ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ

ସମ୍ବଲପୁର: ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ସମ୍ବଲପୁର ଜିଲ୍ଲା ଧନୁପାଲି ଅଞ୍ଚଳରେ । ସୂଚନାନୁସାରେ, ଖଇରପାଲି ଅଞ୍ଚଳର ଜଣେ ମହିଳା ନଇରୁ ଗାଧେଇ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ନାବାଳକ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା । ଏହାପରେ ଏକ ନିଛାଟିଆ ସ୍ଥାନକୁ ମହିଳାଙ୍କୁ ସେ ଅପହରଣ କରି ନେଇଥିଲେ । ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିବା […]

Continue Reading

ମହଙ୍ଗା ହେବ ରେଳ ସେବା!

ନୂଆଦିଲ୍ଲୀ: କରୋନା ମାଡ଼ରେ ସବୁ ବେହାଲ । ରେଳ ବିଭାଗରେ ମଧ୍ୟ କରୋନାର ଶକ୍ତ ଚାପୁଡ଼ା ବାଜିଥିଲା । କଟକଣା ହଟିବା ପରେ ଛିଡା ପୁଣି ଥରେ ସ୍ୱାଭାବିକ ହେବାକୁ ଆରମ୍ଭ କରିଛି ଭାରତୀୟ ରେଳ ବିଭାଗ । ଏଥିପାଇଁ ଅନଲାଇନରେ ଆସୁଥିବା ସାମଗ୍ରୀକୁ ହୋମ୍ ଡେଲିଭରୀ ଦେବାକୁ ଯୋଜନା କରୁଛି ରେଳ ବିଭାଗ। ଏଥିସହ ବିମାନ ବନ୍ଦର ଭଳି ରେଳ ଷ୍ଟେସନରେ ୟୁଜର ଫି’ ଆଦାୟ କରାଯିବା ନେଇ ଜାତୀୟ ଗଣମାଧ୍ୟମରେ ଝଡ ସୃଷ୍ଟି ହୋଇଛି […]

Continue Reading

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୪୮ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮,୧୪୬ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୯,୬୨୮ ଜଣଙ୍କର ଆଣ୍ଟିଜେନ, ୮୪୦୭ ଟି ଆରଟିପିସିଆର୍ ଓ ୧୧୧ ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି । ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ବା ଏହାର ପାଖାପାଖି ନମୁନା ପରୀକ୍ଷା ହେବା ଫଳରେ […]

Continue Reading

ଆମେରିକାଜ ଗଟ୍ ଟାଲେଣ୍ଟ ସିଜିନ-୧୫ ଫାଇନାଲରେ ଓଡିଆ ପୁଅ

ଭୁବନେଶ୍ୱର: ଆମେରିକାଜ ଗଟ୍ ଟାଲେଣ୍ଟରେ ସାଲସା ଓ ହିପ୍‌ହପ୍ ଡ୍ୟାନ୍ସ ପ୍ରଦର୍ଶନ କରି ଚର୍ଚ୍ଚାରେ ଓଡିଆ ପୁଅ ସୁମନ୍ତ ଓ ପଶ୍ଟିବଙ୍ଗର ଝିଅ ସୋନାଲି । ଏବେ ସେମାନେ ଫାଇନାଲରେ ପହଞ୍ଚିଛନ୍ତି । ଫାଇନାଲ ପାଇଁ ସେମାନେ ଶନିବାର ମୁମ୍ବାଇରୁ ଆମେରିକା ଅଭିମୁଖେ ଯାତ୍ରା କରିବେ । ପ୍ରଥମ ଥର ପାଇଁ ଆମେରିକାନ ଗଟ୍ ଟ୍ୟାଲେଣ୍ଟ ବା ଏଜିଟିରେ ଭାଗ ନେଇଛନ୍ତି ଭାରତର ଏହି ଯୋଡି । ୨୦୧୨ ଏହି ଯୋଡି ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟରେ ଚାମ୍ପିଅନ […]

