ଆସନ୍ତା ମାସରେ ଆମାଜନ ପ୍ରାଇମ୍‌ରେ ରିଲିଜ ହେବ ବିଦ୍ୟା ବାଲାନଙ୍କ ‘ଶେର୍‌ନୀ’

ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶେର୍‌ନୀ’। ଏ ନେଇ  OTT ପ୍ଲାଟଫର୍ମ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଫିଲ୍ମ ଜୁନ୍‌ରେ ରିଲିଜ କରିବ। ଫିଲ୍ମ ଶେର୍‌ନିର ନିର୍ଦ୍ଦେଶକ ହେଉଛନ୍ତି ଅମିତ ମାସୁକର। ଏଥିରେ ବିଦ୍ୟା ବାଲାନ ଜଣେ ସଚ୍ଚୋଟ ବନ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଆମାଜନ ପ୍ରାଇମ ସୋସିଆଲ ମିଡିଆରେ ଶେର୍‌ନିର ପ୍ରଥମ ପୋଷ୍ଟର ସେୟାର କରିଛି। ପୋଷ୍ଟରରେ ବିଦ୍ୟା ବାଲାନ ବନ ବିଭାଗ […]

Continue Reading

ଗୋଡାଉନ୍‌ରେ ଅଗ୍ନିକାଣ୍ଡ; ଜଳିଗଲା ୨୫ ଲକ୍ଷ ଟଙ୍କାର ଟିକା

ଇନ୍ଦୋର: ସମଗ୍ର ଦେଶରେ ଟିକାର ଘୋର ଅଭାବ ଦେଖାଦେଇଛି। ଯାହା ଫଳରେ ବିଭିନ୍ନ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ବିଳମ୍ବଳରେ ଚାଲିଛି। ଏହାଛଡ଼ା ଟିକା ଅଭାବ ଯୋଗୁ ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ମଧ୍ୟରେ ବ୍ୟବଧାନକୁ ମଧ୍ୟ ବଢାଇ ଦିଆଯାଇଛି। ଏହି ସମୟରେ ମଧ୍ୟପ୍ରଦେଶର ଇନ୍ଦୋରର ଏକ ଗୋଡାଉନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଟିକା ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଏହି ଘଟଣା ଇନ୍ଦୋରର ଗୋଡାଉନ୍‌ ଭାରତ ସେରମ୍ ଏବଂ ଭ୍ୟାକ୍ସିନ୍ ଲିମିଟେଡରେ ଘଟିଛି। […]

Continue Reading

ବଢୁଛି ବ୍ଲାକ୍‌ ଫଙ୍ଗସ୍‌ର ଭୟ; ଏହି ରାଜ୍ୟରେ ଆସିଲା ବ୍ଲାକ୍‌ ଫଙ୍ଗସ୍ ହେତୁ ପ୍ରଥମ ମୃତ୍ୟୁ ମାମଲା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏ ନେଇ ସୋମବାର ରିଷିକେଶ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଉତ୍ତରାଖଣ୍ଡର ୧୫ କୋଭିଡ୍‌ ରୋଗୀଙ୍କ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍ ସଂକ୍ରମଣ ଦେଖିବାକୁ ମିଳିଛି। ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ କରୋନା ସଂକ୍ରମଣ ସହିତ ଉତ୍ତରାଖଣ୍ଡରେ ବ୍ଲାକ୍‌ ଫଙ୍ଗସର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ଉତ୍ତରାଖଣ୍ଡରେ କ୍ରମାଗତ ଭାବରେ ବ୍ଲାକ୍‌ ଫଙ୍ଗସ୍ ମାମଲା ଆସୁଛି ଏବଂ […]

Continue Reading

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ଆଜିଠୁ ଟେଷ୍ଟିଂ ଓ ଟିକାକରଣ ନେଇ ବିଏମସିର ନୂଆ ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଟେଷ୍ଟ ଓ ଟିକାକରଣ ନେଇ ରାଜଧାନୀରେ ଆଜିଠୁ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହେଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଏମସି ପକ୍ଷରୁ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଘରେ ଏକୁଟିଆ ରହୁଥିବେ ଓ ବାହାରକୁ ଏକାକୀ ଆସିବାରେ ସକ୍ଷମ ନୁହନ୍ତି ସେମାନେ କୋଭିଡ୍ ଟେଷ୍ଟିଂ ପାଇଁ ୧୯୨୯ ନମ୍ବରରୁ ଫୋନ୍ କରିପାରିବେ । ନାଁ, ଠିକଣା ସହ ସମ୍ପୂର୍ଣ୍ଣ ତଥ୍ୟ ଦେବେ । ବୁକିଂ ପରଦିନ ବିଏମସିର […]

Continue Reading

କରୋନା ସ୍ଥିତି ଓ ମୁକାବିଲା ନେଇ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ 5ଟାରେ ବୈଠକ ବସିବ । ବିଧାନସଭା କନଫରେନ୍ସ ହଲରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ହୋଇଛି । ଭର୍ଚୁଆଲରେ ବି ସାମିଲ ହୋଇପାରିବେ ଉଭୟ ସରକାରୀ ଓ ବିରୋଧୀ ଦଳ ସଦସ୍ୟ । କରୋନା ମୁକାବିଲା  ଓ ନିୟନ୍ତ୍ରଣ ନେଇ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ସେବାବଦରେ ବିଚାରବିମର୍ଶ ହେବ । ଏଯାଏ ନିଆଯାଇଥିବା ପଦକ୍ଷେପ […]

