ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ୩୦ ହଜାର ଶ୍ରମିକଙ୍କୁ ଟିକାକରଣର ସୁବିଧା ଯୋଗାଇବ ୟଶ ରାଜ ଫିଲ୍ମସ

ନୂଆଦିଲ୍ଲୀ: କରୋନା ଭୂତାଣୁ ଅନେକ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ କ୍ଷତି ପହଞ୍ଚାଇଛି। କରୋନା ଯୋଗୁ ଦେଶର ଅନେକ ସ୍ଥାନରେ ଲକଡାଉନ୍ ଏବଂ କର୍ଫ୍ୟୁ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରିଛି। ଏହି କାରଣରୁ, କ୍ଷୁଦ୍ର ଶ୍ରମିକ ଏବଂ ଗରିବ ଲୋକଙ୍କୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡୁଛି। ତେବେ ଦେଶର ଅନେକ ସେଲିବ୍ରିଟି ଏହି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ଦେଖିବାକୁ ମିଳୁଛି। ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ବଲିଉଡ ଅଭିନେତା […]

Continue Reading

ଘରୋଇ ଲାବ୍‌ରେ ଚାଲିଥିଲା ବେଆଇନ କୋଭିଡ ପରୀକ୍ଷଣ !

ବଲାଙ୍ଗୀର: କରୋନାକୁ ନେଇ ସାରା ବିଶ୍ୱ ଏବେ କୋକୁଆ ଭୟରେ । ହୁତୁହୁତୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାକ୍ସିନ୍ ପାଇଁ ଚାରିଆଡେ ଲାଗୁଛି ଭିଡ । ଏପରି ସ୍ଥିତିରେ ବି କିଛି ଅସାଧୁ ଲୋକ ମୁନାଫା ହାସଲ କରିବାକୁ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉନାହାନ୍ତି । ବଲାଙ୍ଗୀର ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ସଙ୍ଗୀନ ଘଟଣା । ପାଥକାଇଣ୍ଡ ନାମକ ଏକ ପାଥୋଲାବ ଦୀର୍ଘ ଦିନ ଧରି ବେଆଇନ ଭାବେ […]

Continue Reading

କାଲିଠୁ ମେ’ ୩୧ ଯାଏ ଉଚ୍ଚଶିକ୍ଷା ବିଭାଗର ଖରା ଛୁଟି, ହେବନି ଅନଲାଇନ୍ କ୍ଲାସ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଖରା ଛୁଟି ଘୋଷଣା କରିଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ । ଖରା ଛୁଟି ମେ’ ୩୧ ତାରିଖରେ ସରିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସାଶ୍ୱତ ମିଶ୍ର ସମସ୍ତ ବିଶ୍ୱ ବିଦ୍ୟାଳୟ ସହ ସରକାରୀ ଓ ଘରୋଇ କଲେଜକୁ ଚିଠି ଲେଖିଛନ୍ତି । ଖରା ଛୁଟି ସମୟରେ କୌଣସି ଅନଲାଇନ୍ […]

Continue Reading

ବାତିଲ ହେଲା ଆଇପିଏଲ

ନୂଆଦିଲ୍ଲୀ:ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାତିଲ ହୋଇଛି ଆଇପିଏଲ ଚଳିତ ସଂସ୍କରଣ । କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶେଷରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା ଏ ନେଇ ସୂଚନା ଦେଇଛନ୍ତି । ଗତବର୍ଷ କରୋନା ଯୋଗୁ ଆଇପିଏଲକୁ ୟୁଏଇରେ ଆୟୋଜନ କରାଯାଇଥିଲା । ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ବିନା ଦର୍ଶକରେ ଏଥର ଆଇପିଏଲ କରାଯାଉଥିଲେ ମଧ୍ୟ ଖେଳାଳିମାନଙ୍କ ମଧ୍ୟରେ ସଂକ୍ରମଣ […]

Continue Reading

କୋଭିଡ୍‌ ନିୟମ ଉଲ୍ଲଂଘନ‌; ରାଜଧାନୀର ଆଉ ଏକ ଘରୋଇ ବିଦ୍ୟାଳୟ ସିଲ୍‌

ଭୁବନେଶ୍ୱର: କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସିର କାର୍ଯ୍ୟନିର୍ବାହୀ ଦଳ ମଙ୍ଗଳବାର ସହରର ବଡଗଡ ଅଞ୍ଚଳର ଓମ୍‌ ଗୁରୁକୁଲ ପବ୍ଲିକ ସ୍କୁଲକୁ ସିଲ କରିଛନ୍ତି। ସୂଚନା ପରେ, କାର୍ଯ୍ୟନିର୍ବାହୀ ଦଳ ବିଦ୍ୟାଳୟ ଉପରେ ଚଢାଉ କରି ୩୦ ଜଣ ଛାତ୍ରଙ୍କୁ ଗୋଟିଏ କୋଠରୀ ଭିତରେ ପଢୁଥିବା ଦେଖିବାକୁ ପାଇଥିଲେ। ବିଏମସି ଟିମ୍ ସ୍କୁଲକୁ ସିଲ୍ କରି ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି।

