ଅନାମକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ

ଅନୁଗୁଳ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦେଲେ ରାୟ । ୨୦୧୬ ମସିହାରେ ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା ମନ୍ଦିର ନିକଟରେ ଛବି ନାଏକ ନାମକ ଜଣେ ବ୍ୟକ୍ତିକୁ ତାଙ୍କ ପଡୋଶୀ ଅନାମ ନାଏକ ହତ୍ୟା କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ପାଲଲହଡାର ଅନାମ ନାଏକକୁ ଆଜୀବନ କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ […]

Continue Reading

୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହାର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହୋଇ ନାହିଁ। ମାତ୍ର ଲଘୁଚାପର ପ୍ରଭାବ ପୂର୍ବ ଭାରତରେ ପଡ଼ିବା ନେଇ ବିଭିନ୍ନ ମଡେଲ୍‌‌ ଆକଳନ କରୁଛନ୍ତି। ନଭେମ୍ବର ୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଉତ୍ତର ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟ ସେହି […]

Continue Reading

ଡାକ୍ତରଖାନାରେ ଭର୍ତି ହେଲେ ଶରଦ ପାୱାର

ମୁମ୍ବାଇ: ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଛି । ଦୀର୍ଘ ଦିନ ଧରି ପାୱାର ଅସୁସ୍ଥ ରହିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ନୁହେଁ ଏବଂ ତାଙ୍କୁ ୧/୩ ଦିନ ମଧ୍ୟରେ ଘରକୁ ପଠାଇ ଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ନଭେମ୍ବର ୪ରେ ଶିରିଡିରେ ଦଳୀୟ […]

Continue Reading

୪୨ ରନରେ ଜିତିଲା, ପଏଣ୍ଟ ଟେବୁଲର ଦ୍ୱିତୀୟକୁ ଉଠିଲା ଅଷ୍ଟ୍ରେଲିଆ

ବ୍ରିସବେନ: ଟି-୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ଆୟୋଜକ ଅଷ୍ଟ୍ରେଲିଆ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିବା ଅଷ୍ଟ୍ରେଲିଆ ଆଜି ଆୟର୍ଲ୍ୟାଣ୍ଡକୁ ୪୨ ରନରେ ହରାଇଛି। ପୂର୍ବରୁ ଦଳ ଶ୍ରୀଲଙ୍କାକୁ ହରାଇଥିଲା। ଆଜିର ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅଷ୍ଟ୍ରେଲିଆ ଏଯାଏ ୪ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି। ସେହିପରି ବର୍ଷା ଯୋଗୁ ଗୋଟିଏ ମ୍ୟାଚ୍‌ ବାତିଲ ହୋଇଛି। ଏହାର ଅର୍ଥ ଅଷ୍ଟ୍ରେଲିଆର […]

Continue Reading

ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ

ନୂଆଦିଲ୍ଲୀ : ବଲିଉଡର ଅଭିନେତା ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ ଅଛନ୍ତି । ହୃଦଘାତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଏନେଇ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀପାବଳି ପାଳନ ପାଇଁ ଆମୀର ଖାନ ତାଙ୍କ ମା’ଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରା ପରିବାର ଜୀନତଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଥିଲେ । ହଠାତ୍‌ ଜୀନତ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଆମିରଖାନ୍‌ ତୁରନ୍ତ ତାଙ୍କୁ ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି […]

Continue Reading

ସାମ୍ବାଦିକ ସିଦ୍ଦିକ୍‌ କପ୍ପାନଙ୍କ ଜାମିନ ଆବେଦନ ଖାରଜ, ଜେଲରେ ରହିବେ

ଲକ୍ଷ୍ନୌ: କେରଳର ବରିଷ୍ଠ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ଦୀର୍ଘ ୨ ବର୍ଷ ହେଲା ଉତ୍ତର ପ୍ରଦେଶ ପୁଲିସ୍‌ ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା କପ୍ପାନ ମନି ଳଣ୍ଡରିଂ ମାମଲାରେ ଜାମିନ ଆବେଦନ କରିଥିଲେ। ହେଲେ ଆଜି ଉତ୍ତର ପ୍ରଦେଶର ଗୋଟିଏ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାର ଅର୍ଥ ସେ ପୂର୍ବଭଳି ଜେଲରେ ରହିବେ। ତାଙ୍କ ନାଁରେ ରୁଜୁ ହୋଇଥିବା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ମାମଲାରେ […]

Continue Reading

ଋଷି ସୁନାକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ପୁଣି ତେଜିଲା କୋହିନୂର ଫେରାଇ ଆଣିବା ଦାବି

ପୁରୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ପୁଣି କୋହିନୂର ହୀରାକୁ ନେଇ ଚର୍ଚ୍ଚା ହେଉଛି । ଜଣେ ହିନ୍ଦୁ ହିସାବରେ ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସକୁ ବିଚାରକୁ ନେଇ ଋଷି ସୁନାକ କୋହିନୂର ହୀରା ଫେରାଇବା ଦେବେ ବୋଲି ନୂଆ ଆଶା ସଞ୍ଚାର ହୋଇଛି । କୋହିନୂର ହୀରା ଫେରାଇ ଆଣିବା ଲାଗି ସେବାୟତ ଓ ଗବେଷକ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି । କୋହିନୂର ହୀରା ଫେରାଇ […]

Continue Reading

ଟି-୨୦ ବିଶ୍ୱକପ: କେତୋଟି ମ୍ୟାଚ ଜିତିଲେ ଭାରତ ସେମିକୁ ଯାଇ ପାରିବ?

ମେଲବର୍ଣ୍ଣ: ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅଭିଯାନ ଭାରତ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲା। ବିରାଟ କୋହିଲଙ୍କ ଅପରାଜିତ ୮୨ ଓ ଅର୍ଶଦୀପ ସିଂହଙ୍କ ଦମଦାର ବୋଲିଂ ବଳରେ ଭାରତ ପଏଣ୍ଟ ଟେବୁଲରେ ଗୁରୁତ୍ୱପୂର୍ଣ୍ଣ ୨ ପଏଣ୍ଟ ହାସଲ କରିଥିଲା। ଆଜି ନେଦରଲ୍ୟାଣ୍ଡ୍ସକୁ ଭାରତ ୫୬ ରନରେ ହରାଇବା ପରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି। ଏବେ ଭାରତ ଆଉ ୩ଟି ମ୍ୟାଚ୍‌ ଯଥାକ୍ରମେ […]

Continue Reading

ଦୋହାରେ ଭାରତୀୟ ନୌସେନାର ୮ ଅବସରପ୍ରାପ୍ତ ଅଧିକାରୀ ଅଟକ, କାରଣ ଅସ୍ପଷ୍ଟ

ଦୋହା: କତାରର ଦୋହାରେ ଭାରତୀୟ ଦୌସେନାର ୮ ଅବସରପ୍ରାପ୍ତ ଅଧିକାରୀଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଛି । କେଉଁ କାରଣ ପାଇଁ ସେମାନଙ୍କୁ ଅଟକ ରଖାଯାଇଛି ତାହା ସ୍ପଷ୍ଟ ହୋଇନି । ଏମାନେ ସମସ୍ତେ ଏମିରୀ ନେଭିରେ ପ୍ରଶିକ୍ଷଣ ଏବଂ ଅନ୍ୟ ସେବା ଯୋଗାଉଥିବା କମ୍ପାନୀରେ କାର୍ଯ୍ୟରତ ଥିଲେ । ଦୋହାରେ ଥିବା ଭାରତୀୟ ଦୂତାବସ ଏ ସମ୍ପର୍କରେ ଜଣାଇଛି । ମୀତୁ ଭାର୍ଗବ ନାମକ ଜଣେ ମହିଳା ଏ ସମ୍ପର୍କରେ ଟୁଇଟ କରିବା ପରେ ସମ୍ପୂର୍ଣ୍ଣ […]

Continue Reading

ଦରବୃଦ୍ଧି ଚିନ୍ତା: ଧାର୍ଯ୍ୟ ସମୟ ପୂର୍ବରୁ ମୁଦ୍ରା ନୀତି କମିଟିର ବୈଠକ ଡାକିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି କମିଟିର ସ୍ୱତନ୍ତ୍ର ବୈଠକ ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ। ଏମପିସି ସମିତିର ଏହି ଅତିରିକ୍ତ ବୈଠକ ସମୟ ସମୟରେ ଅନୁଷ୍ଠିତ ହୋଇଥାଏ। ନିୟମିତ ସମୟଠାରୁ ଏହା ଭିନ୍ନ ସମୟରେ ହୋଇତାଏ। ଦେଶରେ ଜାରୀ ରହିଥିବା ମହଙ୍ଗା ମାଡ଼ ମଧୟରେ ଆରବିଆଇ ଏହି ସ୍ୱତନ୍ତ୍ର ବୈଠକ ଡାକିଛି। ୧୨ ଅକ୍ଟୋବରରେ ପ୍ରକାଶିତ ଖାଉଟି ମୁଦ୍ରାସ୍ପିତି ହାର(ସିପିଆଇ) ୭.୪୧% ରହିଥିଲା। ଯାହା ଗତ ତିନି ତ୍ରୈମାସିକରେ ସର୍ବାଧିକ ରହିଛି। […]

Continue Reading