ମୃତ୍ୟୁ ପରେ ବି ଅମର: ଅଙ୍ଗଦାନ କରି ୩ ରାଜ୍ୟରେ ୫ଜଣଙ୍କୁ ନୂଆ ଜୀବନ ଦେଲେ ମହିଳା

ସୁରତ: ମୃତ୍ୟୁ ପରେ ବି ଅମର । ନିଜେ ବଞ୍ଚି ପାରିଲେ ନାହିଁ । କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇଲେ । ସୁରତର ଜଣେ ମହିଳାଙ୍କ ମହାନତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୃତ୍ୟୁ ପରେ ଅଙ୍ଗଦାନ କରି ସେ ୩ଟି ରାଜ୍ୟର ୫ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମହିଳାଙ୍କ ନାଁ କାମିନୀ ପଟେଲ୍ ଓ ବୟସ ୪୬ ବର୍ଷ । ସୁରତର ବାରଡୋଲି ଅଞ୍ଚଳର ବାସିନ୍ଦା କାମିନୀ । ବ୍ରେନ୍ ଷ୍ଟ୍ରୋକ୍ ପରେ ତାଙ୍କୁ […]

Continue Reading

ଓଡ଼ିଶା ପହଞ୍ଚିଲା ମୌସୁମୀ: ୪୮ ଘଣ୍ଟାରେ ସାରା ଓଡ଼ିଶାକୁ ଛୁଇଁବ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୪୮ ଘଣ୍ଟା ଭିତରେ ସାରା ଓଡ଼ିଶାରେ ସକ୍ରିୟ ହେବ । ଏନେଇ ଅନୁକୂଳ ପରିବେଶ ରହିଛି । ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବର୍ଷ ଆକଳନ ଅନୁସାରେ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି । ଏହାର […]

Continue Reading

ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ସୁଶାନ୍ତ ସିଂଙ୍କ ଜୀବନ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ’ । ଆସନ୍ତାକାଲି ଏହା ମୁକ୍ତିଲାଭ କରିବାର ଅଛି । ରିଲିଜ ଉପରେ ରୋକ ଲଗାଇବାକୁ ପିଟିସନ୍ ଫାଇଲ୍ କରିଥିଲେ ସୁଶାନ୍ତଙ୍କ ବାପା କେ. କେ. ସିଂ । କୌଣସି ଫିଲ୍ମରେ ପୁଅର ନାଁ ଓ ତାସହ ମେଳ […]

Continue Reading

ଜୀବନ ଯୁଦ୍ଧରେ ହାରିଗଲେ ସ୍ୱର୍ଣ୍ଣ ପଦକ ବିଜେତା ମୁଷ୍ଟିଯୋଦ୍ଧା ଗାଙ୍ଗୋମ ଡିଙ୍କୋ ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ବକ୍ସର(ମୁଷ୍ଟିଯୋଦ୍ଧା) ଗାଙ୍ଗୋମ ଡିଙ୍କୋ ସିଂହ । ୪୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଲିଭର୍ କ୍ୟାନସର ରୋଗରେ ସେ ପୀଡ଼ିତ ଥିଲେ । ବକ୍ସିଂ ରିଂରେ ପ୍ରତିପକ୍ଷଙ୍କୁ ଚିତ କରୁଥିବା ଏହି ପୂର୍ବତନ ମୁଷ୍ଟିଯୋଦ୍ଧା ଜୀବନ ଯୁଦ୍ଧରେ ହାରିଗଲେ । ୨୦୧୭ ମସିହାରୁ ସେ ରୋଗାଗ୍ରସ୍ତ ଥିଲେ । ମଣିପୁର ବାସିନ୍ଦା ଗାଙ୍ଗୋମ ଡିଙ୍କୋ ସିଂହଙ୍କ ଦେହାନ୍ତରେ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି । ଗଭୀର ଶୋକବ୍ୟକ୍ତ କରିଛନ୍ତି […]

Continue Reading

କରୋନା ମୃତ୍ୟୁରେ ଲମ୍ବା ଲମ୍ଫ: ଦିନକରେ ଦେଶରୁ ରେକର୍ଡ ୬ ହଜାର ମୃତ୍ୟୁ, ୯୪ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ହଠାତ୍ ଲମ୍ବା ଡିଆଁ ମାରିଛି ଦୈନିକ ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ରେକର୍ଡ ୬ହଜାର ୧୪୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ବିହାର ସରକାର ତାଲିକାରେ ୩ହଜାର ୯୫୧ ମୃତ୍ୟୁସଂଖ୍ୟା ଯୋଡ଼ିବା ପରେ ଦିନକରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୦୦ ପାର କରିଛି । ଦେଶରେ କରୋନାରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୫୯ହଜାର ୬୭୬ ଜୀବନ ଗଲାଣି । କ୍ରମାଗତ ତୃତୀୟ ଦିନରେ […]

