କୋଭିସିଲ୍ଡର ୨ଟି ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ କମାଇଲା ବ୍ରିଟେନ୍

ଲଣ୍ଡନ: କରୋନା ସହ ଲଢ଼େଇ ପାଇଁ ବ୍ରିଟେନ୍ ଟିକାକରଣ ଦ୍ରୁତଗତିରେ କରୁଛି । ବ୍ରିଟେନ୍ ଏବେ କୋଭିସିଲ୍ଡର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ସମୟକୁ କମାଇଛି । ଏବେ ୨ଟି ଡୋଜ୍ ଭିତରେ ୮ ସପ୍ତାହ ବ୍ୟବଧାନ ରଖାଯାଇଛି । ତେବେ, ଏହି ନିୟମ ୫୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଲାଗି ଲାଗୁ ହେବ । ଏଥିସହ ଗମ୍ଭୀର ଭାବେ ଆକ୍ରାନ୍ତ ଲୋକ ୮ ସପ୍ତାହରେ କୋଭିସିଲ୍ଡର ୨ଟି ଡୋଜ୍ ନେବେ । ପୂର୍ବରୁ ୨ଟି ଡୋଜ୍ […]

Continue Reading

ରିଲିଜ ହେଲା ନିର୍ମାତା ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଡି କମ୍ପାନୀ’

ନୂଆଦିଲ୍ଲୀ: ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଗ୍ୟାଙ୍ଗଷ୍ଟର ଫିଲ୍ମ ଡି କମ୍ପାନୀ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଏ ନେଇ ନିର୍ମାତା ରାମ ଗୋପାଳ ବର୍ମା ‌ନିଜେ ଘେ‌ାଷଣା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ଅଶ୍ୱତ କନ୍ଥ, ପ୍ରଣୟ ଦୀକ୍ଷିତ, ନୈନା ଗାଙ୍ଗୁଲି ଏବଂ ଇରା ମୋର୍‌ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହାର କାହାଣୀ ଡାଉଡ୍ ଇବ୍ରାହିମ ନେତୃତ୍ୱରେ ମୁମ୍ବାଇରେ ଚାଲିଥିବା ଏକ ଷ୍ଟ୍ରିଟ୍ ଗ୍ୟାଙ୍ଗ କିପରି ବିଶ୍ୱର ସବୁଠାରୁ ଭୟଙ୍କର ଅପରାଧୀ ସଂଗଠନରେ ପରିଣତ […]

Continue Reading

ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି; ମେ ୧୬ରୁ ୩୦ ସମ୍ପୂର୍ଣ୍ଣ ବନ୍ଦ

ପଶ୍ଚିମବଙ୍ଗ: ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ ଅବଧିକୁ ବଢାଇସାରିଲେଣି। ଏହାଭିତରେ ପଶ୍ଚିମବଙ୍ଗ ସରକାର ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଶନିବାର ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ମେ ୧୬ ରୁ ୩୦ ପର୍ଯ୍ୟନ୍ତ ଲାଗୁ ହେବ। ଆସନ୍ତାକାଲି ସକାଳ (ରବିବାର) ସକାଳ ୬ ଟାରୁ ଏହି ଲକଡାଉନ୍ କାର୍ଯ୍ୟକାରୀ ହେବ।

Continue Reading

କରୋନାରେ ସିଏମ୍‌ ମମତା ବାନାର୍ଜୀଙ୍କ ଭାଇ ଅଶିମ୍ ବନ୍ଦୋପାଧ୍ୟାୟଙ୍କ ପରଲୋକ

ପଶ୍ଚିମବଙ୍ଗ: କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅଶିମ୍ ବନ୍ଦୋପାଧ୍ୟାୟ। କରୋନା ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ପାରିବାରିକ ସୂତ୍ର ଅନୁଯାୟୀ, ଗତ ଏକ ମାସ ଧରି ଅଶିମ୍‌ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ସୂତ୍ରରୁ ପ୍ରକାଶ ଯେ, ଅଶିମ୍‌ଙ୍କ ଶେଷକୃତ୍ୟ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି କରାଯିବ।

Continue Reading

ରାଉରକେଲାର ୩ଟି ଅଞ୍ଚଳରୁ ହଟିଲା କୋଭିଡ୍ କଣ୍ଟେନମେଣ୍ଟ

ରାଉରକେଲା: କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି। ସୂଚନା ଅନୁଯାୟୀ ଗତ କିଛିଦିନ ତଳେ କଣ୍ଟେନମେଣ୍ଟ ଲାଗୁ ହୋଇଥିବା ସେକ୍ଟର ୧୭, ସେକ୍ଟର-୬ ଏବଂ ଛେଣ୍ଡସ୍ଥିତ ଏଲସିଆର କ୍ଵାର୍ଟର ଅଞ୍ଚଳରେ ହୋଇଥିବା ୩ଟି କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ମେ’୧୫ ତାରିଖରେ ଏ ବାବଦରେ ମହାନଗର ନିଗମ କମିଶନର ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ସଂପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ କଟକଣା ହଟିଯାଇଛି। […]

