କରୋନାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଯୁବକକୁ ସାହାଯ୍ୟର ହାତ ବଢାଇଲେ ସଲ୍‌ମାନ

ମୁମ୍ବାଇ: ଦେଶରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ଅନେକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ତେବେ ଖବର ଅନୁଯାୟୀ ଅଭିନେତା ସଲମାନ ଖାନ କରୋନାରେ ନିଜ ପପରିବାରକୁ ହରାଇଥିବା ଜଣେ ୧୮ ବର୍ଷୀୟ ବାଳକକୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ସଲ୍‌ମାନ କର୍ଣ୍ଣାଟକର ଜଣେ ୧୮ ବର୍ଷର ବାଳକକୁ ସହାୟତାର ହାତ ବଢାଇଛନ୍ତି। ଉକ୍ତ ବାଳକଟିର ପିତା କରୋନା ମୃତ୍ୟୁବରଣ କରିବା ପରେ ଏକମାତ୍ର ରୋଜଗାରକ୍ଷମ ମଣିଷକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ସଦସ୍ୟ। ବାଳକ ଟ୍ୱିଟରକୁ […]

Continue Reading

ରାଜ୍ୟର ୨୩ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା; ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବୁଧବାର ଦିନ ରାଜ୍ୟର ଅତି କମରେ ୨୩ ଟି ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ୩୦ରୁ ୪୦ କିଲୋମିଟର ବେଗରେ ବେଗରେ ପବନ ବହିବା ସହିତ ଅଧିକାଂଶ ଉପକୂଳ ଏବଂ ଦକ୍ଷିଣ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଉତ୍ତର ଏବଂ ପଶ୍ଚିମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଆସନ୍ତା ୯ ତାରିଖ […]

Continue Reading

କରୋନା ମୁକାବିଲା; ଭାରତକୁ ୫୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବ ଷ୍ଟାର ଇଣ୍ଡିଆ

ନୂଆଦିଲ୍ଲୀ: କରୋନା ମୁକାବିଲା ନିମନ୍ତେ ଭାରତକୁ ସହାୟତାର ହାତ ବଢାଇଛି ଷ୍ଟାର ଇଣ୍ଡିଆ। ୫୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ପ୍ରତିଶୃତି ଦେଇଛି ଷ୍ଟାର ଇଣ୍ଡିଆ। ଏ‌ ନେଇ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ଘୋଷଣା କରିଛି ଷ୍ଟାର ଇଣ୍ଡିଆ। ଭାରତକୁ ସମର୍ଥନ ଜଣାଇ ୱାଲ୍ଟ ଡିଜ୍ନି କମ୍ପାନୀ ଇଣ୍ଡିଆ ଏବଂ ଷ୍ଟାର ଇଣ୍ଡିଆର ସଭାପତି କେ ମାଧବନ୍ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ କରୋନା ବିରୋଧ ସଂଗ୍ରାମରେ ଆମେ ସମଗ୍ର ଭାରତ ସହିତ […]

Continue Reading

ଖୁବ୍‌ ଶୀଘ୍ର ଆସୁଛି କେବିସି ସିଜିନ ୧୩; ମେ ୧୦ରୁ ପଞ୍ଜୀକରଣ ଆରମ୍ଭ

ମୁମ୍ବାଇ: ଯେଉଁ ସମୟରେ ଦେଶ କରୋନାଭାଇରସ୍ ଦ୍ବିତୀୟ ତରଙ୍ଗ ଦେଇ ଗତି କରୁଛି, ସେହି ସମୟରେ ବିଗ୍‌ ବିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ରହିଛି। ଏକ ନୂଆ ସିଜିନ ସହ କୌନ ବନେଗା କରୋଡ୍‌ପତି ମଞ୍ଚକୁ ଫେରୁଛନ୍ତି ଅମିତାଭ ବଚ୍ଚନ। ଏ ନେଇ ଅମିତାଭ ନିଜେ ଘୋଷଣା କରିଛନ୍ତି। ଅମିତାଭ ବଚ୍ଚନ ଖୁବ୍ ଶୀଘ୍ର କୌନ ବନେଗା କରୋଡ୍‌ପତି ସିଜିନ ୧୩ ସହ ପରଦାରେ ନଜର ଆସିବାକୁ ଯାଉଛନ୍ତି। ସୋନି ଟିଭି ବୁଧବାର ଘୋଷଣା […]

Continue Reading

କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କୁ ଧରି କାନ୍ଦି ପକାଇଲେ ବୃଦ୍ଧା

କୋଲକାତା: କରୋନାରୁ ସୁସ୍ଥ ହେବା ପରେ ଜଣେ ବୃଦ୍ଧ ମହିଳା ଡାକ୍ତରଙ୍କୁ ଆଲିଙ୍ଗନ କରିବାର ଏକ ସମ୍ପୂର୍ଣ୍ଣ ହୃଦୟସ୍ପର୍ଶୀ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଚିତ୍ରଟି କୋଲକାତାର ମେଡିକାଲ କଲେଜର। କାରଣ ଏହି ପୋଷ୍ଟକୁ ଫେସବୁକ ବ୍ୟବହାରକାରୀ ତନ୍ମୟ ଦେ ସେୟାର କରିଛନ୍ତି। ଫଟୋରେ ବୃଦ୍ଧା ମହିଳା ଜଣକ କାନ୍ଦି କାନ୍ଦି ଡାକ୍ତରଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। “୧୦ ଦିନ କୋଭିଡ ସହିତ ଲଢିବା ପରେ ଏହି ୭୫ ବର୍ଷ ବୟସ୍କା ବୃଦ୍ଧା […]

Continue Reading

ଗିରଫ ହେଲେ ରେମ୍‌ଡେସେଭିୟର୍ କଳାବଜାରୀ !

