ଅନଗୁଳ ଜେଏସ୍‌ପିଏଲ୍‌ରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ

ଅନୁଗୁଳ: ଜେଏସ୍‌ପିଏଲ୍ ପରିସରରେ ନୂତନ୍ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅକ୍ସିଜେନ ସଂଯୁକ୍ତ ୨୭୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ କେୟାର ସେଣ୍ଟରର ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ ଜେଏସ୍‌ପିଏଲ୍ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଉପସ୍ଥିତ ଥିଲେ । ନୂତନ ଭାବେ ଲୋକାର୍ପିତ ହୋଇଥିବା କୋଭିଡ୍ କେୟାର ସେଣ୍ଟର ୧୦ଟି ନନ୍ ଇନଭାସିଭ ଭେଣ୍ଟିଲେଟର୍ ବେଡ୍ ଓ […]

Continue Reading

ରାଜଧାନୀରେ ଟିକାକରଣ ଲାଗି ୧୮ରୁ ୪୪ ବୟସ୍କ କରିପାରିବେ ସ୍ଲଟ୍ ବୁକ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ବର୍ତ୍ତମାନ କୋଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ମଙ୍ଗଳବାର ସୂଚନା ଦେଇଛି ଯେ ଯୋଗ୍ୟ ହିତାଧିକାରୀମାନେ ଜୁନ୍ ୨ ରୁ ଜୁନ୍ ୫ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଆଜି ସନ୍ଧ୍ୟା ୬ ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ ବୋଲି ବିଏମ୍ସି ସୂଚନା ଦେଇଛି। ଏହି ଟିକାକରଣ ଚାରୋଟି କେନ୍ଦ୍ରରେ କରାଯିବ – ୟୁପିଏଚ୍‌ସି, ୟୁନିଟ୍- […]

Continue Reading

ଯୁକ୍ତ ୨ ପିଲା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣ ଲାଗି କେନ୍ଦ୍ରର ଅନୁମତି ଲୋଡିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ଲସ୍ ୨ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣ ପାଇଁ ଓଡିଶା ସରକାର କେନ୍ଦ୍ରରୁ ଅନୁମତି ଲୋଡିଛନ୍ତି। ଏହି ଯୋଜନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଟିକା ରେଜିଷ୍ଟ୍ରେସନ ନିୟମ କୋହଳ କରିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ନବ ଦାସ । ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳର ଲୋକଙ୍କ ପାଇଁ ରେଜିଷ୍ଟ୍ରେସନରେ ସମସ୍ୟା ରହୁଛି।  ତେଣୁ ଟିକାକରଣ ନେଇ ରାଜ୍ୟ […]

Continue Reading

ଆଜି ସନ୍ଧ୍ୟାରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ସରକାରୀ ସୂତ୍ର ଅନୁଯାୟୀ ସମସ୍ତ ରାଜ୍ୟ ତଥା ଅନ୍ୟ ହିତାଧିକାରୀଙ୍କ ସହ ବ୍ୟାପକ ଆଲୋଚନା ସହ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ସୂଚନା ଦିଆଯିବ। ଏହି ବୈଠକରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କିଭଳି ଆୟୋଜନ କରାଯାଇପାରିବ ଏବଂ ପରୀକ୍ଷା ବାତିଲ୍‌ କରି କିପରି ଛାତ୍ରଛାତ୍ରୀଙ୍କ ପ୍ରମୋସନ୍‌ କରାଯିବ ସେ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି […]

Continue Reading

ଓଡ଼ିଶାର ସବୁଠୁ ଉଚ୍ଚତମ ଏବଂ ପ୍ରାଚୀନ ଇଟା ନିର୍ମିତ ମନ୍ଦିର ‘ଇନ୍ଦ୍ରଲାଠ’

ଭୁବନେଶ୍ୱର: ଐତିହ୍ୟ ଭରା ଓଡ଼ିଶାରେ ଉତ୍କୃଷ୍ଟ ପଥର ଶିଳ୍ପ,କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଅନେକ ଜ୍ୱଳନ୍ତ ଉଦାହରଣ ରହିଛି । ତେବେ ଲାଲ ଇଟାରେ ସୁନ୍ଦର ଭାବରେ ନିର୍ମିତ ଏକ ସୁଉଚ୍ଚ ପ୍ରାଚୀନ ଶିବ ମନ୍ଦିର ରହିଛି ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ ନିକଟରେ । ରାଣୀପୁର ଝରିଆଲର ପ୍ରସିଦ୍ଧ ତନ୍ତ୍ର ପୀଠ ଚଉଷଠି ଯୋଗିନୀ ମନ୍ଦିର ନିକଟରେ ଦଣ୍ଡାୟମାନ ଏହି ମନ୍ଦିରଟି ‘ଇନ୍ଦ୍ରଲାଠ’ ମନ୍ଦିର ନାମରେ ବେଶ ପରିଚିତ । ଏକ ଉଚ୍ଚ ପଥର ପିଣ୍ଡି ଉପରେ […]

