ନକ୍ସଲଙ୍କ କବଜାରେ ଯବାନ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କରୁନାହାଁନ୍ତି ସରକାର

ମାଲକାନଗିରି: ଛତିଶଗଡ଼ ବିଜାପୁର ଟେକେଲଗୁଡ଼ା ଏନକାଉଣ୍ଟ ପରେ ନକ୍ସଲଙ୍କ କବଜାରେ ଜଣ ଯବାନ ଅଛନ୍ତି । ଯବାନଙ୍କୁ ମୁକୁଳାଇବା ଲାଗି ସରକାର ମଧ୍ୟସ୍ଥିଙ୍କ ନାଁ ଘୋଷଣା କରନ୍ତୁ ବୋଲି ମାଓ ସଂଗଠନ କହିଛି । ଯବାନ ଅପହରଣକୁ ୪ ଦିନରୁ ଅଧିକ ବିତିଥିବା ବେଳେ ସରକାର ନାଁ ଘୋଷଣା କରିନାହାଁନ୍ତି । ଯବାନଙ୍କୁ ମୁକୁଳାଇବା ଲାଗି ନିଜ ଆଡ଼ୁ ପ୍ରୟାସ କରିଛନ୍ତି ଦାନ୍ତେୱାଡ଼ାର ବିଶିଷ୍ଟ ଆଦିବାସୀ ନେତ୍ରୀ ତଥା ମାନବାଧିକାରୀ କର୍ମୀ ସୋନି ସୋଡ଼ି । ସୋନି ସୋଡ଼ି […]

Continue Reading

ବିରୋଧ ସତ୍ତ୍ୱେ କୋଟିଆରେ ଆନ୍ଧ୍ରର ନିର୍ବାଚନ, ପ୍ରଶାସନ ମୁହାଁମୁହିଁ

କୋରାପୁଟ: ପୁଣି କୋରାପୁଟ କୋଟିଆରେ ପଶି ଆନ୍ଧ୍ର ଦାଦାଗିରି କରିଛି । ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ଆଜି ନିର୍ବାଚନ କରୁଛି । ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି । କୋଟିଆର ନେରିଡିୱାଲାସରେ ଆନ୍ଧ୍ର ପୋଲିଂ ବୁଥ୍ କରିଛି । ଏଥିରେ କୋଟିଆ ଅଞ୍ଚଳର ୫ରୁ ୭ ଜଣ ଭୋଟ୍ ଦେଇଛନ୍ତି । ତେବେ ତଳ ଗଞ୍ଜେଇପଦର, ଉପରସେଣ୍ଡି ଓ ଧୂଳପଦର ଲୋକ ଏଯାଏଁ ଭୋଟ୍ ଦେଇନାହାଁନ୍ତି । ଭୋଟ୍ ବେଳେ ପୋଲିସ-କୋଟିଆବାସୀଙ୍କ ମଧ୍ୟରେ […]

Continue Reading

ଦେଖା ଦେବନି ରକ୍ତାଭାବ, A ବ୍ଲଡ୍ ଗ୍ରୁପ ବି ସମସ୍ତଙ୍କୁ ଦେଇପାରିବେ ରକ୍ତ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନକୁ ଆଉ ଏକ ବଡ଼ ସଫଳତା । ଅନେକ ସମୟରେ ଅଧିକାଂଶ ରୋଗୀ ରକ୍ତାଭାବ ସହ ଯୁଝିଥାନ୍ତି । କାରଣ ସେମାନଙ୍କ ବ୍ଲଡ୍ ଗ୍ରୁପର ରକ୍ତ ଉପଲବ୍ଧ ନଥାଏ । ଏବେ ଆଉ ରକ୍ତାଭାବ ଦେଖାଦେବ ନାହିଁ । ଦୁନିଆରେ ଏବେ କେବଳ O ବ୍ଲଡ୍ ଗ୍ରୁପ୍ ସମସ୍ତଙ୍କୁ ରକ୍ତ ଦେଇପାରିବେ ତା’ନୁହେଁ ଏବେ A ବ୍ଲଡ୍ ଗ୍ରୁପ୍ ରକ୍ତ ବି ସମସ୍ତଙ୍କୁ ଦିଆଯାଇ ପାରିବ । କାନାଡ଼ାର ବୈଜ୍ଞାନିକ ବ୍ୟାକ୍ଟେରିଆଲ୍ ଏନଞ୍ଜାଇମ୍ ଉପଯୋଗ କରି […]

