ଆଗ୍ରାରେ ଚମକିଲେ ବଣ୍ଡା ଜନଜାତିର ପୁଅ

ମାଲକାନଗିରି: ଆଗ୍ରାରେ ଚମକିଲେ ମାଲକାନଗିରି ବଣ୍ଡା ଜନଜାତିର ପୁଅ। ଆକାଶ ଦେଖାଇଲେ ପାରଦର୍ଶିତା। ୧୨୦୦ ଫୁଟ୍‌ ଉପରୁ ଯୁଦ୍ଧ ବମାନରୁ ପାରା ଗ୍ଲାଇଡିଂ କରି ଓଡ଼ିଶା ତଥା ମାଲକାନଗିରି ପାଇଁ ଗୌରବ ଆଣିଛନ୍ତି ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଲକିନାଥ କିରସାନି। ଆଗକୁ ସେ ସେନା ଯୋଗଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିର ଛାତ୍ର ଲକିନାଥ କିରସାନୀ। ସେ ମାଲକାନଗିରି ମହାବିଦ୍ୟାଳୟର ଶେଷ ବର୍ଷ ଛାତ୍ର। ସର୍ବ ଭାରତୀୟ […]

Continue Reading

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ୯ ବିଭାଗରେ ପିଜି ଖୋଲିବାକୁ ଅନୁମତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଠାରେ ରହିଥିବା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଭାବରେ ୯ଟି ବିଭାଗର ପିଜି ପାଠ୍ୟକ୍ରମ ଖୋଲିବାକୁ ଖୋଲିବାକୁ ଅନୁମତି ମିଳିଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଥିବା ବେଳେ ଏହାକୁ ନେଇ ଖୁସିର ମାହୋଲ ଦେଖାଯାଇଛି। ମହାବିଦ୍ୟାଳୟରେ ନୂତନ ଭାବରେ ଖୋଲାଯିବାକୁ ରହିଥିବା ବିଭାଗ ଗୁଡିକ ମଧ୍ୟରେ ବିଜ୍ଞାନ ବିଭାଗର ପାଞ୍ଚଟି ବିଭାଗ ଖୋଲାଯାଇଥିବା ବେଳେ ଏହି ସମସ୍ତ ବିଭାଗର ୧୬ ଲେଖାଏଁ ସିଟ୍ ରହିଛି। ବିଭାଗଗୁଡ଼ିକ ହେଲା […]

Continue Reading

‘Liger’ ଫିଲ୍ମରେ ବିଦେଶୀ ଫଣ୍ଡ: ଫସିଲେ ସାଉଥ ଅଭିନେତା ବିଜୟ, ଯାଞ୍ଚ କରିବ ED

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ଆସିଛି । ମନି ଲଣ୍ଡରିଂ କେସରେ ଫସିଛନ୍ତି ଅଭିନେତା ବିଜୟ ଦେବରାକୋଣ୍ଡା । ବିଜୟଙ୍କ ଅଭିନୀତ ‘ଲାଇଗର’ ଫିଲ୍ମରେ ବିଦେଶୀ ଫଣ୍ଡ ବେଆଇନ ଭାବେ ନିବେଶ ହୋଇଥିବା ଖବର ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତେଣୁ ଖୁବଶୀଘ୍ର ବିଜୟଙ୍କୁ ଜେରା କରାଯିବ । ଏନେଏ ଇଡି ପକ୍ଷରୁ ବିଜୟଙ୍କୁ ସମନ କରାଯାଇଥିବା ଜଣାପଡ଼ିଛି । ବିଜୟଙ୍କ ପୂର୍ବରୁ ଗତ ୧୭ ତାରିଖରେ ଫିଲ୍ମର ପ୍ରଯୋଜକ ଚାର୍ମି କୌର […]

Continue Reading

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଗିରଫ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ ହୋଇଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗର ଜାମିନ୍ ଆବେଦନକୁ ଖାରଜ କରିଛନ୍ତି । ଅକ୍ଷୟ ପରିଜାଙ୍କୁ, ଅର୍ଚ୍ଚନା ବ୍ଲାକମେଲ୍ କରିବା ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ଅର୍ଚ୍ଚନା ୩ କୋଟି ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ ଅକ୍ଷୟ ପରିଜା । ଏହି ମାମଲାରେ ଅକ୍ଷୟଙ୍କୁ ଇଡି ୨ ଥର ପଚରାଉଚରା କରିଥିବା ବେଳେ […]

Continue Reading

ଧମକ ଦେଉଛନ୍ତି କଲେଜ ଅଧ୍ୟକ୍ଷ, ଭିଡିଓ ଭାଇରାଲ୍‌

ପୋଲସରା: ଛାତ୍ରୀ ରାଗିଂକୁ ନେଇ ଚର୍ଚ୍ଚାରେ ଥିବା ଗଞ୍ଜାମ ଜିଲ୍ଲାରୁ ଆସିଛି କଲେଜ ଅଧ୍ୟକ୍ଷଙ୍କ ଦାଦାଗିରି। ସେ ଛାତ୍ରଛାତ୍ରୀଙ୍କୁ ଖୁଲମ୍‌ଖୁଲା ଦେଉଛନ୍ତି ଧମକ। ଯାହାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ତେବେ କେଉଁ ପରିସ୍ଥିତିରେ ସେ ଏପରି କହିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଗତ କିଛି ଦିନ ହେଲା ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ମିଶ୍ର ଧମକ ଦେଉଥିବା ଦେଖିବାକୁ ମିଳିଛି। […]

