ଲକଡାଉନରେ ନିୟମିତ ‘ମୋ ବସ୍’ ସେବା ବନ୍ଦ ରହିବ, କେବଳ ଏହି ରୁଟରେ ଚାଲିବ

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭରେ ଆଜିଠୁ ରାଜ୍ୟବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଛି । ଜୁନ୍ 1 ତାରିଖ ଯାଏ ବଳବତ୍ତର ରହିବ । ବର୍ଦ୍ଧିତ ଲକ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍’ ସେବା ବନ୍ଦ ରହିବ ।  ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କହିଛି କ୍ରୁଟ୍ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ରେଲୱେ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ୍’ ଚାଲିବ । ଏୟାରପୋର୍ଟରୁ ରେଲୱେ ଷ୍ଟେସନ […]

Continue Reading

“ଖୁସ୍‌ ରହି‌ୟେ” ଔର୍‌ “ବି ହାପି”; ମିଲ୍‌ ବକ୍ସ ଉପରେ ବିଶେଷ ବାର୍ତ୍ତା ଦେଇ କରୋନା ରୋଗୀଙ୍କ ମନୋବଳ ବଢାଉଛି ଏହି ଟିକି ପୁଅ

ନୂଆଦିଲ୍ଲୀ: କୋଭିଡ-୧୯ ରୋଗୀଙ୍କୁ ଏହି ଛୋଟ ପିଲାଟି ନିଜ ମାଙ୍କ ଦ୍ୱାରା ପ୍ରସ୍ତୁତ ମିଲ୍‌ ବକ୍ସ ଉପରେ ବିଶେଷ ବାର୍ତ୍ତା ଦେଉଛି। ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି। ଏହି ଟିକି ପିଲାଟି କରୋନା ରୋଗୀଙ୍କୁ ମିଲ୍‌ ବକ୍ସରେ “ଖୁସ୍‌ ରହି‌ୟେ” ଔର୍‌ “ବି ହାପି” ଲେଖି ସେମାନଙ୍କ ମନୋବଳ ବଢାଉଛି। ଏମିତି ଏକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଟିକି ପୁଅର ଭାବପ୍ରବଣତାକୁ ବେଶ୍‌ […]

Continue Reading

ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କରୋନା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡାକ୍ତରମାନେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ୭୭ ବର୍ଷୀୟ ଭଟ୍ଟାଚାର୍ଯ୍ୟଙ୍କ ପତ୍ନୀ ମୀରା ଭଟ୍ଟାଚାର୍ଯ୍ୟ ମଧ୍ୟ ଏହି ସଂକ୍ରମଣ ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ସେମାନେ କହିଛନ୍ତି। ମଙ୍ଗଳବାର ଦିନ ଏକ ସୂତ୍ରରୁ ପ୍ରକାଶ ଯେ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ତାଙ୍କ ପତ୍ନୀ […]

Continue Reading

ଆଉ କିଛି ସମୟ ପରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଲକଡାଉନ୍ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର: ଆଉ କିଛି ସମୟ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରିବେ । କରୋନା ମୁକାବିଲା ଓ ଲକଡାଉନ୍ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଣା ହୋଇପାରେ । ରାଜ୍ୟରେ ବଢ଼ିପାରେ ଲକଡାଉନ୍ ଅବଧି । ଏନେଇ ଘୋଷଣା କରିପାରନ୍ତି ମୁଖ୍ୟ ସଚିବ । କାରଣ ରାଜ୍ୟରେ ଆସନ୍ତାକାଲି ଲକଡାଉନ୍ ସରୁଛି । ଏବେ ରାଜ୍ୟରେ ପଜିଟିଭ୍ ହାର ୨୦ ପ୍ରତିଶତ ତଳେ ରହୁଛି । ବିଭିନ୍ନ ରାଜ୍ୟ ଲକଡାଉନ୍ ଅବଧି ବଢ଼ାଇଛନ୍ତି । ତେଣୁ ଓଡ଼ିଶା […]

Continue Reading

କରୋନାରୁ ସୁସ୍ଥ ହେବା ଲାଗି କିରୋସିନ ପିଇ ବ୍ୟକ୍ତିଙ୍କ ମୃତ୍ୟୁ

ଭୋପାଳ: କରୋନାରୁ ସୁସ୍ଥ ହେବା ଆଳରେ କିରୋସିନ ପିଇ ବ୍ୟକ୍ତିଙ୍କ ମୃତ୍ୟୁ। ମୃତ୍ୟୁ ପରେ ବ୍ୟକ୍ତି ଜଣକ ରିପୋର୍ଟ କୋଭିଡ୍‌ ନେଗେଟିଭ୍‌ ଆସିଥିବା ମଧ୍ୟ ଜଣାପଡ଼ିଛି। ଏହି ଘଟଣା ଭୋପାଳର ଅଶୋକା ଗାର୍ଡେନ୍ ଅଞ୍ଚଳରେ ଘଟିଛି। କିଛି ଦିନ ଜ୍ୱରରେ ପୀଡିତ ହେବା ପରେ କୋଭିଡରେ ସଂକ୍ରମିତ ହୋଇଥିବା ନେଇ ଭୟଭୀତ ହୋଇ ଭୋପାଳର ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ପରାମର୍ଶରେ କିରୋସିନ ପିଇଥିଲେ। କିରୋସିନ ପିଇବା ପରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କର […]