Continue Reading

କରୋନା ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟରେ କରୋନା ସ୍ଥିତି ବେକାବୁ । ଲକ୍ଷେ ଟପିଛି ସଂକ୍ରମଣ । ଏଭଳି ସ୍ଥିତିରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ବୈଠକ ବସିବ । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ମୁକାବିଲା ନେଇ ରାଜ୍ୟଗୁଡ଼ିକ ନେଇଥିବା ପଦକ୍ଷେପ ବାବଦରେ ପଚାରି ବୁଝିବେ । ଏହାସହ ମହାମାରୀକୁ ନିୟନ୍ତ୍ରଣ ପାଇଁ  ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଫିଡବ୍ୟାକ୍ ନେବେ ପ୍ରଧାନମନ୍ତ୍ରୀ । ସେହିପରି […]

Continue Reading

ଟିଟିପିଏସ ବନ୍ଦ ପ୍ରତିବାଦରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧ

କଣିହାଁ: ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ବନ୍ଦ ପ୍ରତିବାଦରେ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ସକାଳ ୬ଟା ଠାରୁ କଣିହାଁ ଏନଟିପିସି ମୁଖ୍ୟଦ୍ୱାର ସମ୍ମୁଖରେ କମିଟିର ସଦସ୍ୟମାନେ ବସି ଅର୍ଥନୈତିକ ଅବରୋଧ କରିଛନ୍ତି। ଫଳରେ ଏନଟିପିସି ପ୍ଲାଣ୍ଟକୁ ଶ୍ରମିକମାନେ କାମ କରିବା ପାଇଁ ଯାତାୟାତ କରିବାରେ ଅସୁବିଧା ହୋଇଛି। ସେହିପରି କଣିହାଁ କୋଇଲା ଖଣି ସମ୍ମୁଖରେ କମିଟିର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ କଣିହାଁ କୋଇଲା ଖଣିରୁ […]

Continue Reading

ଏହି ଉପାୟ କୁ ପ୍ରୟୋଗ କରିବାର ମାତ୍ର କିଛି କ୍ଷଣ ମଧ୍ୟରେ ଆପଣ ସମସ୍ତ କରଜରୁ ପାଇବେ ମୁକ୍ତି

ଭୁବନେଶ୍ୱର (ବ୍ୟୁରୋ): ବନ୍ଧୁଗଣ ଚାଣକ୍ୟ ନୀତି, ଚାଣକ୍ୟଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ କି ଜୀବନକୁ ସୁଖୀ ଏବଂ ସଫଳ କରିବା ବିଷୟରେ ଲେଖା ହୋଇଛି। ଏହି ଗ୍ରନ୍ଥରେ ପ୍ରତ୍ୟେକଟି କଥା ଜୀବନ ବିଷୟରେ ଉପଯୁକ୍ତ ଉପଦେଶ ଦେଇଥାଏ । ଚାଣକ୍ୟ ବହୁତ ବୁଦ୍ଧିମାନ ଏବଂ ଜ୍ଞାନୀ ଥିଲେ। ଯାହାଙ୍କ ଦ୍ବାରା ଚନ୍ଦ୍ରଗୁପ୍ତମୋର୍ଯ୍ୟ ରାଜା ହୋଇପାରିଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କର କିଛି ମହତ୍ତ୍ୱପୂର୍ଣ୍ଣ ନୀତି ଗୁଡିକ ବିଷୟରେ ଯାହା କି […]

