ଟି-୨୦ ବିଶ୍ୱକପ: ଅଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ ଇଣ୍ଡିଆ

ବ୍ରିସବେନ: ଟି-୨୦ ବିଶ୍ୱକପର ପ୍ରଥମ ଅଭ୍ୟାସ ମ୍ୟାଚ୍‌କୁ ବେଶ ନାଟକୀୟ ଢଙ୍ଗରେ ଜିତିଛି ଟିମ୍‌ ଇଣ୍ଡିଆ। ବିଶ୍ୱକପର ଆୟୋଜକ ଦଳ ଅଷ୍ଟ୍ରେଲିଆକୁ ରୋହିତ ସେନା ୬ ରନରେ ହରାଇ ଦମଦାର ଆରମ୍ଭ ପାଇଛି। ଶେଷ ଓଭରରେ ମହମ୍ମଦ ଶାମିଙ୍କ ସର୍ପାଇଜ୍‌ ଏଣ୍ଟ୍ରି ସାଙ୍ଗକୁ ୪ ବଲରେ ୩ ୱିକେଟ ଦଖଲ ପୂରା ଅଭ୍ୟାସର ମୁଖ୍ୟ ଆକର୍ଷଣ ରହିଥିଲା। ଏଥିସହ ବିରାଟଙ୍କ କୋହିଳଙ୍କ ଗୋଟିଏ ରନ ଆଉଟ ଓ ଶେଷ ଓଭର୍‌ରେ ୱାନ ହାଣ୍ଡେଡ କ୍ୟାଚ୍‌ ମଧ୍ୟ ଫ୍ୟାନ୍ସଙ୍କ […]

Continue Reading

ଋଷ ସେନା କ୍ୟାମ୍ପରେ ଗୁଳି ବିନିମୟ: ୧୧ ମୃତ, ୧୫ ଆହତ

ମେକ୍ସିକୋ: ଋଷର ବେଲଗୋରୋଦ ଅଞ୍ଚଳରେ ଥିବା ଏକ ସେନା କ୍ୟାମ୍ପରେ ଗୁଳି ବିନିମୟରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେପଟେ ପାଲଟା ଜବାବରେ ଦୁଇ ଆକ୍ରମଣକାରୀ ନିହତ। ଏନେଇ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଛି ଯେ ପୂର୍ବତନ ସୋଭିଏତ୍ ରାଜ୍ୟରୁ ଦୁଇଜଣ ସାଧାରଣ ନାଗରିକ ଏକ ସେନା କ୍ୟାମ୍ପ ତାଲିମ ସମୟରେ ଗୁଳି ଚଳାଇଥିଲେ ଏବଂ ଏହାର ପାଲଟା ଜବାବରେ ଉଭୟଙ୍କର ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ […]

Continue Reading

‘ଭାରତଯୋଡ଼ୋ ଯାତ୍ରା ବନ୍ଦ କରି ରାହୁଲ ଗୁଜରାଟ ଓ ହିମାଚଳ ପ୍ରଦେଶ ଯାଆନ୍ତୁ’

ପାଣାଜୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ ଉପରେ ଫୋକସ କରନ୍ତୁ। ଏହା କହିଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ ସରଦିନା। କଂଗ୍ରେସ ସାଂସଦ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ କହିଛନ୍ତି ଯେ, ରାହୁଲ ଗାନ୍ଧି ଏବେ ଭାରତ ଯୋଡା ଯାତ୍ରାକୁ ବନ୍ଦ କରି ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ଉପରେ ଧ୍ୟାନ ଦେବା ଉଚିତ୍। କାରଣ […]

Continue Reading

ମନ୍ଦିରରେ ମୁସଲମାନଙ୍କ ହନୁମାନ ଚାଳିଶା, ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଚତୁଃପାର୍ଶ୍ୱ

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ମୁସଲମାନ ଏବଂ ହିନ୍ଦୁମାନେ ଏକତ୍ର ହୋଇ ପଢୁଛନ୍ତି ହନୁମାନ ଚାଳିଶା। ସାଙ୍ଗରେ ଜୟ ଶ୍ରୀରାମ ଧ୍ୱନୀ ମଧ୍ୟ ଦେଉଛନ୍ତି। ଶନିବାର ଏହାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣାଟି ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି। ପ୍ରାୟ ଏକ ମିନିଟ୍ ପାଞ୍ଚ ସେକେଣ୍ଡର ଏହି ଭିଡିଓକୁ ଦେଖି ଲୋକେ ବହୁତ ପ୍ରଶଂସା କରିଛନ୍ତି। ଏହି ଭିଡିଓରେ ମୁସଲମାନ ସମାଜର ଲୋକମାନେ ଏକ […]

Continue Reading

ଏଥର ଦୀପାବଳିରେ ରାଜଧାନୀର ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଭୁବନେଶ୍ୱର: ଦୀପାବଳିରେ ରାଜଧାନୀରୁ କେଉଁଠି କିଣିବେ ବାଣ । ଏନେଇ ଆପଣ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ରାଜଧାନୀର ୭ଟି ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ମିଳିଛି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ୭ଟି ସ୍ଥାନକୁ ବାଣ ବିକ୍ରି ଲାଗି ଚିହ୍ନଟ କରାଯାଇଛି । ଏଥିପାଇଁ ଭୁବନେଶ୍ୱର ଡିସିପିଙ୍କ ସହ ଅଗ୍ନିଶମ, ଟିପିସିଓଡିଏଲ୍ କ୍ଲିୟରାନ୍ସ ଦେବେ । ଶହେ ସ୍କୋୟାର ଫୁଟ୍ ଜାଗା ପାଇଁ ଦୈନିକ ୧୬୦ ଟଙ୍କା ବିଏମସି ସଂଗ୍ରହ […]