Continue Reading

କୋଭିଡ୍ ସମୟରେ ରୋଗୀଙ୍କୁ ଟେଲି ପରାମର୍ଶ ଯୋଗାଉଛି ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ହେଲ୍ପଲାଇନ୍

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଜିଲ୍ଲା ହେଲ୍ପଲାଇନ୍ ଓ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ । ଏହା ଜରିଆରେ ବିଭିନ୍ନ ବିଷୟରେ ଲୋକଙ୍କୁ ସୂଚନା ଓ ପରାମର୍ଶ ଦିଆଯାଉଛି। ବିଶେଷକରି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରିଚାଳନା ଦିଗରେ ଏହା ବେଶ ସହାୟକ ହେଉଛି । ଏହି କଲ୍ ସେଣ୍ଟର ଗୁଡ଼ିକରେ ଡାକ୍ତରମାନେ ଉପସ୍ଥିତ ରହି କୋଭିଡ୍ ଏବଂ ଅଣ କୋଭିଡ୍ ରୋଗୀଙ୍କୁ ସିଧାସଳଖ ଚିକିତ୍ସା ଓ […]

Continue Reading

ଆର୍ଟ ଅଫ୍‍ ଗିଭିଂକୁ ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ବର : ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଜାରି ରହିଥିବା କିଟ୍‍ ଓ କିସ୍‍ ପ୍ରାୟୋଜିତ ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି । ମାନବିକତା ଓ ସମାଜ କଲ୍ୟାଣମୂଳକ କାର୍ଯ୍ୟ କରୁଥିବା ବିଶ୍ବର ବିଭିନ୍ନ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମକୁ ମୂଲ୍ୟାୟନ କରି ଏହି ପୁରସ୍କାର ପ୍ରଦାନ କରୁଛି ଆମେରିକାର ଟେଲରିଜ୍‍ ନେଟ୍‍ୱାର୍କ ଓ ମାକ୍‍ଜନତ୍‍ ଫାଉଣ୍ଡେସନ୍‍ । ଚଳିତ ବର୍ଷ ୧୫ଟି ଦେଶରୁ ୨୮ଟି […]

Continue Reading

5G ନେଟୱାର୍କ ବିରୋଧରେ ମାମଲା ଦାଏର କଲେ ଅଭିନେତ୍ରୀ ଜୁହି ଚାୱଲା

ନୂଆଦିଲ୍ଲୀ: ଦେଶରେ ୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ଏହାଦ୍ବାରା ମଣିଷ, ପଶୁ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ବିକିରଣ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଏହାର ଶୁଣାଣି ସେ ଜୁନ୍ ୨ ତାରିଖରେ ହେବ। ଜୁହି ଚାୱଲା କହିଛନ୍ତି ଯଦି ୫ଜି ପାଇଁ ଟେଲିକମ୍ ଇଣ୍ଡଷ୍ଟ୍ରିର ଯୋଜନା ସଫଳ ହୁଏ, ତେବେ କୌଣସି ବ୍ୟକ୍ତି, ପଶୁ, ପକ୍ଷୀ, କୀଟପତଙ୍ଗ […]

Continue Reading

ଅକ୍ସିଜେନ ସିଲିଣ୍ଡର ରିଫିଲିଂ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: ସରକାରୀ ଅନୁମୋଦିତ ହାରରେ ଅକ୍ସିଜେନ ସିଲିଣ୍ଡର ରିଫିଲିଂ କରିବାରେ ସହାୟତା ପାଇଁ ଗଞ୍ଜାମ ପ୍ରଶାସନ ହେଲ୍ପଲାଇନ ଜାରି କରିଛି। ଏହି ହେଲ୍ପଲାଇନ ନମ୍ବର ହେଉଛି 0680-2227000। ଏହାଛଡା ଅକ୍ସିଜେନ ସିଲିଣ୍ଡର କଳାବଜାରି ବିଷୟରେ ଜଣାଇବାକୁ ମଧ୍ୟ ଲୋକମାନେ ଏହି ନମ୍ବରକୁ କଲ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Continue Reading

ପଞ୍ଚାନନ ସାମଲଙ୍କୁ ମିଳିଲା ସୃଜନ ସମ୍ମାନ

ଭୁବନେଶ୍ୱର : ‘ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଆଣ୍ଡ କଲଚର ଆକ୍ଟ କନେକ୍ଟ ରିଫେକ୍ଟ -୪’ର ଷଷ୍ଠ ବାର୍ଷିକ ଆନ୍ତର୍ଜାତୀୟ କଳା ପ୍ରଦର୍ଶନୀ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଭରଚୁଆଲ ଆର୍ଟ ପ୍ରଦର୍ଶନୀରେ ଦେଶ ଓ ବିଦେଶରୁ ୩୦୫ କଳାକାରଙ୍କ ୫୫୬ଟି କାଳାକୃତି ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ତଥା ବିଶିଷ୍ଟ ଶିଳ୍ପୀ ପଞ୍ଚାନନ ସାମଲଙ୍କୁ ସୃଜନ ସମ୍ମାନ ପ୍ରଦାନ କରାଯାଇଛି। ଏହା […]

Continue Reading