ଦିନ ଦ୍ୱିପହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ବିଭତ୍ସ ହତ୍ୟା

ଝାରସୁଗୁଡା : ବିନ ଦ୍ୱିପ୍ରହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବ ନାୟକଙ୍କୁ ବିଭତ୍ସ ହତ୍ୟା । ସେ ଘରେ ଥିବା ବେଳେ ଜଣେ ଦୁର୍ବୁତ ତାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ମୃତ୍ୟୁ ହୋଇଥିଲା । ଲଇକେରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି । ତେବେ ହତ୍ୟାକାରୀ ଶ୍ରୀ ନାୟକଙ୍କୁ ୧୦୦ଟଙ୍କା ମାଗିଥିଲା ଓ ସେ […]

Continue Reading

ଦେଶରେ ବିଳମ୍ବରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ: ସେଣ୍ଟର କୋଭିଡ-୧୯ ୱାର୍କିଙ୍ଗ୍‌ ଗ୍ରୁପ୍‌ର ମୁଖ୍ୟ ଡ. ଏନ.କେ ଅରୋରା ରବିବାର କହିଛନ୍ତି ଯେ କରୋନା ଭାଇରସର ତୃତୀୟ ତରଙ୍ଗ ବିଳମ୍ବରେ ଆସିବାର ସମ୍ଭାବନା ରହିଛି। ଡକ୍ଟର ଆରୋରା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ ଅନୁଯାୟୀ ତୃତୀୟ ତରଙ୍ଗ ଦେଶରେ ବିଳମ୍ବରେ ଆସିବ। କେନ୍ଦ୍ରୀୟ ପ୍ୟାନେଲର ଅଧ୍ୟକ୍ଷ କହିଛନ୍ତି ଯେ ଦେଶରେ ସମସ୍ତଙ୍କୁ ୬ରୁ ୮ ମାସ ମଧ୍ୟରେ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

Continue Reading

ଗାଁରେ ସ୍ୱପ୍ନ ବିକାଶର ଚିତ୍ର

ରାୟଗଡା : ଚାରିଆଡେ ଡଙ୍ଗର ଆଉ ମଝିରେ ଗାଁ । ସାତ ଦଶନ୍ଦି ପରେ ବି ଲୋକେ ପାଉନାହାନ୍ତି ମୌଳିକ ସୁବିଧା । ବିକାଶର ଛାଇ ସ।ତ ସପନ ହୋଇଯାଇଛି ରାୟଗଡା ଜିଲ୍ଲାରେ । ଜିଲ୍ଲାର ଚିତ୍ର ସଂପୂର୍ଣ୍ଣ ଅଲଗା ।  ଜିଲାର ସଦର ମହକୁଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ସେରାପଡି ଗାଁ । ରାୟଗଡା ସହରରୁ ମାତ୍ର ଦୁଇ କିଲୋମିଟର ଝଞ୍ଜାବତୀ ନଦୀ ପାର ହୋଇଗଲେ ଚିତ୍ର ସ୍ପଷ୍ଟ ବାରି ହୋଇପଡିବ ।  […]

Continue Reading

ପଥରରେ ନନ୍ଦିଘୋଷ ରଥ

ପୁରୀ : ସାରା ବିଶ୍ୱରେ ଏବେ କୋଭିଡ ମହାମାରୀ ଆତଙ୍କ । ଏହି ପରିସ୍ଥିତିରେ ଚଳିତ ବର୍ଷ ବି ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ହେବାକୁ ଥିବାରୁ ଏହି ସ୍ମୃତିରେ ପୁରୀର ଜଣେ ପଥର ଶିଳ୍ପୀ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଅବିକଳ ନନ୍ଦିଘୋଷ ରଥର ପ୍ରତିକୃତି ହୋଇ ଥିବା ବେଳେ ରଥରେ ସାରଥୀ , ଘୋଡ଼ା , ପାର୍ଶ୍ଵ ଦେବଦେବୀ ସମେତ […]

Continue Reading

ଏହି ରାଜ୍ୟରେ ଜୁଲାଇ ୫ ଯାଏ ବଢିଲା ଲକ୍‌ଡାଉନ

ଚଣ୍ଡୀଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ରାଜ୍ୟରେ ଜୁଲାଇ ୫ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର। ଏଥର କିନ୍ତୁ ଲକ୍‌ଡଡାଉନ୍‌ ଅବଧି ବଢିବା ସହିତ କିଛିଟା କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର। କେତେକ ଜରୁରୀକାଳୀନ ସେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ସରକାର। ହରିୟାଣା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ଏକ ନୂତନ ଆଦେଶରେ କୁହାଯାଇଛି ଯେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ […]

Continue Reading

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ ବୋଲି କହିଛନ୍ତି ପ୍ରଫେସର ଗଣେଶୀ ଲାଲ୍‍ । ରବିବାର ଭର୍ଚୁଆଲ୍‍ରେ ଅନୁଷ୍ଠିତ କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି ରାଜ୍ୟପାଳ । ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ। ସେମାନଙ୍କ ପାଇଁ ଭଲ ପରିବେଶ, […]

