CMS ର ବ୍ରାଣ୍ଡ୍‌ ଆମ୍ବାସାଡାର ପଦରୁ ହଟିଲେ ଅଭିନେତା ରଣଦୀପ ହୁଡା

ମୁମ୍ବାଇ: ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟକୁ କେନ୍ଦ୍ର କରି ବିବାଦ ଉପୁଜିବା ପରେ ଅଭିନେତା ରଣଦୀପ ହୁଡାଙ୍କୁ ମିଳିତ ଜାତିସଂଘର କନ୍‌ଜର୍‌ଭେସନ୍‌ ଅଫ୍‌ ମାଇଗ୍ରେଟୋରି ସ୍ପେସିଶ୍‌ ଅଫ୍‌ ୱାଇଲ୍ଡ ଆନିମଲ୍‌ସ (CMS)ର ବ୍ରାଣ୍ଡ୍‌ ଆମ୍ବାସାଡାର ପଦରୁ ହଟାଇ ଦିଆଯାଇଛି। ୨୦୧୨ ରେ ଏକ ମିଡିଆ ହାଉସ୍ ଦ୍ୱାରା ଆୟୋଜିତ ଏକ ଇଭେଣ୍ଟରୁ ୪୩ ସେକେଣ୍ଡ୍-କ୍ଲିପ୍ ସୋସିଆଲ୍‌ ମଡିଆରେ ଭାଇରାଲ୍‌ ହୋଇଥିଲା। ଏହି ଭିଡିଓରେ ରଣଦୀପ ହୁଡା ବହୁଜନ ସମାଜ ପାର୍ଟିର […]

Continue Reading

ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ ଅଭିଯୋଗ, ଫାଣ୍ଡି ଅଧିକାରୀ ଗିରଫ

ବାଲେଶ୍ୱର: ଚାରିଆଡେ ଖେଳିଥିଲା ବାତ୍ୟା ୟାସ୍‌ର କୋକୁଆ ଭୟ । ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସହାୟତା ଦେବା ପାଇଁ ନିୟୋଜିତ ହୋଇଥିଲେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍ ଓ ପୋଲିସ ପ୍ରଶାସନ । ତେବେ ଖାସ କରି ବାତ୍ୟା ପରେ ପୋଲିସର ଭୂମିକାକୁ ମିଳିଥିଲା ଭୁରିଭୁରି ପ୍ରଶଂସା । ହେଲେ ବାତ୍ୟା ସମୟରେ ଜଣେ ଫାଣ୍ଡି ଅଧିକାରୀଙ୍କ ଦ୍ୱାରା ଜଣେ କାର୍ଯ୍ୟରତ ମହିଳା କନେଷ୍ଟବଳ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସାଧାରଣ ଲୋକଙ୍କ ପାଇଁ ରକ୍ଷକ […]

Continue Reading

ପତଂଜଳିର ତେଲ ଫ୍ୟାକ୍ଟ୍ରିକୁ ସିଲ୍ କଲା ରାଜସ୍ଥାନ ସରକାର

ରାଜସ୍ଥାନ: ଏଲୋପାଥିକୁ ନିନ୍ଦା କରିବା ବାବା ରାମଦେବଙ୍କୁ ବେଶ ମହଙ୍ଗା ପଡିଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) ହଜାରେ କୋଟିର ମାନହାନୀ ମକଦ୍ଦମା କରିବା ପରେ ଏବେ ରାଜସ୍ଥାନ ସରକାରଙ୍କ ରାଡାର୍‌ରେ ବାବା ରାମଦେବ । ଗତକାଲି ରାତିରେ ରାଜସ୍ଥାନ ସରକାରଙ୍କର ଏକ ଟିମ୍ ବାବା ରାମଦେବଙ୍କ ତେଲ ଫ୍ୟାକ୍ଟ୍ରି ଉପରେ ଚଢାଉ କରି ସିଲ୍ କରିଥିବା ସୂଚନା ରହିଛି । ଅଲୱାର ଜିଲ୍ଲା ସ୍ଥିତ ବାବା ରାମଦେବଙ୍କ ସୋରିଷ ତେଲ ପ୍ରସ୍ତୁତକାରୀ ପତଂଜଳି ଫ୍ୟାକ୍ଟ୍ରିକୁ […]

Continue Reading

ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ୨୦୨୧ ଶେଷ ସୁଦ୍ଧା ଭାରତରେ ସମସ୍ତଙ୍କୁ କରୋନା ଟିକାକରଣ କରାଯିବ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଘୋଷଣା କରିଛନ୍ତି। ୨୦୨୧ ଶେଷ ହେବା ପୂର୍ବରୁ ଭାରତରେ ଟିକାକରଣ ସମ୍ପୂର୍ଣ୍ଣ ହେବ। ଏହାସହିତ ଶ୍ରୀ ଜାଭାଡେକର ଟିକାକରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ନେତାଙ୍କ ଉପରେ କାଉଣ୍ଟର ମଧ୍ୟ କରିଛନ୍ତି। “କଂଗ୍ରେସ ଟୁଲ୍କିଟ” କୁ ସୂଚାଇ ଏକ ଅନଲାଇନ୍ ଡକ୍ୟୁମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କୁ ଅସମ୍ମାନ […]