Continue Reading

ଶ୍ମଶାନ ଗୃହ ନିର୍ମାଣ କାର୍ଯ୍ୟର ତଦାରଖ କଲେ ବିଏମସି କମିଶନର

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) କମିଶନର ସଞ୍ଜୟ କୁମାର ସିଂ ଶୁକ୍ରବାର ଦିନ ପଟିଆରେ ନିର୍ମିତ ଏଲପିଜି ଭିତ୍ତିକ ଶବ ସତ୍କାର ହଲର ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି। ସୂଚନା ଅନୁଯାୟୀ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମେ ୨୫ରୁ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ଶ୍ମଶାନ ଗୃହ କରୋନା ରୋଗୀଙ୍କ ଶବଦାହ ପାଇଁ ଡିଜାଇନ୍ କରାଯାଇଛି। ତେବେ ଏହା କାର୍ଯ୍ୟକ୍ଷମ […]

Continue Reading

କରୋନାରୁ ବର୍ତ୍ତିବା ପାଇଁ ଚାଲିଛି କରୋନା ମାତାଙ୍କ ପୂଜା

ମାଲକାନଗିରି: ଭାରତରେ ଲୋକେ ୩୩ କୋଟି ଦେବାଦବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପୁରାଣ ଅନୁସାରେ ଦେବାଦେବୀଙ୍କର ରହିଛି ଅନେକ ବେଶ, ଅନନ୍ୟ ନାମ । ତେବେ ଦେବାଦେବୀଙ୍କର ଏପରି ବି କିଛି ନାମ ରହିଛି ଯାହା ଲୋକଙ୍କୁ ଏକାଧିକ ଥର ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଏହି ଧାରାରେ ମାଲକାନଗିରି ଛତିଶଗଡ ସୀମାନ୍ତରେ ଉଭା ହୋଇଛନ୍ତି କରୋନା ମାତା । ଛତିଶଗଡର ରାଜନାନ୍ଦ ଗାଁରେ ମହିଳାମାନେ ଏକ ଗଛ ଉପରେ ଆସ୍ଥା ପ୍ରକଟ କରି କରୋନା […]

Continue Reading

କୋଭିଡ୍‌ ଟେଷ୍ଟ ପାଇଁ ମୋବାଇଲ୍ ଭ୍ୟାନ୍ ଲଞ୍ଚ କଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: କରୋନା ପରୀକ୍ଷା କେନ୍ଦ୍ରଗୁଡିକରେ ଭିଡ଼କୁ ଏଡାଇବା ପାଇଁ ଗଞ୍ଜାମ ପ୍ରଶାସନ ବ୍ରହ୍ମପୁର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ କୋଭିଡ୍‌ ଟେଷ୍ଟ ପାଇଁ ଏକ ମୋବାଇଲ୍ ଭ୍ୟାନ୍ ଲଞ୍ଚ କରିଛି। ଏହି ସୁବିଧା ଜିଲ୍ଲାର ଅନ୍ୟ ଅଞ୍ଚଳରେ କିଛି ଦିନ ପରେ ଉପଲବ୍ଧ ହେବ। ଏହାଦ୍ବାରା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବ ବୋଲି ଗଞ୍ଜାମ କଲେକ୍ଟର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏହି ଭ୍ୟାନ୍ ମେଡିକାଲ୍ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ପରୀକ୍ଷା ପାଇଁ ସମସ୍ତ […]

Continue Reading

କେନ୍ଦୁଝର ରାଙ୍କି କୋଭିଡ୍ ହସ୍ପିଟାଲରେ ସ୍ଥାପନ ହେଲା ଅକ୍ସିଜେନ୍ ସପ୍ଲାଏ ୟୁନିଟ୍

କେନ୍ଦୁଝର: ରାଙ୍କି କୋଭିଡ୍ ହସ୍ପିଟାଲରେ ଆଉ ରହିବନି ମେଡିକାଲ୍ ଅକ୍ସିଜେନ୍ ଅଭାବ । ମେଡିକାଲରେ ପିଏସ୍ଏ ଟେକ୍ନୋଲୋଜି ଅକ୍ସିଜେନ୍ ଜେନେରେଟର ମେସିନ୍ ସ୍ଥାପନ କରାଯାଇଛି । ଯାହାକି ରାଙ୍କି କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଚାହିଦାକୁ ପୂରଣ କରିପାରିବ । ମେଡିକାଲରେ ୪୫ଟି ଆଇସିୟୁ ଓ ୨୬ଟି ଭେଣ୍ଟିଲେଟର ରହିଛି । ଅତ୍ୟଧିକ ଚାହିଦା ବେଳେ ୪୫ଟି ଆଇସିୟୁ ବେଡ୍ ପାଇଁ ୨୯୦ ଜମ୍ବୋ ସିଲିଣ୍ଡର ଦୈନିକ ଆବଶ୍ୟକ । ଏହି ଚାହିଦାକୁ ଅକ୍ସିଜେନ୍ ଜେନେରେଟର ମେସିନ୍ ପୂରଣ କରିପାରିବ […]

Continue Reading

ଜୁନ୍ ୧ ଯାଏ ଲକଡାଉନ୍ ଭଳି କଟକଣାକୁ ବଢ଼ାଇଲା ମହାରାଷ୍ଟ୍ର, ବାହାରୁ ଆସିଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟ

ମୁମ୍ବାଇ: କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରୁନି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ କଟକଣା ବି ବଢ଼ିଲା । ମହାରାଷ୍ଟ୍ରରେ ଆସନ୍ତା ୧ ତାରିଖ ଯାଏ ଲକଡାଉନ୍ ଭଳି କଟକଣା ବଳବତ୍ତର ରହିବ । କଟକଣାକୁ ଜୁନ୍ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରକୁ ଆସିଲେ ଏଣିକି ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ୪୮ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ଥିଲେ ପ୍ରବେଶ ଅନୁମତି ମିଳିବ […]

Continue Reading