ଷ୍ଟିଲ୍ ସିଟିରେ ସେକ୍ସ ରାକେଟ୍ ଠାବ, ବନ୍ଧା ହେଲା ରାଣୀ ମହୁମାଛି

ରାଉରକେଲା: ଷ୍ଟିଲ୍ ସିଟିର ଛାତି ଉପରେ ବେଧଡ଼କ ଦେହ ବ୍ୟବସାୟ । ଦିନ ଦ୍ୱିପହରରେ ଚାଲିଥିଲା ସେକ୍ସ ରାକେଟ । ମଙ୍ଗଳବାର ପୋଲିସ ସହ ସ୍ପେଶାଲ୍ ସ୍କ୍ୱାଡ୍ ଛେଣ୍ଡ ଥାନା ଅଞ୍ଚଳର ଏକ ଘରେ ରେଡ୍ କରି ଏକ ସେକ୍ସ ରାକେଟକୁ ଧରିବାରେ ସଫଳ ହୋଇଛି । ରାଉରକେଲା ସହରର ଛେଣ୍ଡ କଲୋନୀର ଏହି ବିଲ୍ଡିଂର ପ୍ରଥମ ମହଲାରେ ଚାଲିଥିଲା ଦେହ ବ୍ୟବସାୟ । ପୋଲିସ ରାଣୀ ମହୁମାଛି ସହ ଜଣେ ଗ୍ରାହକକୁ ଗିରଫ କରିଥିବା ବେଳେ […]

Continue Reading

୨୦୨୨ରେ ୧୦୦ ବିଲିୟନ ଡଲାର ହରାଇଲେଣି ମସ୍କ, ତଥାପି ୧ନଂ ଧନୀ

ୱାଶିଂଟନ: ଟେସଲା ଓ ଟ୍ୱିଟର ଭଳି ସଂସ୍ଥାର ମାଲିକ ଏଲନ ମସ୍କଙ୍କ ପାଇଁ ୨୦୨୨ ଆଦୌ ଶୁଭଙ୍କର ହୋଇନାହିଁ। ଚଳିତ ବର୍ଷ ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୦୦ ବିଲିୟନ ଡଲାର ହ୍ରାସ ପାଇଛି। ଗତ ୨ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଖସିଛି। ଏତେ କ୍ଷତି ସତ୍ତ୍ୱେ ଏବେ ବି ମସ୍କ ବିଶ୍ୱର ୧ନଂ ଧନୀ ହୋଇ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୭୦ ବିଲିୟନ ଡଲାର ରହିଥିବା ବ୍ଲୁମବର୍ଗ ବିଲିନୟର୍ସ ଇଣ୍ଡେକ୍ସରୁ […]

Continue Reading

ଡ୍ରଗ୍ସ ପାଇଁ ୧୦ ଦିନରେ ୧୨ ଜଣଙ୍କ ମୁଣ୍ଡ କାଟିଲା ସାଉଦି ସରକାର

ରିୟାଦ: କଠୋର ଦଣ୍ଡାଦେଶ ନେଇ ସାଇଦି ଆରବର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏଥର ମଧ୍ୟ ସାଉଦି ଆରବ ସରକାର ଅପରାଧୀ କୁ କଠୋର ଦଣ୍ଡ ଦେଇଛନ୍ତି । ସେ ପୁଣି ଏମିତି ସେମିତି ଦଣ୍ଡ ନୁହେଁ, ଦିଆଯାଇଛି ମୃତ୍ୟୁ ଦଣ୍ଡ । ୧୦ ଦିନ ମଧ୍ୟରେ ୧୨ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି । ୧୨ ଜଣଙ୍କର ମୁଣ୍ଡକୁ ଶରୀରରୁ କାଟି ଦିଆଯାଇଛି । ମୃତ୍ୟୁ ଦଣ୍ଡ ଦେବାର କାରଣ ହେଉଛି ଡ୍ରଗ୍ସ […]

Continue Reading

ଆସାମ-ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ, ଫରେଷ୍ଟ ଗାର୍ଡଙ୍କ ସମେତ ୬ ମୃତ

ଗୌହାଟୀ: କାଠ ଗଣ୍ଡି ଚୋରା ଚାଲାଣକୁ ନେଇ ଆସାମ ଓ ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏଥିରେ ଜଣେ ଫରେଷ୍ଟ ଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଟ୍ରକ୍‌ରେ କିଛି ଲୋକ କାଠଗଣ୍ଡି ଚୋରା ଚାଲାଣ କରୁଥିବା ପୁଲିସ୍‌ ଠାବ କରିବା ପରେ ଏପରି ଘଟଣା ଘଟିଛି। ଏହି ସଂଘର୍ଷ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମେଘାଳୟ ସରକାର ସୀମାନ୍ତ ଅଞ୍ଚଳର ୭ଟି ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ […]

Continue Reading

ପାରାଦୀପ ବନ୍ଦରରେ ଆଇଏନଏସ ଘଡିଆଳ

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଲା ଇଣ୍ଡିଆନ୍ ନାଭିର ଜାହାଜ । ବନ୍ଦରରେ ଲାଗିଛି ନାଭିର ଆଇ ଏନ୍ ଏସ ଘଡ଼ିଆଳ । ଜାହାଜ ଭିତରେ ଚାଲିଛି ସ୍ୱାସ୍ଥ୍ୟ ମେଳା । ମହତ ଉଦ୍ଦେଶ୍ୟ ନେଇ ପାରାଦୀପକୁ ଆସିଛି ଆଇଏନଏସ ଘଡିଆଳ । ବନ୍ଦର ନଗରୀ ପାରାଦ୍ଵୀପରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରୁଛନ୍ତି ନୌସେନା କର୍ମଚାରୀ । ବନ୍ଦରର ଫର୍ଟିଲାଇଜର ବର୍ଥରେ ନାଭିର ବିଭିନ୍ନ ବିଭାଗର ବରିଷ୍ଠ ଡ଼ାକ୍ତରମାନେ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ […]

