ଜୁନ୍‌ ମାସରେ ପ୍ରାୟ ୧୨ କୋଟି ଡୋଜ୍‌ ଟିକା ଯୋଗାଇଦେବ କେନ୍ଦ୍ର

ନୂଆଦିଲ୍ଲୀ: ଜୁନ୍ ମାସରେ ପ୍ରାୟ ୧୨ କୋଟି ଡୋଜ୍ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ରବିବାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଣ ଆବଣ୍ଟନ ଉପଭୋକ୍ତା, ଜନସଂଖ୍ୟା ଏବଂ ଟିକା ଅପଚୟ ଉପରେ ନିଷ୍ପତ୍ତି ହୋଇଛି। ଜୁନ୍ ମାସ ପାଇଁ ସ୍ୱାସ୍ଥ୍ୟ ସେବା କର୍ମୀ (HCWs), ଫ୍ରଣ୍ଟ-ଲାଇନ୍ ୱାର୍କର୍ସ (FLWs) ଏବରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ରାଜ୍ୟ ତଥା […]

Continue Reading

ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ, ସାରା ବିଶ୍ବରେ ବିପର୍ଯ୍ୟୟ ପରିଚାଳନାରେ ମଡେଲ ସାଜିଛି ଓଡ଼ିଶା

ଭୁବନେଶ୍ବର : ଶେଷ ହୋଇଛି ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ହୋଇଛି ଆଲୋଚନା । ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେହିଦିନ ଠାରୁ ଆରମ୍ଭ କରି ଦୁଇ ବର୍ଷ ମଧ୍ୟରେ […]

Continue Reading

ଆମେରିକାରେ ଗନ କଲଚର, ଜନସଂଖ୍ୟାଠାରୁ ଲୋକଙ୍କ ପାଖରେ ଅଛି ଅଧିକ ଅସ୍ତ୍ର

ଟେକ୍ସାସ: ଆମେରିକାରେ ଗନ କଲଚର ବୃଦ୍ଧି ପାଇବା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି । ଏହା ଦ୍ୱାରା ଅପରାଧ ହାର ମଧ୍ୟ ବୃଦ୍ଧି ପାଉଛି । ଏକ ରିପୋର୍ଟ ମୁତାବକ ଆମେରିକାର ୩୩ କୋଟି ଜନସାଧାରଣଙ୍କ ନିକଟରେ ୩୯ କୋଟିରୁ ଊର୍ଦ୍ଧ୍ୱ ଅସ୍ତ୍ରଶସ୍ତ୍ର ରହିଛି । ଆମେରିକାର ଗନ କଲଚର ଯୋଗୁ ବ୍ରିଟେନ ମଧ୍ୟ ଚାପରେ ରହିଛି । ୨ ବର୍ଷ ମଧ୍ୟରେ ଏଠାରେ ୯୦୦ରୁ ଅଧିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆମେରିକା ଲାଇସେନ୍ସରେ ଏହାକୁ […]

Continue Reading

ରିଜର୍ଭ ବ୍ୟାଙ୍କ ଜାରୀ କରିବ ୧୦୦ ଟଙ୍କାର ନୂଆ ରୂପ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୧୦୦ ଟଙ୍କାର ନୂଆ ରୂପ ଜାରୀ କରିବାକୁ ଯାଉଛି । ପ୍ରଥମେ ଏହାକୁ ପରୀକ୍ଷଣ ଭାବେ ବଜାରକୁ ଛଡାଯିବ । ଯଦି ଏହା ଆଦୃତ ହୁଏ ତାହେଲେ ଅଧିକ ମାତ୍ରାରେ ଛଡାଯିବ । ବାର୍ଣ୍ଣିସ କୋଟେଡ ଏହି ନୋଟ ଅଧିକ ଦିନ ସ୍ଥାୟୀ ରହିବ । ଏହା ପାଣିରେ ସହଜରେ ଓଦା କିମ୍ବା ଚିରିଯିବ ନାହିଁ । ପ୍ରତିବର୍ଷ ରିଜର୍ଭ ବ୍ୟାଙ୍କକୁ ନଷ୍ଟ ହୋଇଯାଇଥିବା ଟଙ୍କାକୁ ବଦଳାଇବାକୁ ପଡୁଛି […]

Continue Reading

ଭବାନୀପାଟଣାରେ ପାରଦ ଛୁଇଁଲା ୪୩ ଡିଗ୍ରୀ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ପାରଦ । କିଛି ଦିନର ଆଶ୍ବସ୍ତି ପରେ ଏବେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗରମ ଓ ଗୁଳୁଗୁଳି । ଏହାରି ଭିତରେ ଆଜି ରାଜ୍ୟର ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ପାରଦ ଛୁଇଁଛି ୪୩ ଡିଗ୍ରୀ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା […]

