ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାରାଙ୍କ ଟାର୍ଗେଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ନିର୍ବାଚନ ସମୟ ଆସିଲେ ନବୀନ ଜିତିବା ନେଇ ଏହି ଭଳି ରାଜନୀତି ଆରମ୍ଭ କରିଛନ୍ତି । ସବୁଆଡେ ଇନ୍ଦିରାଆବାସ ଯୋଜନା ମିଳୁଛି ହେଲେ ଏପର୍ଯ୍ୟନ୍ତ କେବିକେ ଅଞ୍ଚଳରେ ଗୋଟିଏ ବି ଇନ୍ଦିରା ଆବାସ ଘର ନାହିଁ। ନବୀନଙ୍କୁ କହିଛନ୍ତି ବିଜୁ ବାବୁଙ୍କ ନାଁରେ ଲୋକଙ୍କୁ ସମସ୍ତ ସୁବିଧା ଦିଆଯାଉଛି । ହେଲେ ଏସବୁ ଲୋକଙ୍କୁ ଠକିବା ପାଇଁ କରାଯାଉଛି ।ବିଜେପି ଓ […]

Continue Reading

ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ଗଞ୍ଜାମ: ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ହିଞ୍ଜିଳି ଆରଏମସି ଛକରେ ବିରୋଧ । କଂଗ୍ରେସ କର୍ମୀ ମାନେ ରାସ୍ତା ଉପରକୁ ଆସି କଳା ପତାକା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ମମିତା ମେହେର ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ବିରୋଧ କରାଯାଇଛି । ଘଟଣାରେ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ପୋଲିସ୍ ଏପରି କରିଥିବାର ଶୁଣିବାକୁ ମିଳିଛି । ବିଭିନ୍ନ […]

Continue Reading

ରେକର୍ଡ ଟିକାକରଣ ଉପରେ ୩ ମାସର ମାଗଣା ରିଚାର୍ଜ ଦେଉଛନ୍ତି ସରକାର; ଜାଣନ୍ତୁ ଘଟଣାର ସତ୍ୟତା

ନୂଆଦିଲ୍ଲୀ: ସଙ୍କଟ ସମୟରେ ବି ହ୍ୟାକରମାନେ ନିରୀହ ଲୋକଙ୍କ ଫାଇଦା ଉଠାଇବାକୁ ପଛଘୁଞ୍ଚା ଦେଉନାହାନ୍ତି । ଏହାରି ମଧ୍ୟରେ ଲୋକଙ୍କ ଠବିକାର ନୂଆ ଯୋଜନା ବାହାର କରିଛନ୍ତି ହ୍ୟାକର । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି ହେଉଛି କି, ରେକର୍ଡ କୋଭିଡ ଟିକାକରଣର ଉତ୍ସବ ପାଳନ କରିବାକୁ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଗ୍ରାହକଙ୍କୁ ୩ ମାସର ମାଗଣା ମୋବାଇଲ ରିଚାର୍ଜ ଦେଉଛନ୍ତି କେନ୍ଦ୍ର ସରକାର । ଏହି ଆପଣଙ୍କୁ […]

Continue Reading

ଆସାମରୁ ଉଦ୍ଧାର ହେଲା ମାରାଡୋନାଙ୍କ ଚୋରି ଘଂଟା

ନୂଆଦିଲ୍ଲୀ: ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଚୋରି ହୋଇଥିବା ଘଂଟା ଆସାମରୁ ଉଦ୍ଧାର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ମାରାଡୋନାଙ୍କ ମୃତ୍ୟୁ ୨୦୨୦ରେ ହୋଇଥିଲା । ଆସାମ ଓ ଦୁବାଇ ପୋଲିସ ମିଳିତ ଭାବେ ଚଢ଼ାଉ କରି ସମ୍ପୃକ୍ତ ଘଟଣାରେ ଚରାଇଦେବ ଜିଲ୍ଲାର ୱାଜିଦ ହୁସେନ ନାମକ ଯୁବକଙ୍କୁ ଗିରଫ କରିଛନ୍ତି । ଦୁବାଇରେ ଏହି ଯୁବକଜଣଙ୍କ କାମ କରୁଥିବା […]

