ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏନେଇ ତାଙ୍କ ପୁଅ ମାସୁଦ ଅଲ୍ଲି ସୂଚନା ଦେଇଛନ୍ତି । ଗତ ୧୪ ତରିଖରେ ଅସୁସ୍ଥତା ଅନୁଭବ କରିବାକୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ବିଭିନ୍ନ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି […]

Continue Reading

ପଶ୍ଚିମବଙ୍ଗ ବେଆଇନ ଗୋରୁ ଚାଲାଣ ଉପରେ ଚଢ଼ାଉ କଲା ସିବିଆଇ

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭାରତ-ବାଂଲାଦେଶ ସୀମାରେ ଚାଲୁଥିବା ଗୋରୁ ଚୋରା ଚାଲାଣକାରୀଙ୍କ ଚଢାଉ କରିଛି। ଆଜି ସକାଳେ କୋଲକାତା ଏବଂ ମୁର୍ସିଦାବାଦ ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରାଯାଇଥିବା ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ସର୍ଚ୍ଚ ଅପରେସନ ଚାଲିଛି। ଏହା ଭାରତ-ବଙ୍ଗଳା ସୀମାରେ ବେଆଇନ ଗୋରୁ କାରବାରର ସହ ଜଡିତ। ସିବିଆଇ ଅଧିକାରୀଙ୍କ […]

Continue Reading

ଦୁର୍ଘଟଣା ହେଲା ଆମ୍ବୁଲାନ୍ସ

ବାଲେଶ୍ୱର: ବସ୍ତା ଥାନା ଅର୍ନ୍ତଗତ 60 ନଂ ଜାତୀୟ ରାଜପଥ ହଳଦିପଦା ବାଇପାସ ନିକଟରେ ଅଘଟଣ। ଭାରସାମ୍ୟ ହରାଇ ରାସ୍ତା କଡ ନୟନ ଯୋଡ଼ିକୁ ପଶିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଦୁଇ ରୋଗୀ । ଘଟଣା ସ୍ଥଳରେ ରୋଗୀ ଛାଡି ଡ୍ରାଇଭର ଫେରାର । ସୂଚନା ଅନୁଯାୟୀ ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ରୋଗୀ ନେଇ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ହଳଦୀପଦା ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନୟନ ଯୋଡିକୁ ପଶି […]

Continue Reading

ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ଫାଟକର ରୂପା ଆଚ୍ଛାଦନ ପ୍ରକିୟା

ପୁରୀ: ପୁରୀର ଜଗନ୍ନାଥ ମନ୍ଦିରର ତିନୋଟି ଫାଟକକୁ ରୂପା ଆଚ୍ଛାଦନ ପାଇଁ କାର୍ଯ୍ୟ ବୁଧବାର ଠାରୁ ଆରମ୍ଭ ହୋଇଛି। ସୂଚନାନୁସାରେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଆଶିଷ କୁମାର ସୁବୋଧଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ମୁଖ୍ୟ ମନ୍ଦିରର ମୁକ୍ତି ମଣ୍ଡପ ମୁହାଁ ବେହେରା ଦ୍ୱାର , ଜଗମୋହନର ଜୟ-ବିଜୟ ଦ୍ୱାର ଏବଂ ମନ୍ଦିର ଗର୍ଭଗୃହ ମୁହାଁ କାଲାହାଟା ଦ୍ୱାର ଆଦିର ମାପ ନେଇଥିଲେ | ପରେ ଦଳ ଗଣମାଧ୍ୟମକୁ କହିଛି ଯେ […]

Continue Reading

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକକୁ ବିଭାଗ ପକ୍ଷରୁ ସନ୍ଧ୍ୟା ୭ ଟା ଯାଏଁ […]

Continue Reading

ପୁଅର ଜୀବନ ପାଞ୍ଚଶହ ଟଙ୍କା

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ପଡ଼ୋଶୀଙ୍କ ଘରୁ ୫୦୦ ଟଙ୍କା ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ପଡୋଶୀ ମହିଳା ଏବଂ ଅନ୍ୟ କେତେକ ଗ୍ରାମବାସୀ ପିଲାଟି ଟଙ୍କା ଚୋରି କରିଥିବା ସନ୍ଦେହ କରିଥିଲେ । ଯଦିଓ ମହିଳା ଜଣକ ପୁଅକୁ ମାଡ ମାରିଥିବା ସ୍ୱୀକାର କରିଛନ୍ତି, ତଥାପି ସେ ତାଙ୍କ ମୃତ୍ୟୁ ବିଷୟରେ ଜାଣି […]