Continue Reading

ସାଗର ହତ୍ୟା ମାମଲା: ସୁଶୀଲଙ୍କ ରିମାଣ୍ଡ ଅବଧି ବଢ଼ିଲା

ନୂଆଦିଲ୍ଲୀ: ସାଗର ଧାନକଡ ହତ୍ୟା ମାମଲାରେ ଗିରଫ ହୋଇଥିବା ରେସଲର ସୁଶୀଲ କୁମାରଙ୍କ ରିମାଣ୍ଡ ଅବଧି ଆଉ ୪ ଦିନ ବୃଦ୍ଧି କରାଯାଇଛି । ମେ ୨୩ରେ ସୁଶୀଲଙ୍କୁ ୬ ଦିନିଆ ରିମାଣ୍ଡରେ ନିଆ ଯାଇଥିଲା । ପୋଲିସ ଆଜି କୋର୍ଟରେ ସୁଶୀଲଙ୍କୁ ହାଜର କରାଇବା ସହ ଅଧିକ ଜେରା ପାଇଁ ୭ ଦିନ ମାଗିଥିଲା । କୋର୍ଟ କିନ୍ତୁ ୪ ଦିନର ସମୟ ଦେଇଥିଲେ । ତେବେ ଏହି ସମୟ ମଧ୍ୟରେ ସୁଶୀଲଙ୍କ ମେଡିକାଲ ଚେକଅପ […]

Continue Reading

କରୋନାର ସୃଷ୍ଟି ଉହାନ ଲ୍ୟାବରୁ ହୋଇଥିବା ନେଇ ସନ୍ଦେହ ଦୃଢ଼ୀଭୂତ, ୟୁନିକ ଫିଙ୍ଗରପ୍ରିଂଟ ମିଳିଲା

ଉହାନ:କରୋନା ମହାମାରୀ ଚୀନରୁ ଉହାନ ଲ୍ୟାବରୁ ହୋଇଥିବା ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି । ଡେଲି ମେଲରେ ପ୍ରକାଶିତ ଖବର ଅନୁସାରେ କୋଭିଡ-୧୯କୁ ଚୀନ ପ୍ରସ୍ତୁତ କରିଛି । ଏଥିପାଇଁ ରିଭର୍ସ ଇଂଜିନିୟରିଂ ଭର୍ସନର ବ୍ୟବହାର କରାଯାଇଛି । ଏହା ବ୍ୟବହାର କରି ଚୀନ ପ୍ରମାଣ କରିବାକୁ ଚାହିଁଛି ବାଦୁଡିରୁ କରୋନା ବ୍ୟାପିଛି । ଏହି ତଥ୍ୟ ବ୍ରିଟିଶ ପ୍ରଫେସର ଏଙ୍ଗସ ଡଗଲିସ ଓ ନରୱେର ବିର୍ଗର ସୋରେନସେନ ଦେଇଛନ୍ତି । ସେମାନଙ୍କ ଥିଓରୀକୁ ଭଲ ଭାବେ […]

Continue Reading

ରତ୍ନସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତି ଫଟୋ ଭାଇରାଲ୍ !

ପୁରୀ: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତରୁ ଫଟୋ । ଏଥର ମନ୍ଦିର ନୁହେଁ ସିଧାସଳଖ ରତ୍ନସିଂହାସନରୁ ଦିଅଁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଫଟୋ ଚିତ୍ର ବାହାରେ ବୁଲୁଛି । ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋଚିତ୍ର ଫେସବୁକରେ ଭାଇରାଲ ହେଉଥିବା ଅଭିଯୋଗ । ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ଫୋନ୍ ବ୍ୟାନ ଥିବାବେଳେ କିଭଳି ରତ୍ନସିଂହାସନରେ ବିରାଜିତ ଫଟୋ ଭାଇରାଲ ହୋଇଛି। ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ […]

Continue Reading

ଜାଡେଜା ଶେୟାର କଲେ ଟିମ୍ ଇଣ୍ଡିଆର ନୂଆ ଲୁକ୍‌

ନୂଆଦିଲ୍ଲୀ: ଭାରତ ଜୁନ ୨ରେ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ୧୮ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳିବ । ଏହି ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ନୂଆ ଲୁକରେ ଦେଖିବାକୁ ମିଳିବ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହାର ଏକ ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ୯୦ ଦଶକରେ ଭାରତୀୟ କ୍ରିକେଟର ମାନେ ପିନ୍ଧୁଥିବା ଡ୍ରେସ ଶୈଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ନୂତନ […]

Continue Reading

ସୋନାଙ୍କ କଣ୍ଠରେ ପୁଣି ଥରେ “ଆହେ ନୀଳ ଶୈଳ”

ଭୁବନେଶ୍ୱର : ବଲିଉଡ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଲୋକପ୍ରିୟ ଭଜନ ଆହେ ନୀଳ ଶୈଳକୁ ଏକ ନିଆରା ଢଙ୍ଗରେ ଗାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ମହାପ୍ରଭୁଙ୍କ ଏହି ଭଜନକୁ ସେ ନିଜର ମାତୃଭୂମି ପାଇଁ ସମର୍ପିତ କରିଛନ୍ତି । କରୋନା ମହାମାରୀର ପ୍ରକୋପ ସମୟରେ ଏହି ଭଜନ ମନକୁ ଶାନ୍ତ ରଖିବା ସହ ସାହସ ଓ ଶକ୍ତି ଦେବ ବୋଲି ସୋନା କହିଛନ୍ତି। ଏହି ଭଜନକୁ ଗାଇବା ପୂର୍ବରୁ ୭୨ […]

Continue Reading