Continue Reading

ନବରଙ୍ଗପୁରରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନବରଙ୍ଗପୁର : ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ। ଛତିଶଗଡ଼ ମେନପୁର ଡିଭିଜନର ଜଣେ ହାର୍ଡକୋର ମାଓବାଦୀା ଆଜି ଆତ୍ମ ସମର୍ପଣ କରିଛନ୍ତି। ତାଙ୍କ ନାଁ କମଲେଶ୍ୱରୀ ମରେଇ ଓରଫ ଅମିଲା। ଦକ୍ଷିଣାଞ୍ଚଳ ଡିଆଇଜି ଓ ରାଜେଶ ପଣ୍ଡିତ ଏବଂ ନବରଙ୍ଗପୁର ଜିଲ୍ଲା ଏସପି ପୁରୁଷୋତ୍ତମ ଦାସଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଅମିଲା । ଏହି ମହିଳା ମାଓବାଦୀ ଜଣକ ଛତିଶଗଡ଼ ମେନପୁରର ନୂଆ ଡିଭିଜନ ପାଇଁ କାମ କରୁଥିଲେ। ନକ୍ସଲ ମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପରେ ଅତିଷ୍ଟ […]

Continue Reading

ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ବଦ୍ରିନାରାୟଣ ପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତାଙ୍କର ହାର୍ଟରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନେବାକୁ […]

Continue Reading

ଆସନ୍ତାକାଲି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ,ବାଣ୍ଟିବେ ସ୍ମାର୍ଟ ହେଲଥ୍ କାର୍ଡ

ବ୍ରହ୍ମପୁର :ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଯିବେ। ଗଞ୍ଜାମରେ BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁରେ ବିଭିନ୍ନ ପ୍ରକଳ୍ପର ଶୁଭାକମ୍ଭ କରିବେ। ସକାଳ ୧୦ ଟାରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ମା’ ଙ୍କ ଦର୍ଶନ କରିବେ। ହିଞ୍ଚିଳିକାଟୁରୁ ବାହାରି ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ। ସେଠାରେ ମଧ୍ୟ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀା ସେଠାରେ ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ […]

Continue Reading

ଓଡ଼ିଶାରେ ଜୱାଦ କ୍ଷେୟକ୍ଷତିର ଆକଳନ କରିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଜୱାଦ କ୍ଷେୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଛନ୍ତି। ଏହି ଟିମ୍ ଜଗତସିଂହପୁର, କଟକ ,କେନ୍ଦ୍ରାପଡ଼ା ଯାଇ କ୍ଷୟକ୍ଷତିର ଆକଳନ କରିବାର କାର୍ଯ୍ୟକ୍ରମ ରହିଛି। ଜୱାଦ ପ୍ରଭାବିତ ଅଞ୍ଚଳର ପରିବଦର୍ଶନ କରିବା ସହ ଯାଞ୍ଚ କରିବ ଟିମ୍। ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରିବେ ଯାହା ରିପୋର୍ଟ କେନ୍ଦ୍ର ଗୃହମନ୍ତ୍ରାଳୟରେ ଦାଖଲ କରିବେ। ୪ ତାରିଖ ଦିନ ବାତ୍ୟା ଜୱାଦ ରୂପ […]

Continue Reading

ମମିତା ମେହେର ହତ୍ୟା ଘଟଣା, ୧୫ରେ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି

କଣ୍ଟାବାଞ୍ଜି:- ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ଆସନ୍ତା ୧୫ରେ ହେବ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଶୁଣାଣି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହେବ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଶୁଣାଣି । ଗୋବିନ୍ଦ ସାହୁଙ୍କ ଓକିଲ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ଆବେଦନ କରିଛନ୍ତି । କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) ଏହି ଜାମିନ ଆବେଦନର ଶୁଣାଣି କରିବେ । ପୂର୍ବରୁ ଗତ ୬ ତାରିଖରେ ଗୋବିନ୍ଦଙ୍କ […]

Continue Reading

କଂଗ୍ରେସ କର୍ମୀଙ୍କୁ ପୋଲିସ ପିଟିବା ଘଟଣା ,୧୪ ତାରିଖରେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ଭବନରେ ପଶି ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ପିଟିବା ଘଟଣାରେ ପ୍ରତିବାଦ କରିବ କଂଗ୍ରେସ। ଆସନ୍ତା ୧୪ ତାରିଖରେ ଜିଲ୍ଲା ଏସପିଙ୍କ ଅଫିସ ଆଗରେ ଧାରଣା ଦେବ କଂଗ୍ରେସ। ୧୪ ତାରିଖ ସକାଳ ୯ ଟାରୁ ଅପରାହ୍ନ ୧ ଟାଏ ଯାଏଁ ଧାରଣା ଦେବ କଂଗ୍ରେସ। ଶନିବାର ଲୋୟର ପିଏମଜିରେ ମମିତା ମେହେର ହତ୍ୟା ପ୍ରସଙ୍ଗକୁ ରାଜରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ। ଏହି ସମୟରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା […]

Continue Reading