Continue Reading

ବିଶ୍ୱର ଦ୍ୱିତୀୟ ଧନୀ ତାଲିକାରୁ ତଳକୁ ଖସିଲେ ଟେସ୍ଲା‌ ମୁଖ୍ୟ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ସୋମବାର ଦିନ ଟେସଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ୍‌ ମସ୍କ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ତାଲିକାରୁ ତଳକୁ ଖସିଛନ୍ତି। କାରଣ ବୈଦ୍ୟୁତିକ ଯାନ ନିର୍ମାତାଙ୍କ ଅଂଶଧନ ୨.୨ ପ୍ରତିଶତ ହ୍ରାସ ପାଇଛି। LVMH ଚେୟାରମ୍ୟାନ୍ ବର୍ନାର୍ଡ ଆର୍ନାଲ୍ଟଙ୍କ ନିକଟରେ ନିଜର ସ୍ଥାନ ହରାଇଛନ୍ତି ଏଲନ୍‌ ମସ୍କ। ମାର୍ଚ୍ଚ ସୁଦ୍ଧା ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ମସ୍କଙ୍କର ଆନୁମାନିକ ବର୍ତ୍ତମାନ ୧୬୦.୬ ବିଲିୟନ ଡ଼ଲାରର ସମ୍ପତ୍ତି ରହିଛି। ଯାହା ଜାନୁଆରୀ ମାସର ସର୍ବୋଚ୍ଚ […]

Continue Reading

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ ଆରମ୍ଭ

ବ୍ରହ୍ମପୁର: କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଓ ମହାମାରୀ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ କାମ । ଅକ୍ସିମିଟର ଜରିଆରେ ଘରକୁ ଘର ଯାଉଛନ୍ତି ଆଶା କର୍ମୀ । ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି । ଏହାର ରେକର୍ଡ ରଖୁଛନ୍ତି ଆଶା କର୍ମୀ । କରୋନା ଚେନରେ ବ୍ରେକ ଲଗାଇବା ପାଇଁ ଆସନ୍ତା ୨୪ ତାରିଖରୁ ଡୋର୍ ଟୁ ଡୋର୍ […]

Continue Reading

ବାହା ହେଲେ କି କୋରିଓଗ୍ରାଫର ଗୀତା କପୁର!

ନୂଆଦିଲ୍ଲୀ: କୋରିଓଗ୍ରାଫର ତଥା ସୁପର ଡାନ୍ସର୍ ଚାପ୍ଟର ୪ର ଜଜ୍ ଗୀତା କାପୁରଙ୍କୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରକୃତରେ ଗୀତା ମାଙ୍କ ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଲାଲ୍‌ ରଙ୍ଗର ଆଉଟ୍‌ଫିଟ୍‌ ସହିତ ମଥାରେ ସିନ୍ଦୁର ଲଗାଇଥିବା ଦେଖିବାକୁ ମିଳିଛି। ଗୀତା କପୁରଙ୍କ ଏହି ଦୃଶ୍ୟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏବେ ଗୀତା କପୁରଙ୍କୁ ନେଇ ଏକ ଗୁଜବ ପ୍ରଚାର ହେଉଛି। ଶୁଣିବାକୁ […]

Continue Reading

ଚୀନରେ ୩ କୋଟି ପୁରୁଷ ଅବିବାହିତ !

ବେଜିଂ: ବିଶ୍ୱର ସବୁଠାରୁ ଜନବହୂଳ ରାଷ୍ଟ୍ର ଚୀନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଏବେ କରାଯାଇଥିବା ଜନଗଣନା ଅନୁସାରେ ଚୀନରେ ୩ କୋଟି ପୁରୁଷ ଅବିବାହିତ ରହିଛନ୍ତିି । ପ୍ରତି ବର୍ଷ ପୁଅଙ୍କ ସଂଖ୍ୟା ବଢ଼ିବା ଯୋଗୁ ଏହି ସମସ୍ୟା ସୃଷ୍ଟି ହେଉଛି । ଗତ ବର୍ଷ ୧.୨ କୋଟି ଶିଶୁ ଜନ୍ମ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୦୦ କନ୍ୟା ସନ୍ତାନ ତୁଳନାରେ ପୁଅଙ୍କ ସଂଖ୍ୟା ଥିଲା ୧୧୧.୩ । ବିବାହ […]

Continue Reading

ଚାରିଧାମ ଯାତ୍ରା ଅସ୍ଥାୟୀ ଭାବେ ସ୍ଥଗିତ

ଡେରାଡୁନ: ଦେଶର ଅନ୍ୟ ରାଜ୍ୟମାନଙ୍କ ଭଳି ଉତ୍ତରାଖଣ୍ଡରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଯାହା ଏକ ପ୍ରକାର ପର୍ଯ୍ୟଟନ ସ୍ଥଳୀ ଏବଂ ତୀର୍ଥସ୍ଥାନ ଉପରେ ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି ‘ଚାରିଧାମ ଯାତ୍ରା’ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତୀର୍ଥଯାତ୍ରୀଙ୍କ ବିନା ରୀତିନୀତି ପାଳନ କରାଯିବ। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସମସ୍ତ ଶ୍ରଦ୍ଧାଳୁ ମାନେ ନିଜ ନିଜ ଘରେ ରହି ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଛନ୍ତି।

Continue Reading