Continue Reading

ଦୁନିଆରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଡିଜେ: ପ୍ୟାରିସ୍ ହିଲଟନ୍

ଲସ୍ ଆଞ୍ଜେଲସ୍: ସମାଜସେବୀ ତଥା ଉଦ୍ୟୋଗୀ ପ୍ୟାରିସ୍ ହିଲଟନ୍ ହେଉଛନ୍ତି ବିଶ୍ବର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଡିଜେ। ସେ କହିଛନ୍ତି ଯେ ଏଥିପାଇଁ ସେ କେବଳ ତାଙ୍କ ଆବେଗକୁ ଅନୁସରଣ କରିଥିଲେ ଏବଂ ସଙ୍ଗୀତ ବଜାଇବା ଏବଂ ଅଭିନୟକୁ ସେ ସବୁବେଳ ପ୍ରାଥମିକତା ଦେଇଆସିଥିଲେ। ସଙ୍ଗୀତ ବଜାଇବା ଏବଂ ଅଭିନୟ କରିବା ସର୍ବଦା ତାଙ୍କର ସୁପର ପାୱାର୍ ଥିଲା। “ଯେତେବେଳେ ମୁଁ ପ୍ରଥମେ ଡିଜେ ଶିଖିବାକୁ ସ୍ଥିର କଲି, ମୁଁ କେବଳ ମୋର ଉତ୍ସାହ, ସଙ୍ଗୀତ ପ୍ରତି […]

Continue Reading

ଗୋଦରା କୋଡ଼େ ଯେତେ ମାଡ଼େ ସେତେ

ଭୁବନେଶ୍ୱର: ଆମ ଓଡ଼ିଆରେ ଗୋଟେ କଥା ଅଛି ଗୋଦରା କୋଡ଼େ ଯେତେ ମାଡ଼େ ସେତେ । ଅର୍ଥ ସମସ୍ତେ ଜାଣନ୍ତି । ଆଜି ପୁଣି ସେ କଥା କାହିଁକି ?ଆଜିକାଲି ଆମ ସରକାର ଜନସାଧାରଣଙ୍କ ଗମନାଗମନ ଉପରେ ଅଗ୍ରାଧିକାର ଦେଉଛନ୍ତି । ଭଲ କଥା । ଖରାପ କିଏ କହିବ? କାହିଁକି ବା କହିବ? ହଁ ବିରୋଧି ଦଳଙ୍କ କଥା ଅଲଗା । ଅନେକ ବର୍ଷ ହେଲାଣି ଭାରତୀୟ ରାଜନୀତିରେ ବିରୋଧି ଦଳର କାମ କେବଳ କ୍ଷମତାରେ […]

Continue Reading

ବାହା ହେଲେ ଅଭିନେତ୍ରୀ ସାନା ଶାୟାଦ

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ସାନା ସାୟାଦ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା କଲେଜ ବନ୍ଧୁ ଇମାଦ୍ ଶାମସିଙ୍କୁ ବିବାହ କରିଛନ୍ତି। ଗତକାଲି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାନା ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ନିକାର କିଛି ସୁନ୍ଦର ସ୍ମୃତି ସେୟାର କରିଥିଲେ। ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସାନା ଅନେକ ଟେଲି ଧାରାବାହିକରେ ଅଭିନୟ କରିଛନ୍ତି। ଲକ୍‌ଡାଉନ୍‌ କୀ ଲଭ୍‌ ଷ୍ଟୋରୀ, ଦିବ୍ୟାଦୃଷ୍ଟି ଭଳି ହିଟ୍‌ […]

Continue Reading

ଟିକା ଯୋଗାଣ ଅନୁପାତ ପରିବର୍ତ୍ତନ ପାଇଁ ଚିଠି ଲେଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟକୁ କେନ୍ଦ୍ର ଦେଉଥିବା ଟିକା ଯୋଗାଣର ନିୟମ ବଦଳାଇବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଥିବା ଟିକାରୁ ରାଜ୍ୟ ସରକାର ସିଧାସଳଖ ୭୫ ପ୍ରତିଶତ ହାରରେ ଟିକା କମ୍ପାନିଠାରୁ କିଣିପାରିବେ। ଏବଂ ୨୫ ପ୍ରତିଶତ ଟିକା ରାଜ୍ୟର ଘରୋଇ ହସପିଟାଲ କିଣିପାରିବେ। କିନ୍ତୁ ରାଜ୍ୟରେ ଲୋକ ଅନୁପାତରେ ସେତିକି ଘରୋଇ ହସପିଟାଲ ନାହିଁ। ଫଳରେ ରାଜ୍ୟକୁ ମିଳିବାକୁ […]

Continue Reading