ହରିୟାଣାରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ

ହରିୟାଣା: ହରିୟାଣାରେ ଆଉ ଏକ ସପ୍ତାହ ବଢିଲା ଲକ୍‌ଡାଉନ୍‌। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଲାଗୁ ହେବ। ହରିୟାଣା ମନ୍ତ୍ରୀ ଅନିଲ ବିଜୟ ଟୁଇଟ୍ କରି କହିଛନ୍ତି, “ହରିୟାଣାରେ ଲକ୍‌ଡାଉନ୍‌କୁ ୧୭ ମେ ରୁ ୨୪ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସତର୍କତାକୁ କାର୍ଯ୍ୟକାରୀ କରିବା ପାଇଁ କଡା ପଦକ୍ଷେପ ନିଆଯିବ।”

Continue Reading

୧୦ ଦିନରେ ୯ ବର୍ଷରୁ କମ୍ ବୟସର ୧ହଜାର ପିଲା କରୋନା ସଂକ୍ରମିତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଗତ ଦଶ ଦିନ ମଧ୍ୟରେ ୯ ବର୍ଷରୁ କମ୍ ବୟସର ପ୍ରାୟ ୧୦୦୦ ପିଲା କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରୁ କିଛି ପିଲାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ଏକ ବର୍ଷରେ କେବଳ ୨୧୩୧ ଶିଶୁ ସଂକ୍ରମିତ ହୋଇଥିବାବେଳେ ୨୬୪ ପିଲା ଏପ୍ରିଲ ୧ ରୁ ଏପ୍ରିଲ ୧୫ ମଧ୍ୟରେ କରୋନା ସଂକ୍ରମିତ ହୋଇଥିଲେ।

Continue Reading

ନବରଙ୍ଗପୁର; କୋଭିଡ ରୋଗୀଙ୍କ ଚିକିତ୍ସା ଲାଗି ଖୁବ୍‌ଶୀଘ୍ର ଜିଲ୍ଲାରେ ହେବ ଆଇସିୟୁ ବେଡ୍‌ର ସୁବିଧା

ନବରଙ୍ଗପୁର: ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। ମୃତ୍ୟୁ ହାର ବି କମିବାର ନାଁ ଧରୁନି। ଏ ଭିତରେ ନବରଙ୍ଗପୁର ଜିଲ୍ଲାରେ ଆଇସିୟୁ ବେଡ୍‌ ନ ଥିବାରୁ ଆଦିବାସୀ ପ୍ରାଧାନ୍ୟରେ ଗୁରୁତର କୋଭିଡ ପଜିଟିଭ ରୋଗୀଙ୍କ ଚିକିତ୍ସା ଅବହେଳିତ ହେଉଥିବା ଜଣାପଡିଛି। ଜିଲ୍ଲାରେ ଆଇସିୟୁର ସୁବିଧା ନଥିବାରୁ ଚିକିତ୍ସା ପାଇଁ ଗୁରୁତର କୋଭିଡ ରୋଗୀଙ୍କୁ ନବରଙ୍ଗପୁର ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ କୋରାପୁଟରେ ଥିବା SLNMCH ମେଡିକାଲକୁ ପଠାଯାଉଛି। କିନ୍ତୁ ଏଠାରେ ମଧ୍ୟ ଗତ କିଛିଦିନ […]

Continue Reading

କରୋନାରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରପଡା ସ୍ୱତନ୍ତ୍ର ଜେଲରେ ଥିବା ଜଣେ କଏଦୀ ରବିବାର ଦିନ କରୋନାରେ ପ୍ରାଣ ହରାଇଛନ୍ତି। କଟକସ୍ଥିତ ଏସସିବି ମେଡିକାଲରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ନେଇ ଡିଆଇଜି (ଜେଲ୍‌) ସୁଭାକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ମୃତ କଏଦୀ ତ୍ରିପତୀ ମହାନ୍ତି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ। ଗତ ସପ୍ତାହରେ ତ୍ରିପତୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ୨ଥର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। […]

Continue Reading

କରୋନାରେ ଆଖି ବୁଜିଲେ ଆଉ ଜଣେ ସାମ୍ବାଦିକ, ଦ୍ୱିତୀୟ ଲହରରେ ଗଲାଣି ୨୫ ଯୋଦ୍ଧାଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଥମୁ ନଥିବା ବେଳେ ସମ୍ମୁଖ ଯୋଦ୍ଧା ପ୍ରାଣ ହରାଉଛନ୍ତି । ଆଜି ଗୋଟିଏ ଦିନରେ କରୋନାରେ ଆଖି ବୁଜିଛନ୍ତି ତିନି ତିନି ଜଣ ସାମ୍ବାଦିକ । ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ ସାମ୍ବାଦିକ କରୋନାରେ ପ୍ରାଣ ହରାଇଛନ୍ତି । ଗୋଟିଏ ଦିନରେ ଯାଜପୁର ବଡ଼ଚଣାରେ ଏକାମ୍ର ଚିଭିରେ କାର୍ଯ୍ୟରତ ରତିକାନ୍ତ ବଳ, ବଲାଙ୍ଗିର ପାଟଣାଗଡ଼ରେ ଦୈନିକ ପ୍ରଗତିବାଦୀରେ କାର୍ଯ୍ୟ କରୁଥିବା କୈଳାସ ଚନ୍ଦ୍ର ସାହୁ ଓ ବ୍ରହ୍ମପୁରରେ ଓଡ଼ିଶା ଭାସ୍କର/କଳିଙ୍ଗ ଦର୍ପଣରେ କାର୍ଯ୍ୟ […]