ନୂଆଦିଲ୍ଲୀ: ୭୦ ହଜାର ଟଙ୍କାରେ ବିକ୍ରିୟ ହେଉଥିଲା ରେମ୍‌ଡେସେଭିୟର୍ ଇଂଜେକ୍ସନ୍ । କଳାବଜାରୀଙ୍କ ନିକଟରେ ମହଜୁଦ ଥିଲା ଇଂଜେକ୍ସନ ଭାଇଲ୍ । ବହୁ ଖୋଳତାଡ ପରେ ଶେଷରେ ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି ରେମଡେସେଭିୟର୍ ଇଂଜେକ୍ସନ କଳାବଜାରୀ ଗ୍ୟାଙ୍ଗ । ରେମ୍‌ଡେସେଭିୟର୍ ଇଂଜେକ୍ସନକୁ ବେଆଇନ ଭାବେ ବିକ୍ରିୟ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏକ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜାଣି ଚକିତ ହେବେ ଏହି ଗ୍ୟାଙ୍ଗ ଗୋଟିଏ ଇଂଜେକ୍ସନ ପାଇଁ ଲୋକଙ୍କଠାରୁ ଦାବି […]

Continue Reading

ସାହିତ୍ୟ ପତ୍ରିକା କାହାଣୀର ‘ମନୋଜ ଦାସ ବିଶେଷାଙ୍କ’ ଲୋକାର୍ପିତ

ଭୁବନେଶ୍ୱର : ସମ୍ପାଦକ ବିଜୟ ନାୟକଙ୍କ ଦ୍ୱାରା ସମ୍ପାଦିତ ଅଗ୍ରଣୀ ସାହିତ୍ୟ ପତ୍ରିକା ‘ କାହାଣୀ ‘ ର ‘ମନୋଜ ଦାସ ବିଶେଷାଙ୍କ’ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ବିଶେଷ ସଂଖ୍ୟାରେ ମନୋଜ ଦାସଙ୍କ ରଚିତ ଅନେକ ସ୍ୱତନ୍ତ୍ର କବିତା , ଭ୍ରମଣ ବୃତ୍ତାନ୍ତ , କଥା ଓ କାହାଣୀ , ସ୍ମୃତି କଥା […]

Continue Reading

ଆହ୍ଲାବାଦ ହାଇକୋର୍ଟ ଯୋଗୀ ସରକାରଙ୍କୁ ସଠିକ୍ ଜବାବ ଦେଇଛନ୍ତି, ବର୍ତ୍ତମାନ ଉତ୍ତରଦାୟିତ୍ୱ ସ୍ଥିର ହେବା ଜରୁରୀ: ପ୍ରିୟଙ୍କା ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶରେ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁକୁ ‘ଜନଶୁଣାଣି’ ବୋଲି କହିବା ପରେ ରାଜ୍ୟ ବିଜେପି ସରକାର ସଠିକ୍ ଜବାଜ ପାଇଛି । ବର୍ତ୍ତମାନ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର କରାଯିବା ଉଚିତ୍ । ସେ ଫେସବୁକ ପୋଷ୍ଟରେ କହିଛନ୍ତି ଯେ, ହାଇକୋର୍ଟ ସରକାରଙ୍କୁ ସଠିକ୍ ଜବାବ ଦେଇଛି । ୟୁପି ସରକାର ଲଗାତାର ଅମ୍ଳଜାନ ଅଭାବକୁ ଅସ୍ୱୀକାର କରିଛନ୍ତି । ଏପରିକି […]

Continue Reading

ଆରବିଆଇ ଗଭର୍ଣ୍ଣରଙ୍କ ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଆକର୍ଷଣ, ବଜାର ଓ ଏହାର ପ୍ରଭାବ କ’ଣ ହେବ ଜାଣନ୍ତୁ?

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ) ଆଜି କରୋନାର ଦ୍ୱିତୀୟ ଲହର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ ଅଟେ। ଅନେକ ରାଜ୍ୟରେ ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ଏହା ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇବ । ଆରବିଆଇ ଏହି ପରିସ୍ଥିତି ଉପରେ ନଜର ରଖିଛି। ଶ୍ରୀଯୁକ୍ତ […]

Continue Reading

ଗେମ୍‌ ଚ୍ୟାଲେଞ୍ଜରେ ହାରିଯିବାରୁ ଜୀବନ ହାରିଲା ନାବାଳକ!

ଭୁବନେଶ୍ୱର: ଅନଲାଇନ୍ ଗେମ୍‌ ହେଲା କାଳ। ଅନଲାଇନ୍ ଗେମ୍‌ ଚ୍ୟାଲେଞ୍ଜ ଯୋଗୁ ଚାଲିଗଲା ଆଉ ନାବାଳକର ଜୀବନ । ସୋମବାର ରାତିରେ ରାଜଧାନୀରେ ଏକ ଅନଲାଇନ୍ ଗେମ୍‌ରେ ହାରିଯିବା ପରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ଜଣକ ହେଉଛନ୍ତି ସତ୍ୟନଗର ରାଜକୁମାର ବସ୍ତିର ଦିଲୀପଙ୍କ ପୁଅ ଜସୱନ୍ତ ରାଉତରାୟ। ସୂଚନା ଅନୁଯାୟୀ, ଅନଲାଇନ୍ କ୍ଲାସ ପାଇଁ ପୁଅର ପିତାମାତା ତାଙ୍କୁ ମୋବାଇଲ୍ ଫୋନ୍ ଦେଇଥିଲେ। ମଙ୍ଗଳବାର […]

Continue Reading