ଆଜିଠୁ ଜାତିସଂଘ ମୁଖ୍ୟଙ୍କ ୩ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ (ୟୁଏନ) ର ସେକ୍ରେଟେରୀ ଜେନେରାଲ୍ ତଥା ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଆଜିଠାରୁ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଏହା ପ୍ରଥମ ଗସ୍ତ ହେବ। ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁଟେରସ ଭାରତ ଗସ୍ତ କରି ମୁମ୍ବାଇ ତାଜ ହୋଟେଲରେ ୨୬/୧୧ ଆକ୍ରମଣ ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ଗୁଟେରସ ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଦ୍ବିପାକ୍ଷିକ ଆଲୋଚନା […]

Continue Reading

ପ୍ରତିଦିନ ବିଳମ୍ୱରେ ଆସୁଛନ୍ତି ସାର୍‌ ଓ ଦିଦି! ତାଲା ପକାଇଦେଲେ ଗାଁ ଲୋକେ

ବଣାଇ: ଦିନେ କି ଦୁଇଦିନ ନୁହେଁ, ପ୍ରତିଦିନ ବିଳମ୍ୱରେ ସ୍କୁଲ ଆସୁଛନ୍ତି ସାର୍‌ ଓ ଦିଦି! ସକାଳ ସାଢ଼େ ୧୦ଟା ପରେ ଖୋଲୁଛି ସ୍କୁଲ୍‌ ଗେଟ୍‌। ଯେଉଁଥିପାଇଁ ଆଜି ତାତିଲେ ଅଭିଭାବକ। ସ୍କୁଲ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ କଲେ। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। କେନାଭେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଛନ୍ତି ୧୬୮ ଛାତ୍ରଛାତ୍ରୀ। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆବଶ୍ୟକ ଥିବା ବେଳେ […]

Continue Reading

୩ଟି ବ୍ୟାଙ୍କ ଉପରେ RBIର କଡ଼ା ଆକ୍ସନ: ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ କରିବା ନେଇ ତିନୋଟି ବ୍ୟାଙ୍କକୁ ମହଙ୍ଗା ପଡ଼ିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ବ୍ୟାଙ୍କଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ୩ଟି ବ୍ୟାଙ୍କ ସାରା ଦେଶରେ ଆରବିଆଇ ପକ୍ଷରୁ ଜାରି ହୋଇଥିବା ନିୟମକାନୁନର ପାଳନ କରିନଥିଲେ । ତେଣୁ ଏହି ମାମଲାରେ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି । ରିପୋର୍ଟ ମୁତାବକ, ଗୁଜରାଟର ତିନୋଟି ସହକାରୀ ବ୍ୟାଙ୍କ ଉପରେ […]

Continue Reading

ଅମାବାସ୍ୟାରେ ହେବ ସୂର୍ଯ୍ୟପରାଗ, ଶ୍ରୀମନ୍ଦିରରେ କିଭଳି ହେବ ଦେବନୀତି

ପୁରୀ : କାର୍ତ୍ତିକ ମାସରେ ପଡ଼ୁଛି ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ । ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ହେବା ସହ ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଶ୍ରୀମନ୍ଦିରରେ କିଭଳି ଦେବନୀତି ସମ୍ପନ୍ନ ହେବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅକ୍ଟୋବର ୨୫ରେ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ।‌ ଦିନ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ତେଣୁ ଏହି ଦିନ […]

Continue Reading

ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ଉଦ୍ଧବ ଓ ପାୱାରଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ନଭେମ୍ବର ମାସରେ ମହାରାଷ୍ଟ୍ରରେ ପ୍ରବେଶ କରିବ। ରାହୁଲ ଗାନ୍ଧି ଏହି ପଦଯାତ୍ରାର ନେତୃତ୍ୱ ନେଉଥିବା ବେଳେ ବର୍ତ୍ତମାନ ଏହା ଜବରଦସ୍ତ ଜନସମର୍ଥନ ପାଇ ଆଗକୁ ମାଡ଼ି ଚାଲିଛି। ଏ ସବୁ ଭିତରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ଶିବସେନା ନେତା ଉଦ୍ଧବ ଠାକରେ ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ନିମନ୍ତ୍ରଣ ମିଳିଛି। କଂଗ୍ରେସର ଗୋଟିଏ ପ୍ରତିନିଧି ଦଳ ଆଜି ଉଭୟ […]

Continue Reading

ଏସିଆ କପ ଉପରେ କଳା ବାଦଲ! ପାକିସ୍ତାନ ଗସ୍ତରେ ଯିବନି ଭାରତ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ ଉପରେ କଳା ବାଦଲ ଘୋଟେଇ ଆସିଛି। ପାକିସ୍ତାନ ୫୦ ଓଭର ବିଶିଷ୍ଟ ଏସିଆ କପର ଆୟୋଜନର ଅଧିକାର ପାଇଥିବାରୁ ଟିମ୍‌ ଇଣ୍ଡିଆ ମଧ୍ୟ ଇସଲାମାବାଦ ଯିବ ବୋଲି କୁହାଯାଉଥିଲା। ହେଲେ ଏବେ ବିସିସିଆଇ ରୋକଠୋକ ଟିମ୍‌ ଇଣ୍ଡିଆକୁ କୌଣସି ପ୍ରକାରରେ ପାକିସ୍ତାନ ପଠାଇବ ନାହିଁ ବୋଲି କହିଛି। ଆଜି ମୁମ୍ବାଇରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ବସିଥିଲା। ଏହି ସମୟରେ ବିସିସିଆଇ ସମ୍ପାଦକ ଜୟ ଶାହ […]