Continue Reading

ଦକ୍ଷିଣ-ପୂର୍ବ ଏସିଆ ସହ ଭାରତର ସୁସମ୍ପର୍କ ସ୍ଥାପନର ମାଧ୍ୟମ ହବ ଶିକ୍ଷା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଗୁଆହାଟିକୁ ଭାରତୀୟ ଜ୍ଞାନ ପ୍ରଣାଳୀ ଏବଂ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ରୂପେ ଗଢ଼ିତୋଳିବାକୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା ଦକ୍ଷିଣ ପୂର୍ବ ଏସିଆ ସହିତ ଭାରତର  ସମ୍ପର୍କ ସ୍ଥାପନର ଏକ ନୂତନ ମାଧ୍ୟମ ହେବ। ଆଇଆଇଟି-ଗୁଆହାଟିର ୨୨ତମ ସମାରୋହରେ ତାଙ୍କ ଭର୍ଚୁଆଲ୍ ସମ୍ବୋଧନ ମାଧ୍ୟମରେ ମୋଦୀ କହିଛନ୍ତି, ମୋର ବିଶ୍ୱାସ ଯେ ଏକ ଆଧୁନିକ ତଥା ବୈଜ୍ଞାନିକ ପ୍ରକ୍ରିୟା […]

Continue Reading

ଜଣେ ହାରି ନ ଥିବା ଚାଷୀର କାହାଣୀ

ଭୁବନେଶ୍ୱର : ଦିନ ଥିଲା, ଚାଷ ସିନା କରୁଥିଲେ କିନ୍ତୁ ସଫଳ ଚାଷୀ ହୋଇପାରି ନ ଥିଲେ । ଧାନ କେଣ୍ଡା ବିଲରେ ହସିଲା ବେଳକୁ ରୋଗ ପୋକ ଦାଉ ସାଜୁଥିଲା । କେତେବେଳେ ପତ୍ର ମୋଡା ରୋଗ ତ କେତେବେଳେ କାଣ୍ଡବିନ୍ଧା । ଏମିତିକି ସେଥିରେ କି ସାର ପ୍ରୟୋଗ କରିବେ ସେ ନେଇ ମଧ୍ୟ ଧାରଣା ନ ଥିଲା । କିନ୍ତୁ ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ବରଗଡର ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଚିଚିନ୍ଦ୍ରା […]

Continue Reading

ପୁନମ ପାଣ୍ଡେଙ୍କ ସ୍ୱାମୀକୁ ବାନ୍ଧିଲା ପୋଲିସ

ମୁମ୍ବାଇ: ସବୁ ବେଳ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି । ବାହାଘରର ୧୨ ଦିନ ପରେ ହୋଇଛି ତାଙ୍କ ବିଚ୍ଛେଦ । ନିଜ ସ୍ୱାମୀଙ୍କ ନାଁରେ ସେ ଆଣିଛନ୍ତି ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଏହାପରେ ହନିମୁନ ଲୋକେସନରୁ ହିଁ ତାଙ୍କ ସ୍ୱାମୀଙ୍କୁ ଉଠାଇ ନେଇଛି ପୋଲିସ । ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ମଙ୍ଗଳବାର ଦିନ ଗୋଆ କାନାକୋନା ଥାନାରେ ନିଜ ସ୍ୱାମୀ […]

Continue Reading

କିନ୍ନରଙ୍କୁ ଖରାପ ବ୍ୟବହାର ପଡିଲା ମହଙ୍ଗା, ବନ୍ଧା ହେଲେ ଟ୍ରାଫିକ ପୋଲିସ

କୋଲକାତା: ରକ୍ଷକ ଯଦି ଭକ୍ଷକ ସାଜେ ତେବେ ସୁରକ୍ଷା ଦେବ କିଏ? ଜଣେ କିନ୍ନର କର୍ମକର୍ତ୍ତା ଓ ଦୁଇ ମହିଳାଙ୍କୁ ହଇରାଣ କରିବା ଅଭିଯୋଗରେ ମଙ୍ଗଳବାର ଜଣେ କୋଲକାତା ଟ୍ରାଫିକ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ତିନିଜଣ ଅଭିଯୋଗ କରିବା ପରେ ଅଭିଯୁକ୍ତ ଟ୍ରାଫିକ ପୋଲିସ ଅଭିଷେକ ଭଟ୍ଟାଚର୍ଯ୍ୟଙ୍କୁ ଗିରଫ କରାଯାଇଥିଲା। “ପଶ୍ଚିମବଙ୍ଗ ଟ୍ରାନ୍ସଜେଣ୍ଡର ଡେଭଲପମେଣ୍ଟ ବୋର୍ଡର ଜଣେ ସଦସ୍ୟ ଏବଂ ଅନ୍ୟ ଦୁଇଜଣ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା […]

Continue Reading