Continue Reading

ରାଗିଂ ପାଇଁ ୮୨ ଛାତ୍ରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା

କେନ୍ଦୁଝର: ରାଗିଂ ଅଭିଯୋଗ ପାଇଁ ୮୨ ଜଣ ଛାତ୍ରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଏଥିସହ ଲାଇବ୍ରେରୀରୁ ବହି ନନେବାକୁ ଓଡ଼ିଶା ସ୍କୁଲ୍‌ ଅଫ୍‌ ମାଇନିଂ ଇଞ୍ଜିନିୟରିଂ( ଓଏସ୍‌ଏମ୍ଇ) କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଓଡ଼ିଶା ସ୍କୁଲ୍‌ ଆଫ୍‌ ମାଇନିଂ ଇଞ୍ଜିନିୟରିଂର ଖଣ୍ଡାଧାର ଛାତ୍ରାବାସରେ କେତେକ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ରାଗିଂ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତଦନ୍ତ କମିଟି ଦ୍ଵାରା […]

Continue Reading

ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଏମ୍ସ ଭୁବନେଶ୍ୱରରେ ଉଦଘାଟିତ

ଭୁବନେଶ୍ୱର: କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଏମ୍ସ ଭୁବନେଶ୍ୱରରେ ଉଦଘାଟିତ ହୋଇଯାଇଛି । କବକ ଚିହ୍ନଟ, ଏନେଇ ହେଉଥିବା ସଂକ୍ରମଣ ଏବଂ ଏହାର ନିରାକରଣ ନେଇ ଆଜି ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନକେନ୍ଦ୍ର ପୂର୍ବ ଭାରତରେ ପ୍ରଥମ । ଏନେଇ ଅଧିକ ଗବେଷଣା ପାଇଁ ଏହା ଏକ ରେଫରାଲ୍ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି ଗବେଷକମାନେ ମତ ରଖିଛନ୍ତି । ଏମ୍ସ ଭୁବନେଶ୍ୱର […]

Continue Reading

ଅମିତାଭ ବଚ୍ଚନଙ୍କ ସ୍ୱର ଓ ଫଟୋ ବ୍ୟବହାର ମନା

ନୂଆଦିଲ୍ଲୀ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ଫଟୋ ଓ ଡାଏଲଗ୍ ବ୍ୟବହାର ଉପରେ ଲାଗିଲା କଟକଣା । ଦିଲ୍ଲୀ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ଅନୁମତି ବିନା ବିଗ୍-ବିଙ୍କ ସ୍ୱର ଓ ଫଟୋକୁ ବ୍ୟବହାର କରିବାକୁ ମନା କରିବା ନେଇ ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଅନେକ ତାଙ୍କର ସ୍ୱର, ଫଟୋ ବ୍ୟବହାର କରି ବିଜ୍ଞାପନ କରୁଛନ୍ତି । ଟି-ସାର୍ଟ ଠାରୁ ଆରମ୍ଭ କରି ପୋଷ୍ଟର ଓ ଲଟେରିରେ ତାଙ୍କ ଫଟୋକୁ ରଖାଯାଉଛି […]

Continue Reading

ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ-୧୯ ବୁଷ୍ଟର ଡୋଜକୁ ଡିସିଜିଆଇ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ ୧୯ ବୁଷ୍ଟର ଡୋଜକୁ ଶୁକ୍ରବାର ଡିସିଜିଆଇ ଅନୁମତି ପ୍ରଦାନ କରାଯାଇଛି । କୋଭାକ୍ସିନ ଓ କୋଭାଶୀଲ୍ଡର ଟୀକା ନେଇଥିବା ବ୍ୟକ୍ତି ଜରୁରୀକାଳୀନ ପରିସ୍ଥିତିରେ ଇନକୋଭାକର ବୁଷ୍ଟର ଡୋଜକୁୁ ବ୍ୟବହାର କରିପାରିବ । ଏହା ଏବେ କେବଳ ବୟସ୍କଙ୍କ ପାଇଁ ଉପଲବ୍ଧ ରହିବ । ଭ୍ୟାକ୍ସିନ ନିର୍ମାତାଙ୍କ ଅନୁସାରେ ଏହି ଟୀକା ନାକରେ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିବା କ୍ଷମତା ରଖିଛି । ଏହା ଦ୍ୱାରା ସଂକ୍ରମଣ ସମ୍ଭାବନା ବହୁତ କମ […]

Continue Reading

ପଦ୍ମପୁର ପ୍ରଚାର: କାଲି ବୈଜୟନ୍ତ ଓ ସମ୍ବିତ, ୨୭ରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଓ ତୋମାର

ଭୁବନେଶ୍ୱର: ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଆସନ୍ତାକାଲିଠୁ ଦଳର ହେଭିୱେଟ୍ ନେତାମାନେ ପ୍ରଚାରର ମଙ୍ଗ ଧରିବେ । ୨୭ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଦଳର ରାଜ୍ୟ ସାଧାରଣ ସମ୍ପାଦକ […]

Continue Reading