Continue Reading

ପିଓକେ ଦଖଲ ପ୍ରସଙ୍ଗ: ‘ସରକାରଙ୍କ ସବୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବ ସେନା’

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଦଖଲ କରିବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ପିଓକେ ଦଖଲ ହେଉ କି ଆଉ ଯାହା ବି କିଛି ମିଶନ ହେଉ, ସରକାରଙ୍କ ସବୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି। ଭାରତ ସରକାର ଯାହା ବି ନିର୍ଦ୍ଦେଶ ଦେବେ, ସେନା ଯବାନମାନେ ତାକୁ କାର୍ଯ୍ୟକାରୀ କରିବାକୁ ସବୁବେଳେ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କହିଛନ୍ତି ନର୍ଦ୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଆଜି […]

Continue Reading

ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି;୫୨କିମି ବେଳାଭୂମିରେ ହେବ ଅଣ୍ଡାଦାନ

ବ୍ରହ୍ମପୁର: ବିଦେଶୀ ଅତିଥି ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି ହେଲାଣି ଗଞ୍ଜାମ ଉପକୂଳ। କେବଳ ବନ ବିଭାଗ ନୁହଁ, ଅନ୍ୟାନ୍ୟ ବିଭାଗ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଳନ ଠାରୁ ଅଣ୍ଡାଦାନ ଏବଂ ଛୁଆ ବାହାରିବା ପର୍ଯ୍ୟନ୍ତ, ସେମାନଙ୍କ ସୁରକ୍ଷିତ ସହବସ୍ଥାନ ପାଇଁ ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଛି ତତ୍ପରତା। ପ୍ରାୟ ୫୨ କିମି ବେଳାଭୂମିରେ ଚଳିତ ବର୍ଷ ହେବ ଗଣଅଣ୍ଡାଦାନ। ବ୍ରହ୍ମପୁର ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ […]

Continue Reading

ରେଳ ବଜେଟ୍: ଯେତିକି ମିଳିଛି, ତା’ଠୁ ବି କମ୍ ମାଗିଲା ଓଡ଼ିଶା

ଭୁବନେଶ୍ୱର: ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି କ୍ଷମତାସୀନ ବିଜେଡିର ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାଜ୍ୟ ସରକାର ଆବଶ୍ୟକ ପରିମାଣର ପାଣ୍ଠି ଓଡ଼ିଶା ପାଇଁ ଦାବି କରିବାରେ ଫେଲ୍ ମାରିଛନ୍ତି । ଏପରିକି ୨୦୨୨-୨୩ ରେଳ ବଜେଟରେ ଓଡ଼ିଶାକୁ କେନ୍ଦ୍ର ସରକାର ଯେତିକି ଅର୍ଥ ମଞ୍ଜୁର କରିଛନ୍ତି ତା’ଠୁ ବି ପ୍ରାୟ ୧୩୩୪କୋଟି ଟଙ୍କା କମ୍ ପାଣ୍ଠି ୨୦୨୩-୨୪ ରେଳ ବଜେଟରେ ଆବଂଟନ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ […]

Continue Reading

ଟ୍ରେନରୁ ଖସି ୨ଜଣ ଗୁରୁତର, ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଧାରଣା

ଯାଜପୁର : ଦୁଲଖପାଟଣା ଷ୍ଟେସନରେ ଆଜି ଅଭାବନୀୟ ଘଟଣା ଘଟିଛି। ଟ୍ରେନରୁ ଖସି ୨ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ରୁ ଭୁବନେଶ୍ୱର ମେମୁ ଟ୍ରେନ ଦୁଲଖପାଟଣା ଷ୍ଟେସନରେ ଅଟକିବା ପରେ ଯାତ୍ରୀମାନେ ଟ୍ରେନରେ ଚଢୁଥିଲେ। ସେହି ସମୟରେ ତିନି ଜଣ ଟ୍ରେନରୁ ଖସି ପଡ଼ିଥିଲେ। ଟ୍ରେନଟି ଜାମ ଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକେ ଗୁରୁତର ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ଥାନୀୟ ଲୋକେ ଟ୍ରେନକୁ ଅଟକ ରଖି ବିଭିନ୍ନ […]

Continue Reading

ବିସିସିଆଇ ନେବ ବଡ଼ ନିଷ୍ପତ୍ତି, ୩ ଫର୍ମାଟରେ ରହିବେ ଅଲଗା ଅଲଗା ଅଧିନାୟକ!

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ବିଦାୟ ନେବା ପରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବାରେ ଲାଗିଛି। ଚୟନକୁ ନେଇ ପ୍ରଶ୍ନ ଉଠିବାରୁ ବିସିସିଆଇ ଶୁକ୍ରବାର ଜାତୀୟ ଚୟନ କମିଟିର ସମସ୍ତ ୪ ସଦସ୍ୟଙ୍କୁ ବିଦା କରି ଦେଇଛି। ଏଥିସହ ଚୟନ କମିଟି ପାଇଁ ନୂଆ ଦରଖାସ୍ତ ଆହ୍ୱାନ କରିଛି। ୨୮ ତାରିଖ ସୁଦ୍ଧା ଆଶାୟୀମାନେ ବିସିସିଆଇ ନିକଟରେ ନିଜର ଆବେଦନପତ୍ର ଦାଖଲ କରିବେ। ବିସିସିଆଇ ନୂଆ ଚୟନ କମିଟି ସହ ପରାମର୍ଶଦାତା […]

Continue Reading