Continue Reading

ଆଇପିଏଲ ବାତିଲ ହେଲେ ବିସିସିଆଇର କ୍ଷତି ହେବ ୨୦୦୦ କୋଟି

ମୁମ୍ବାଇ: ଆଇପିଏଲରେ ଖେଳାଳି ଏବଂ ଷ୍ଟାଫ କରୋନା ସଂକ୍ରମିତ ହେବା ଯୋଗୁ ଏହାକୁ ବନ୍ଦ କରିବା ନେଇ ବିଭନ୍ନ ମହଲରୁ ଦାବୀ ଆରମ୍ଭ ହୋଇଛି । ଯଦି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇର ଆନୁମାନିକ ୨୦୦୦ କୋଟି ଟଙ୍କା କ୍ଷତି ହେବ । ଏହା ବ୍ୟତୀତ ଟି୨୦ ବିଶ୍ୱକପ ଆୟୋଜନ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବ । ତେବେ ଆଇପିଏଲ ଯୋଗୁ ବିିସିସିଆଇର ଅନେକ ଲାଭ ହେଉଛି ଏବଂ ଏହାର ଫାଇଦା ପରୋକ୍ଷରେ ଭାରତ […]

Continue Reading

ସସ୍‌ପେଣ୍ଡ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ

ମୁମ୍ବାଇ: ମାଇକ୍ରୋ ବ୍ଲଗିଂ ସାଇଟର ନିୟମ ବିରୁଦ୍ଧରେ କିଛି ଟେକ୍ସଟ ପୋଷ୍ଟ କରିବା ପରେ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ସସ୍‌ପେଣ୍ଡ୍‌ କରାଯାଇଛି। ନିକଟରେ କଙ୍ଗନା ଟୁଇଟ୍ କରି ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଘଟିଥିବା ହିଂସା ଉପରେ ମନ୍ତବ୍ୟ ଦେଇଥିଲେ। ରାଜ୍ୟରେ ସମ୍ପ୍ରତି ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଜିତିବା ପରେ କଙ୍ଗନା ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବି କରିଥିଲେ। ଏହାପରେ ତାଙ୍କ ଟ୍ବିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିବା […]

Continue Reading

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ସହାୟତାର ହାତ ବଢାଇଲେ ସେଫ୍‌ ସଞ୍ଜୀବ କପୁର

ମୁମ୍ବାଇ: ଲୋକପ୍ରିୟ ସେଫ୍‌ ସଞ୍ଜୀବ କପୁର ମଧ୍ୟ କୋଭିଡ୍‌ ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏ ନେଇ ସେ ସୋସିଆଲ୍‌ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। “ଆମେ ଖୁବ ଶୀଘ୍ର ଅହମ୍ମଦାବାଦକୁ ବିସ୍ତାର କରିବୁ ବୋଲି ସେ କହିଛନ୍ତି। ଆମକୁ ସୁରକ୍ଷିତ ରଖିବା ପାଇଁ ଯେଉଁମାନେ ନିରନ୍ତର ପରିଶ୍ରମ କରୁଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ବୋଲି ସେଫ୍‌ କପୁର ଉଲ୍ଲେଖ କରିଛନ୍ତି।

Continue Reading

କୋଭିଡ ପରିଚାଳନା ଲାଗି ସିଏମସିକୁ ୧୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ: କୋଭିଡ ପରିଚାଳନା ଲାଗି କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)କୁ ୧୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଏମସି ଅନ୍ତର୍ଗତ ଅଞ୍ଚଳରେ କୋଭିଡ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି।

Continue Reading

ଜମି ବାଡ଼ି ପାଇଁ ଦିବ୍ୟାଙ୍ଗ ଭାଇକୁ ଆକ୍ରମଣ କଲେ ଦୁଇ ଭାଇ

ବାଲେଶ୍ବର: ବାଲେଶ୍ବରରେ ଘଟିଛି ଅଭାବନୀୟ ଘଟଣା। ଦୀବ୍ୟାଙ୍ଗ ଭାଇକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁଇ ଭାଇ। ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା କଟାପାଲି ଗାଁରେ ମାଧବ ହାତୀକୁ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇ ନିତ୍ୟା ହାତୀ ଓ ସାରଙ୍ଗ ହାତୀ ଶାବଳରେ ଆକ୍ରମଣ କରିଥିଲେ। ଗୁରୁତର ଦୁଇ ଭାଇ ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା ବେଳେ ମାଧବ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଘଟଣାରେ ନୀତ୍ୟା ମଧ୍ୟ ଆହତ ହୋଇଥିବା ଜଣା ପଡିଛି। ତେବେ […]

Continue Reading