ୍ୟ ସମସ୍ତ କାମକୁ ଭିଜିଲାନ୍ସ ବିଭାଗ ସାର୍ବଜନୀନ କରିବାକୁ ରାଜ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ […]

Continue Reading