Continue Reading

୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ, ପାଞ୍ଚ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ନିର୍ଦ୍ଧିରିତ ଦିନଠାରୁ ଆଗକୁ ପହଞ୍ଚିପାରେ । ଆସନ୍ତା ୪୮ ଘଣ୍ଟା ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ । ଆଜି ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପ ସାଗରରେ ମୌସୁମୀ ସକ୍ରିୟ ରହିଛି । ଆସନ୍ତାକାଲି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାକି ମୌସୁମୀ ବାୟୁକୁ ଆଗୁଆ ଓଡ଼ିଶା […]

Continue Reading

ଭୁବନେଶ୍ୱରରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକା ପାଇଁ ଦରକାର ନାହିଁ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ରାଜଧାନୀରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା । ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଆଜିଠୁ ଆଉ ସ୍ଲଟ ବୁକିଂ କରିବାକୁ ପଡ଼ିବ ନାହିଁ । ସେମାନେ ସିଧାସଳଖ ସେଣ୍ଟରକୁ ଯାଇ ଦ୍ୱିତୀୟ ଡୋଜ୍ ଟିକା ନେଇ ପାରିବେ । ଯେଉଁ ସେଣ୍ଟରରେ ପ୍ରଥମ ଡୋଜ୍ ନେଇଥିଲେ ସେହିଠାରୁ ନେବେ ଦ୍ୱିତୀୟ ଡୋଜ୍ ଟିକା । ଆଜିଠାରୁ ପ୍ରତିଦିନ ଅପରାହ୍ମ ୩ଟରୁ ୬ଟା ଭିତରେ ସେମାନେ […]

Continue Reading

ମୁମ୍ବାଇରେ ବର୍ଷା ଆଣିଲା ବିତ୍ପାତ, ୪ ମହଲା କୋଠା ଭୁଶୁଡ଼ି ୧୧ ମୃତ

ମୁମ୍ବାଇ: ଲଗାଣ ବର୍ଷା ପରେ ମୁମ୍ୱାଇରେ ଭୁଶୁଡ଼ିଲା ଚାରି ମହଲା କୋଠା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାଂବଶେଷ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ୍ । ଅଗ୍ନିଶମ, ଏନଡିଆରଏଫ୍ ଓ ପୋଲିସ ଲାଗିଛନ୍ତି । ଗତକାଲି ରାତି ପାଖାପାଖି ୧୧ଟା ବେଳେ ମାଲାଡ ଓ୍ୱେଷ୍ଟ ଅଞ୍ଚଳରେ ଥିବା ୪ ମହାଲା ବିଲଡିଂ ଭୁଶୁଡି ପଡ଼ିଥିଲା । କିଛି ଲୋକଙ୍କୁ ଉଦ୍ଧାର […]

Continue Reading

‘ଦି ଟାଇମ୍ସ‌ ହାଇଅର ଏଜୁକେସନ୍‍’ ରାଙ୍କିଙ୍ଗ୍‌ରେ ଦେଶର ୩୦ତମ ସ୍ଥାନରେ କିଟ୍‌

ଭୁବନେଶ୍ୱର: ଦି ଟାଇମସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ ୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମସ ହାଇଅର ଏଜୁକେସନ୍‍’ ପକ୍ଷରୁ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ ଫଳଫଳ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‍ ୩୦ତମ ସ୍ଥାନ ହାସଲ କରିଛି। ଏହାସହିତ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୨୫୧+ ବର୍ଗରେ ରହିଛି କିଟ୍‌। […]

Continue Reading

ପରିବହନ ବେଳେ ୨୦ରୁ ଅଧିକ କଣ୍ଟେନରରୁ ଅକ୍ସିଜେନ୍ ଲିକ୍

କଳାହାଣ୍ଡି: ପରିବହନ ସମୟରେ କଣ୍ଟେନରରୁ ଅକ୍ସିଜେନ୍ ନିର୍ଗତ ହୋଇଛି । ରେଳ ଯୋଗେ ଅକ୍ସିଜେନ୍ ପରିବହନ କରାଯାଉଥିଲା । ତେବେ କେସିଙ୍ଗା ରେଳଷ୍ଟେସନ ନିକଟରେ ହଠାତ୍ ଅକ୍ସିଜେନ୍ କଣ୍ଟେନରରୁ ବାହାରିବାକୁ ଲାଗିଥିଲା । ଲିକ୍ ଯୋଗୁ ଦୀର୍ଘ ସମୟ ଯାଏଁ ଏହି ଅମ୍ଳଜାନ ନିର୍ଗତ ହେଉଥିଲା । ପ୍ରାୟ ୨୦ରୁ ଅଧିକ କଣ୍ଟେନରରେ ଅମ୍ଳଜାନ ଝାରସୁଗୁଡାରୁ ରାୟଗଡା ଅଭିମୁଖେ ଯାଉଥିଲା । ତେବେ ହଠାତ୍ କେସିଙ୍ଗା ଷ୍ଟେସନ ନିକଟରେ ଅମ୍ଲଜାନ ଲିକ୍ ହେଉଥିବା ଘଟଣା ଜଣାପଡିଥିଲା । […]

Continue Reading