Continue Reading

ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବାତ୍ୟା ପାଇଁ ମୋଟ ୧୦୦୦ କୋଟି ସହାୟତା ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶାରେ ତୁରନ୍ତ ରିଲିଫ କାର୍ଯ୍ୟ ପାଇଁ ୫୦୦ କୋଟି ସହାୟତା ଘୋଷଣା କରିଛନ୍ତି। ବାକି ୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ପ୍ରଧାନମନ୍ତ୍ରୀ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଏହି ଘୂର୍ଣ୍ଣିବଳୟରେ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା […]

Continue Reading

ଜୁନ୍‌ ଶେଷ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ବଢିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ DGCA ଶୁକ୍ରବାର ଦିନ ଘୋଷଣା କରିଛି ଯେ ଭାରତକୁ ଏବଂ ଭାରତରୁ ସମସ୍ତ ଅନ୍ତର୍ଜାତୀୟ ନିର୍ଦ୍ଧାରିତ ବାଣିଜ୍ୟିକ ଯାତ୍ରୀ ବିମାନ ୩୦ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରହିବ। କେନ୍ଦ୍ର ବାଣିଜ୍ୟିକ ବିମାନ ଚଳାଚଳ ଉପରେ ନିଷେଧାଦେଶକୁ କେନ୍ଦ୍ର ସରକାର ଶୁକ୍ରବାର ଦିନ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) […]

Continue Reading

ଡିଆର୍‌ଡିଓର କରୋନା ଔଷଧ ଟୁ-ଡିଜି ର ହେଲା ମୂଲ୍ୟ ଧାର୍ଯ୍ୟ; ଜୁନ୍‌ରେ ହୋଇପାରେ ଲଞ୍ଚ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଡିଆର୍‌ଡିଓର କରୋନା ଔଷଧ ଟୁ-ଡିଜି ର ମୂଲ୍ୟ ଫାର୍ମା ପ୍ରମୁଖ ଡା. ରେଡ୍ଡୀଙ୍କ ଲାବୋରେଟୋରୀ ଦ୍ବାରା ନିର୍ଦ୍ଧାରଣ କରାଯାଇଛି। ଏହାର ମୂଲ୍ୟ ୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ସରକାରୀ ଡାକ୍ତରଖାନା ଦ୍ୱାରା ରିହାତି ମୂଲ୍ୟରେ ଏହି ଔଷଧ ଯୋଗାଇ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। 2DG ହେଉଛି କୋଭିଡ୍-୧୯ ରୋଗୀଙ୍କ ପାଇଁ ଏକ ଓରାଲ୍‌ ଆଣ୍ଟି-ଭାଇରାଲ୍ ଔଷଧ। ଏହି ଔଷଧ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ମେ ୧୭ରେ ଆରମ୍ଭ ହୋଇଥିଲା। ହାଇଦ୍ରାବାଦର […]

Continue Reading

ବାତ୍ୟା ଅଂଚଳରେ ପହଂଚିଲେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡା: ବାତ୍ୟା ୟାସ୍ ପରେ କେନ୍ଦ୍ରାପଡାରେ ପହଂଚିଥିଲେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା । ଜିଲ୍ଲାର ବାତ୍ୟା ପ୍ରଭାବିତ ରାଜନଗର ଓ ରାଜକନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରିଥିଲେ । ଆଜି କେନ୍ଦ୍ରାପଡା ପରିଦର୍ଶନ କରିଥିବା ବୈଜୟନ୍ତ ପଣ୍ଡା ବାତ୍ୟା ପରବର୍ତ୍ତି ସ୍ଥିତି ବୁଝିବା ସହ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ତା’ ସହ ବାତ୍ୟାରେ ନିରାଶ୍ରୟ […]

Continue Reading

ଓଡ଼ିଶା ଆସିବେ ମୋଦି: ୟାସ୍ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟାସ୍ ପ୍ରଭାବିତ ଅଞ୍ଚଳ ବୁଲିଦେଖିବେ ମୋଦି । ସାମୁଦ୍ରିକ ଝଡ଼ ୟାସ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଓଡ଼ିଶାରେ ତାଣ୍ଡବ ରଚିଛି ବାତ୍ୟା । ତେବେ ଉତ୍ତର ଓଡ଼ିଶା ଉପକୂଳରେ ବେଶୀ କ୍ଷତି ହୋଇଛି । ବହୁ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଚାଷଜମି ସବୁ ନଷ୍ଟ ହୋଇଯାଇଛି । ଏବେ ବି ଲୋକେ ପାଣି ଘେରରେ ରହିଛନ୍ତି । ବାତ୍ୟା ପରବର୍ତ୍ତୀ ସ୍ଥିତିର […]

Continue Reading

ପ୍ରବଳ ବର୍ଷାରେ ବନ୍ୟା ଚିନ୍ତା

ଯାଜପୁର: ବାତ୍ୟା ଗଲା । ଏବେ ବାତ୍ୟା ପରେ ପରେ ବନ୍ୟା ଚିନ୍ତା । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀ ଏବଂ ଏହାର ଶାଖା ନଦୀରେ ପ୍ରଥମ ବନ୍ୟା ଜଳ ଆସିଛି। ଆଖୁଆପଦାଠାରେ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଏବଂ କୋରେଇ ବ୍ଲକ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ […]

Continue Reading