Continue Reading

ଏହି ସମୟରେ ଗଡିବ ଭୁବନେଶ୍ୱର-ଭଦ୍ରକ ମେମୁ ଟ୍ରେନ୍

ଭୁବନେଶ୍ୱର: ପୂର୍ବ ତଟ ରେଳବାଇ ପକ୍ଷରୁ ଭୁବନେଶ୍ୱରରୁ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ ସେବା ଆରମ୍ଭ କରିବାକୁ ବୁଧବାର ଦିନ ଘୋଷଣା କରାଯାଇଛି। ଭୁବନେଶ୍ୱର-ଭଦ୍ରକ ମେମୁ ଏପ୍ରିଲ ୭ ତାରିଖ ଅପରାହ୍ନ ୫ଟା ୫୫ରୁ ଭୁବନେଶ୍ୱର ଷ୍ଟେସନ ଛାଡିବା ସହ ରାତି ୯ଟା ୧୫ରେ ଭଦ୍ରକରେ ପହଞ୍ଚିବ। ସେହିପରି ଏହା ଏପ୍ରିଲ ୮ ସକାଳ ୬.୧୫ରେ ଭଦ୍ରକ ଛାଡିବା ସହ ଦିନ ୯.୫୦ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, […]

Continue Reading

ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ: ପୁନଃନିର୍ମାଣ କାର୍ଯ୍ୟର ଆଜି ଭିତ୍ତିପ୍ରସ୍ତର ପକାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ । ଏଥିପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି । ଏହାକୁ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢି ତୋଳିବା ପାଇଁ ଆଜି ଅପରାହ୍ମ ସାଢ଼େ ୫ଟାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ଯୋଗୁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୀମିତ […]

Continue Reading

ସୋସିଆ ମିଡିଆରେ ଭାଇରାଲ ହେଉଛି ତରଳ ଲାଭା ଉପରେ ଖାଦ୍ୟ ପ୍ରସ୍ତୁତିର ବିରଳ ଦୃଶ୍ୟ

ଆଇସଲ୍ୟାଣ୍ଡ: ଆଇସଲ୍ୟାଣ୍ଡର ରାଜଧାନୀ ରେକଜାଭିକ୍ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଭୋଲକାନୋ ବିସ୍ଫୋରଣ ହୋଇଛି। ଶହ ଶହ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ବିସ୍ଫୋରଣ ଘଟିଛି ଯାହା ଲୋକଙ୍କୁ ଆକର୍ଷିତ କରିଛି। ଏହି ଅଞ୍ଚଳର ଆଗ୍ନେୟ ଉଦ୍‌ଗୀରଣକୁ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ଏହା ଉପରେ ବିଭିନ୍ନ ପରୀକ୍ଷା କରିଛନ୍ତି। ପର୍ବତରୁ ପ୍ରବାହିତ ଲାଭାରେ ବୈଜ୍ଞାନିକମାନେ ହଟ୍‌ ଡଗ୍‌ସ ଏବଂ ଅଣ୍ଡା ଓମ୍‌ଲେଟ୍‌ ପ୍ରସ୍ତୁତ କରୁଥିବାର ଏକ ବିରଳ ଦୃଶ୍ୟ ଏବେ ସୋସିଆଲ୍‌ […]

Continue Reading

ଆଜିଠୁ ରାଜଧାନୀର ସବୁ ହଷ୍ଟେଲରେ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱରର ସବୁ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କର ହେଉଛି କୋଭିଡ୍ ଟେଷ୍ଟ ।  ଜୋନ୍ ସ୍ତରରେ ବିଭିନ୍ନ ହଷ୍ଟେଲରେ କୋଭିଡ୍‌ ପରୀକ୍ଷା ହେବ। ଏଥିପାଇଁ ସବୁ ଜୋନ୍‌ରେ ସ୍କ୍ବାଡ୍‌ ଗଠନ ହୋଇଛି । ହଷ୍ଟେଲରେ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ନେବାକୁ ପରାମର୍ଶ ଦେଇଛି ବିଏମସି । ଗତ କିଛି ଦିନ ହେବ ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକାବିଲା […]

Continue Reading