Continue Reading

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କର ସୋମବାର ଦିନ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। “ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର ସଂଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଭଜନ ଓ ଚଳଚ୍ଚିତ୍ର ଜଗତରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି” ବୋଲି […]

Continue Reading

ଖୋଲିଲା କେଦାରନାଥ ମନ୍ଦିର; ଭକ୍ତଙ୍କ ପ୍ରବେଶକୁ ନାହିଁ ଅନୁମତି

ଉତ୍ତରାଖଣ୍ଡ: ଆଜି କେଦାରନାଥ ମନ୍ଦିରର ପୋର୍ଟାଲ ଖୋଲାଯାଇଛି। ସକାଳ ୫ ଟାରୁ ମନ୍ଦିର ଖୋଲାଯାଇଛି। ଗତ ବର୍ଷ ନଭେମ୍ବର ୧୬ରୁ ମନ୍ଦିର ବନ୍ଦ ରହିଥିଲା। ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ ଯଦିଓ ମନ୍ଦିରର ପୋର୍ଟାଲ ଖୋଲାଯାଇଛି କିନ୍ତୁ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇ ନାହିଁ। ରାଜ୍ୟ ସରକାର ଚଳିତ ବର୍ଷ ଚାରଧାମ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ସରକାର କହିଛନ୍ତି ଯେ ମନ୍ଦିରରେ କେବଳ ରୀତିନୀତି ପାଳନ କରାଯିବ ଏବଂ କୌଣସି […]

Continue Reading

ଆଜି ରାତିରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ତାଉ’ତେ, ଗୁଜରାଟ ଉପକୂଳରେ ତାଣ୍ଡବ ରଚିବ

ନୂଆଦିଲ୍ଲୀ: ଅତି ଭୟଙ୍କର ରୂପ ନେଇ ଗୁଜରାଟ ଆଡ଼େ ମାଡ଼ି ଆସୁଛି ବାତ୍ୟା ତାଉ’ତେ । ଅତି ଭୀଷଣ ସାମୁଦ୍ରିକ ଝଡ଼ ବା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଆଗକୁ ବଢୁଛି । ଗତ ୬ ଘଣ୍ଟା ହେବ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗଣ୍ଟାପ୍ରତି ୧୫ କିଲୋମିଟର ବେଗର ଉପକୂଳ ମୁହାଁ ହେଉଛି ତାଉ’ତେ । ମୁମ୍ୱାଇ ଉପକୂଳରୁ ୧୫୦ କିଲୋମିଟର ପଶ୍ଚିମ, ଡିଉରୁ ୨୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ଗୁଜରାଟର ଭେରାଭଲରୁ ୨୬୦ […]

Continue Reading

କ୍ଲେ କିଙ୍ଗ ନାଡାଲ ଜିତିଲେ ଇଟାଲିଆନ ଓପନ ଟାଇଟଲ

ନୂଆଦିଲ୍ଲୀ: କ୍ଲେ କିଙ୍ଗ ଭାବେ ପରିଚିତ ସ୍ପେନର ରାଫେଲ ନାଡାଲ ଇଟାଲିଆରନ ଓପନ ଟେନିସ ଟୁର୍ଣ୍ଣାମେଂଟ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ୭-୫, ୧-୬ ଓ ୬-୩ ସେଟରେ ପରାସ୍ତ କରିଥିଲେ । ୧୦ମ ଥର ପାଇଁ ନାଡାଲ ଏହି ଟାଇଟଲ ହାସଲ କରିଛନ୍ତି । ଉଭୟଙ୍କ ମଧ୍ୟରେ ୫୭ ମ୍ୟାଚ ଖେଳାଯାଇଥିବା ବେଳେ ଜୋକୋଭିଚ ୨୯ ଓ ନାଡାଲ ୨୮ ମ୍ୟାଚ ଜିତିଛନ୍ତି । ଫ୍ରେଂଚ ଓପନ ଟୁର୍ଣ୍ଣାମେଂଟ […]

Continue Reading

ମା’ ସହ ନବଜାତ ଶିଶୁ ବି କରୋନା ପଜିଟିଭ

କନ୍ଧମାଳ: ଶନିବାର ଦିନ ଓଡ଼ିଶାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣପଡା କମ୍ୟୁନିଟି ହେଲ୍ଥ ସେଣ୍ଟର୍‌ରେ ଜଣେ କରୋନା ସଂକ୍ରମିତ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଛକପଡ଼ା ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିସୁନା ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଶୁକ୍ରବାର ସକାଳେ କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ COVID ସହିତ ଗର୍ଭବତୀ ମହିଳାଙ୍କ କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ପୃଥକ୍‌ ରଖାଯାଇଥିଲା। ଏହାପରେ ଶନିବାର ଦିନ ସେ ସକାଳ […]

Continue Reading