Continue Reading

ବାଇକ୍ ସ୍କୁଟି ଧକ୍କା ଜଣେ ମୃତ, ୩ ଗୁରୁତର

ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି I OD07AD3493 ନମ୍ବର ବିଶିଷ୍ଟ ଏକ ବାଇକ ସହ OD07U6310 ନମ୍ବର ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା I ତେବେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ଅଛନ୍ତି I ମୃତକ ଜଣଙ୍କ ଗୋପାଳପୁର ନିକଟସ୍ଥ ଗଂଗଡାର ମହେଶ ଦାସ ବୋଲି ସୂଚନା ମିଳିଛି I

Continue Reading

ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ । ରାସ୍ତରେ ପଡିଛି ଛୋଟ ଶିଶୁର କଟା ମୁଣ୍ଡ । ସକାଳ ସମୟରେ ରାସ୍ତା ଉପରେ କଟାମୁଣ୍ଡ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକ । ପାଖରେ ଏକ ଅଳିଆଗଦା ମଧ୍ୟ ରହିଛି ତେବେ ଶିଶୁର କଟାମୁଣ୍ଡ ପଡିଥିବା ସ୍ଥାନ ନିକଟରେ ଏକ ଘରୋଇ ସ୍କୁଲ ରହିଛି। ନବଜାତ ଶିଶୁର କଟାମୁଣ୍ଡ ରାସ୍ତା ଉପରକୁ କିପରି ଆସିଲା ତାହା ସ୍ପଷ୍ଟ ହୋଇନାହିଁ। କୁକୁର ମାନେ ମୁଣ୍ଡଟି ଆଣି ପକାଇଥିବା ସ୍ଥାନୀୟ ଲୋକେ ଅନୁମାନ […]

Continue Reading

ବାଲୁକା କଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପୁରୀ ବେଳାଭୂମିରେ ବାଲୁକାକଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶର ଏହି ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଦେଶର ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟର ବଡ଼ନଗରରେ ଜନ୍ମ […]

Continue Reading

ତହସିଲଦାର ସମିସମ୍ମୁଖରେ ଚାଷୀଙ୍କ ଧାରଣା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଯାମଖୁଣ୍ଟା ପଂଚାୟତରେ ୨୦୧୯ ବର୍ଷର ଫସଲବୀମା କ୍ରପ କଟିଙ୍ଗ ରିପୋର୍ଟରେ ହେରଫେର ହୋଇଥିବା ଯୋଗୁଁ ଚାଷୀ ଫସଲବୀମାରୁ ବଂଚିତ ହୋଇଥିବା ଅଭିଯୋଗ କରି ଚାଷୀ ସିଂଧେକେଲା ଗ୍ରାମ ପଂଚାୟତ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀ ଅଭିଯୋଗ କରିଛନ୍ତି ଯେ ଜାମଖୁଣ୍ଟା ପଂଚାୟତ ପାଖ ଗନ୍ଧରଲ, ଭୂଷଲାଡ଼, ଝଲପ ପଂଚାୟତ ମାନଙ୍କରେ ସାମାନୁପାତିତ ବର୍ଷା ହୋଇଥିଲା । କିନ୍ତୁ କ୍ରପ କଟିଙ୍ଗ […]

Continue Reading

ଯୁବକର ମୃତଦେହ ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କାଉଡୋଳା ଗ୍ରାମର ସୁଧୀର ସତନାମୀ (୨୫) ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିପାର୍ଶିକ ଅବସ୍ଥା ଦେଖି ଏହା ଆତ୍ମହତ୍ୟା ବୋଲି ଜଣା ପଡିଛି । ଖବର ପାଇ ଆମପାଣି ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ପରେ ଶବ ଜବତ କରି କୋକସରା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ […]

Continue Reading

କାଠ ଚୋରିରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ରବିବାର ଭୋର ସକାଳୁ ବନବିଭାଗର କର୍ମଚାରୀ ମାନେ ଚୋରା ଚାଲାଣ ହେଉ ଥିବା ୩୪ ଟି ଶାଳ କାଠ ପଟାକୁ ଜବତ କରିବା ସହ ଚୋରା ଚାଲାଣରେ ସଂପୂର୍କ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଠାକୁରମୁଣ୍ଡା ରେଞ ଅଫିସ କେଶ ନମ୍ବର ୯୫ ଅନୁଯାୟୀ କୋର୍ଟକୁ ଚାଲାଣ କରିଥିବାର ବନବିଭାଗ ଠାରୁ ଜଣା ଯାଇଛି। ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ […]

Continue Reading