Continue Reading

ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ, ନିୟମିତ ହେବେ ୫୭ ହଜାର ଠିକା କର୍ମଚାରୀ

ଭୁବନେଶ୍ୱର: ରାଜ୍ୟରେ ଆଉ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ରହିବ ନାହିଁ। ରାଜ୍ୟ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ସମାପ୍ତ ହୋଇଛି। ଫଳରେ ରାଜ୍ୟରେ ୫୭ ହଜାର ସରକାରୀ ଠିକା କର୍ମଚାରୀ ନିୟମିତ ହେବେ । ଏହି ଘୋଷଣା ମାଧ୍ୟମରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ରାଜ୍ୟ ସରକାର ଆଗୁଆ ଦୀପାବଳି ଉପହାର ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ […]

Continue Reading

କୁଏତରେ ଓଡିଆ ଯୁବ ଆଥଲେଟ୍ ସବିତା ଟପ୍ପୋ: ଦେଶ ଏବଂ ରାଜ୍ୟ ପାଇଁ ଆଣିଲେ ଗୌରବ

କୁଏତ: ଚତୁର୍ଥ ଏସୀୟ ଯୁବ ଆଥଲେଟିକ ଚାମ୍ପିଅନସିପରେ ଚମକିଲେ ଓଡିଆ ଯୁବ ଆଥଲେଟ୍ ସବିତା ଟପ୍ପୋ । ସେ ଦେଶ ପାଇଁ ରୌପ ପଦକ ହାସଲ କରି ନଜର ଜଲୱା ଦେଖାଇଛନ୍ତି । ମାତ୍ର ୧୪.୧୭ ସେକେଣ୍ଡରେ ସେ ୧୦୦ ମି. ହାଡଲ୍ସରେ ଏହି ରୌପ୍ୟ ପଦକ ଜିତିଛନ୍ତି । ତେବେ ଏହି ଗେମ୍ କୁଏତରେ ଅନୁଷ୍ଠିତ ହୋଇଥିବା ବେଳେ, ଏହା ୧୩ ଅକ୍ଟୋବରରୁ ଆରମ୍ଭ ହୋଇ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ତେବେ ଏହି […]

Continue Reading

ନବଜାତର ଜନ୍ମ ପ୍ରମାଣପତ୍ର ସହ ତିଆରି ହେବ ଆଧାର କାର୍ଡ

ନୂଆଦିଲ୍ଲୀ: ନବଜାତ ଶିଶୁଙ୍କ ଜନ୍ମ ପ୍ରମାଣପତ୍ର ସହିତ ଆଧାର ପଞ୍ଜୀକରଣ ସୁବିଧା ଆଗାମୀ କିଛି ମାସ ମଧ୍ୟରେ ସମସ୍ତ ରାଜ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ଦେଶର ୧୬ଟି ରାଜ୍ୟରେ ଆଧାର ପଞ୍ଜୀକରଣ ବ୍ୟବସ୍ଥା ରହିଛି। ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଧୀରେ ଧୀରେ ଅନେକ ରାଜ୍ୟ ସାମିଲ ହୋଇଥିଲା। ଏବେ ବାକି ରାଜ୍ୟଗୁଡ଼ିକ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) […]

Continue Reading

ଦେଶରେ ପ୍ରଥମ: ହିନ୍ଦୀରେ ପିଲା ପଢ଼ିବେ ମେଡିକାଲ ପାଠ

ଭୋପାଲ: ଦେଶର ମେଡିକାଲ ପାଠ୍ୟକ୍ରମ୍ୟ ବା ଏମବିବିଏସ୍‌ରେ ପୂର୍ବରୁ ଯାହା ହୋଇ ନଥିଲା, ସେକଥା ପ୍ରଥମଥର ପାଇଁ ମଧ୍ୟପ୍ରଦେଶରେ ହେବାକୁ ଯାଉଛି। ଦେଶର ପ୍ରଥମ ରାଜ୍ୟ ଭାବେ ମଧ୍ୟପ୍ରଦେଶର ସମସ୍ତ ୧୩ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍‌ର ୩ଟି ବିଷୟ ହିନ୍ଦୀ ଭାଷାରେ ପିଲାମାନଙ୍କୁ ପଢ଼ାଯିବ। ଆନାଟୋମୀ, ଶରୀର ବିଜ୍ଞାନ ଓ ଜୈବ ରସାୟନ ପାଠକୁ ଏମବିବିଏସ୍‌ର ପ୍ରଥମ ବର୍ଷର ପିଲାମାନେ ହିନ୍ଦୀ ଭାଷାରେ ପଢ଼ିବେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅକ୍ଟୋବର ୧୬ ଅର୍ଥାତ […]

Continue Reading

ବିଦ୍ୟୁତ ନେଲା ଡ୍ରାଇଭରଙ୍କ ଜୀବନ

ଯାଜପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଡି ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସିଙ୍ଗଡ଼ା ଛକରେ ଦେଖିବାକୁ ମିଳିଛି । ମୃତ ଡ୍ରାଇଭର ଜଣକ ହେଲେ ଗୋଳେଇପୁର ଅଞ୍ଚଳର ସୁରେଶ କୁମାର ଦାସ ବୋଲି ଜଣାପଡିଛି । ସୁରେଶ ଏକ ୧୪ ଚକିଆ ଟ୍ରକ୍ ନେଇ ପାଣିକୋଇଲି ଅଭିମୁଖେ ଆସୁଥିବା ସମୟରେ ସିଙ୍ଗଡା ଛକରେ ଏଭଳି ଅଘଟଣ ଘଟିଥିଲା । ରାସ୍ତା ଉପର ଦେଇ ଯାଇଥିବା 11 […]

Continue Reading