Continue Reading

ନବମ ଏବଂ ଦଶମ ଶ୍ରେଣୀ ପିଲା ପଢ଼ିବେ ନୂଆ ବିଷୟ

କଟକ: ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ । ଆସ୍ପିରେସନାଲ୍ କମ୍ପୋନେଣ୍ଟ ନାମରେ ନୂଆ ବିଷୟ ପାଠ୍ୟକ୍ରମ ଯୋଡ଼ାଯିବ । ଏନେଇ ପ୍ରେସମିଟରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ନୂଆ ପାଠ୍ୟକ୍ରମ । ଆସନ୍ତା ବର୍ଷଠାରୁ ଉଭୟ ନବମ ଏବଂ ଦଶମରେ ଲାଗୁ ହେବ । ଆସ୍ପିରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଭାଗ ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ […]

Continue Reading

ତାଲିବାନର ‘ପଥର ଦଣ୍ଡ’ ପୂର୍ବରୁ ଜୀବନ ହାରିଦେଲେ ମହିଳା

କାବୁଲ: ତାଲିବାନର ନିଷ୍ଠୁର ଦଣ୍ଡ ପୂର୍ବରୁ ଜୀବନ ହାରିଛନ୍ତି ଜଣେ ମହିଳା। ତାଲିବାନ ତାଙ୍କୁ ସର୍ବମସମ୍ମୁଖରେ ପଥର ମାଡ଼ କରି ଦଣ୍ଡ ଦେବାକୁ ଯୋଜନା କରିଥିଲା। ହେଲେ ମହିଳା ଜଣଙ୍କ ଏହା ପୂର୍ବରୁ ହିଁ ଭୟରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଇ ନେଇଛନ୍ତି। ମହିଳା ଜଣଙ୍କ ଦୋଷ ହେଲା ସେ ଜଣେ ବିବାହିତ ପୁରୁଷଙ୍କୁ ପ୍ରେମ କରୁଥିଲେ। ଏଥିସହ ତାଙ୍କ ସହ ଘର ଛାଡ଼ି ଫେରାର ହୋଇଯାଇଥିଲେ। ଏହି କାରଣ ପାଇଁ ଆଫଗାନିସ୍ତାନର ଘୋର ପ୍ରଦେଶରେ […]

Continue Reading

ନଭେମ୍ବର ୯ ରେ ମୁଖ୍ୟବିଚାରପତି ଦାୟିତ୍ୱ ଗ୍ରହଣ କରିବେ ଡିୱାଇ. ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫୦ ତମ ମୁଖ୍ୟବିଚାରପତି ହେବେ ଜଷ୍ଟିସ ଡିୱାଇ. ଚନ୍ଦ୍ରଚୂଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ଏହି ପଦରେ ନିଯୁକ୍ତି କରିଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ ୯ନଭେମ୍ବରରକୁ ଏହି ଦାୟିତ୍ୱ ଗ୍ରହଣ କରିବେ। କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍ କରି ଏବିଷୟରେ ସୂଚନା ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟବିଚାର ୟୁୟୁ ଲଳିତ ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କୁ ଡିୱାଇ. ଚନ୍ଦ୍ରଚୂଡ଼ଙ୍କ ନାମ ତାଙ୍କର ଉତ୍ତରାଧିକାରୀ ଭାବରେ ସୁପାରିସ କରିଥିଲେ। ଏହା ପୁର୍ବରୁ ସରକାର ମୁଖ୍ୟବିଚାରପତିଙ୍କୁ […]

Continue Reading

କ୍ରିକେଟର ନୂଆ ଟ୍ରେଣ୍ଡ, ଛାତ ଉପରେ ରଙ୍ଗୀନ ଆଲୋକ ସହ ଖେଳା ଯାଉଛି ମ୍ୟାଚ୍

କଟକ: ରଙ୍ଗୀନ ଆଲୋକ ସାଙ୍ଗକୁ ଶୀତୁଆ ସନ୍ଧ୍ୟା ଆଉ ଛାତ ଉପର । ଆପଣ ଭାବୁଥିବେ କୌଣସି ପାର୍ଟି ବୋଧେ । ନା ଆଜ୍ଞା… କ୍ରିକେଟକୁ ନେଇ ୟେ ହେଉଛି କଟକିଆଙ୍କ ନୂଆ ଅନ୍ଦାଜ । ଗଲି କ୍ରିକେଟ୍ ପରେ ଏବେ ଦେଖିବାକୁ ମିଳିଛି ଟେରିସ୍ କ୍ରିକେଟ୍ । ସନ୍ଧ୍ୟାବେଳେ ଛାତ ଉପରେ ଚାଲିଛି କ୍ରିକେଟ୍ ଟୁର୍ଣ୍ଣମେଣ୍ଟ । ମନୋରଞ୍ଜନ ସହିତ ଶାରୀରିକ ବ୍ୟାୟମକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଏକ ଅଭିନବ ପଦକ୍ଷେପ ନେଇଛି ମୋମେଣ୍ଟମ ଜିମ୍ […]

Continue Reading