Continue Reading

ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ବଢ଼ିଲା, ୨୪ ଯାଏ ବଳବତ୍ତର

ନୂଆଦିଲ୍ଲୀ: ଲକଡାଉନ୍ ସଫଳ ହୋଇଛି । ରାଜଧାନୀ ଦିଲ୍ଲୀରେ କାବୁ ପାଉଚି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଉ ସପ୍ତାହେ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଲକଡାଉନ୍ ବୃଦ୍ଧି ନେଇ ସେ ଆଜି ଘୋଷଣା କରିଛନ୍ତି । ଫଳରେ ଆସନ୍ତା ୨୪ ତାରିଖ ଯାଏ ଦିଲ୍ଲୀରେ ବଳବତ୍ତର ରହିବ ତାଲାବନ୍ଦ । ଆସନ୍ତାକାଲି ଦିଲ୍ଲୀରେ ଶେଷ ହେଉଥିଲା ଲକଡାଉନ୍ ସମୟସୀମା । କେଜ୍ରିଓ୍ୱାଲ କହିଛନ୍ତି […]

Continue Reading

ପାନ୍ନା ଟାଇଗର୍‌ ରିଜର୍ଭ; ୧୦ ଦିନରେ ୪ ବାଘ ମୃତ

ଭୋପାଳ: ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଜର୍ଭରେ ଗୋଟିଏ ରେଡିଓ କୋଲାରେଡ୍‌ ଟାଇଗର୍‌ର ମୃତଦେହ ମିଳିଥିବା ରବିବାର ଦିନ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାକୁ ମିଶାଇ ୧୦ ଦିନ ମଧ୍ୟରେ ରାଜ୍ୟରୁ ଏହା ହେଉଛି ଚତୁର୍ଥ ବାଘ ମୃତ୍ୟୁ। ଅଧିକାରୀ କହିଛନ୍ତି ଯେ ଭୋପାଳଠାରୁ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ପାନ୍ନା ଟାଇଗର ରିଜର୍ଭର P-213 (32) ନାମକ ଏହି ବାଘୁଣୀର ଶବ ମିଳିଥିଲା। ଶନିବାର ଦିନ ଜଙ୍ଗଲ ଅଧିକାରୀମାନେ ମୃତଦେହ ସମ୍ପର୍କରେ ସୂଚନା […]

Continue Reading

ଭୁବନେଶ୍ୱରରେ ହୋଟେଲରେ ଅସ୍ଥାୟୀ କୋଭିଡ୍ ସେଣ୍ଟର ପାଇଁ ବିଏମସିର ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଅଧିକ ସଂକ୍ରମିତ ଜିଲ୍ଲା ଖୋର୍ଦ୍ଧା । ଭୁବନେଶ୍ୱରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ ରାଜଧାନୀରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ବେଡ୍ ବି ଭର୍ତ୍ତି ହୋଇ ଗଲାଣି । ଆଗକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ୍ ସଂଖ୍ୟା ହବଢ଼ାଇବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱରରେ ଥିବା ହୋଟେଲଗୁଡ଼ିକୁ ବିଭିନ୍ନ ଘରୋଇ ହସ୍ପିଟାଲ ସହ ଅନୁବନ୍ଧିତ କରି ଅସ୍ଥାୟୀ କୋଭିଡ୍ ସେଣ୍ଟର କରିବାକୁ ଯୋଜନା ରଖିଛି ବିଏମସି […]

Continue Reading

ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ: ଏଣିକି ରାଜଧାନୀ ଦିଲ୍ଲୀରେ ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‌ଘୋଷଣା କରିଛନ୍ତି। ଏହାସହ ଆସନ୍ତା ୧୫ ତାରିଖରୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବ୍ୟାଙ୍କ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଅମ୍ଳଜାନ ଯୋଗାଣ ଆବଶ୍ୟକ ସେମାନଙ୍କ ପାଇଁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବ୍ୟାଙ୍କ ଆରମ୍ଭ ହୋଇଛି । ସେ ଆହୁରି କହିଛନ୍ତି ଯେ ଦିଲ୍ଲୀର ପ୍ରତ୍ୟେକ ଜିଲ୍ଲାରେ ୨୦୦ ଅକ୍ସିଜେନ୍‌ […]

Continue Reading

ଘଡ଼ଘଡ଼ି ବର୍ଷା ନେଇ ୫ ଜିଲ୍ଲାକୁ ୩ ଘଣ୍ଟା ଯାଏ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜି ବି ହେବ କାଳବୈଶାଖୀ । ଅପରାହ୍ଣରେ ରାଜ୍ୟର ୫ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସାମାନ୍ୟରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ଆଶଙ୍କା ରହିଛି । ଏନେଇ କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ଯାଏ ସତର୍କ ସୂଚନା ଦିଆଯାଇଛି । ପାଗକୁ ଦେଖି ବଜ୍ରପାତ ବେଳେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ […]

Continue Reading