କ୍ରିସ ଗେଲ୍‌ଙ୍କୁ ପଛରେ ପକାଇଲେ ବିରାଟ କୋହଲି

ସିଡ୍‌ନୀ: ଚଳିତ ଟି-୨୦ ବିଶ୍ୱକପରେ ରନ ମେସିନ ବିରାଟ କୋହଲିଙ୍କ ବ୍ୟାଟ ଜବରଦସ୍ତ ଚାଲିଛି। ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୧୨ ମ୍ୟାଚ୍‌ ଅପରାଜିତ ୮୨ ରନ କରିଥିବା ବିରାଟ ଆଜି ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ସେ ୪୨ ବଲରେ ଅପରାଜିତ ୬୨ ରନର ଇନିଂସ ଖେଳି ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ବିରାଟ, ଅଧିନାୟକ ରୋହିତ ଶର୍ମା ଓ ବିସ୍ଫୋରକ ସୂର୍ଯ୍ୟ କୁମାର ଯାଦବଙ୍କ […]

Continue Reading

ହରିୟାଣାର ସୁରଜକୁଣ୍ଡରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହ 27 ଓ 28 ଅକ୍ଟୋବର 2022 ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ। ଦୁଇ ଦିନିଆ ଚିନ୍ତନ ଶିବିରରେ ଭାଗ ନେବା ପାଇଁ ସମସ୍ତ ରାଜ୍ୟର ଗୃହ ମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କୁ ଆମନ୍ତ୍ରିତ କରାଯାଇଛି। ରାଜ୍ୟର […]

Continue Reading

ବାତ୍ୟା ସିତ୍ରଙ୍ଗ ପ୍ରଭାବରେ ୨୩ରୁ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଅବପାତ ଓ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ଗଭୀର ଅବପାତ ଉତ୍ତର ଦିଗକୁ ରିକର୍ଭ କରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଏହାପରେ ବାତ୍ୟା ସିତ୍ରଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି […]

Continue Reading

ଟି-୨୦ ବିଶ୍ୱକପ: ସୁପର ୧୨ରେ ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ୍ସ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ସୁପର ୧୨ରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ୍ସ। ଗ୍ରୁପ୍‌ ଏରେ ୪ଟି ଦଳ ଥିବା ବେଳେ ଶ୍ରୀଲଙ୍କା ପ୍ରଥମ ସ୍ଥାନରେ ଓ ନଦେରଲ୍ୟାଣ୍ଡସ ଦ୍ୱିତୀୟ ସ୍ଥାନରେ ରହି ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି। ଶ୍ରୀଲଙ୍କାକୁ ପ୍ରଥମ ମ୍ୟାଚ୍‌ରେ ହରାଇଥିବା ନାମିବ୍ୟା ଆଜି ୟୁଏଇ ଠାରୁ ପରାସ୍ତ ହୋଇଛି। ଏଥିପାଇଁ ଦଳ ସୁପର ୧୨ରୁ ବଞ୍ଚିତ ହୋଇଛି। ସେହିପରି ୟୁଏଇର କୌଣସି ବିଶ୍ୱକପରେ ଆଜି ତା’ର ପ୍ରଥମ ବିଜୟ ହାସଲ କରିଛି। […]

Continue Reading

ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମ ଭୂଷଣ’ ଗ୍ରହଣ କଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ସଫ୍ଟଓ୍ୱୟାର କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ମିଳିଲା ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ । ଗତ ସପ୍ତାହରେ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ଡ. ଟି. ଭି. ନଗେନ୍ଦ୍ର ପ୍ରସାଦଙ୍କଠାରୁ ଆନୁଷ୍ଠାନିକ ଭାବେ ଏହି ସମ୍ମାନ ଗ୍ରହଣ କରିଥିଲେ ନାଡେଲା। ଆସନ୍ତା ଜାନୁଆରୀ ମାସରେ ଭାରତ ଗସ୍ତରେ ନାଡେଲା ଆସିବାର ଯୋଜନା ରଖିଥିବା ସୂଚନା ରହିଛି। ‘ପଦ୍ମ ଭୂଷଣ’ ସମ୍ମାନ ମିଳିବା ପରେ ନାଡେଲା କହିଛନ୍ତି, ଏହା […]

Continue Reading

ଧନୁଯାତ୍ରା ପାଇଁ ହେବ କଳାକାର ଚୟନ, ପ୍ରକାଶ ପାଇଲା ବିଜ୍ଞପ୍ତି

ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ପାଇଁ କଳାକାର ଚୟନ କରାଯିବ। ଏ ନେଇ ବିଧି ବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଧନୁଯାତ୍ରା ମହା ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ କରିବାକୁ କଳାକାର ଚୟନ ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ, ମହାମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ, ସାତ୍ତିକୀ, ଅକ୍ରୁର, ଭଗ୍ରସେନ, ବସୁଦେବ, ଦେବକୀ, ନାରଦ ଆଦି ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ […]

Continue Reading

୪୫ ଦିନର ପ୍ରଧାନମନ୍ତ୍ରୀ, କାହିଁକି ଲିଜ୍ ଟ୍ରସ୍ ଦେଲେ ଇସ୍ତଫା ?

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ୟୁନାଇଟେଡ୍ କିଙ୍ଗଡମ୍ ବା ୟୁକେ । ଭାରତ କାହିଁକି ବିଶ୍ୱର ପ୍ରାୟ ପ୍ରତିଟି ଦେଶରେ ଆଜି ୟୁକେକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଆଉ ଚର୍ଚ୍ଚାର କାରଣ ପାଲଟିଛନ୍ତି ଲିଜ୍ ଟ୍ରସ୍ । ବ୍ରିଟେନ୍ ଇତିହାସରେ ସବୁଠୁ ସ୍ୱଳ୍ପ ସମୟ ମାତ୍ର ୪୫ ଦିନ ଧରି ପ୍ରଧାନମନ୍ତ୍ରୀ ରହିବା ପରେ ଲିଜ୍ ଟ୍ରସ୍ ଇସ୍ତଫା ଦେଇଛନ୍ତି । କିନ୍ତୁ ଇସ୍ତଫା ପରେ ମଧ୍ୟ ଗୋଟିଏ ସପ୍ତାହ ଅଥବା ପରବର୍ତ୍ତୀ […]

Continue Reading

କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଓପିଡି, ଜରୁରୀକାଳୀନ ଓ ୫ ଶଯ୍ୟା ଟ୍ରମା କେୟାର, ଏମାରଆଇ, ସିଟି ସ୍କାନସୁବିଧା, ଉନ୍ନତ ଧରଣର OT Complex, ୧୫ ଶଯ୍ୟା ବିଶିଷ୍ଟ SNCU ସହିତ କଙ୍ଗାରୁ ମାତୃସେବା ସୁବିଧା, ୩୪ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରାଯାଇଛି। ଭର୍ଚୁଆଲ ଜରିଆରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ […]

Continue Reading

ଇଏ ଆମ ସ୍କୁଲ୍‌, ରାଜ୍ୟ ସରକାରଙ୍କ 5-Tକୁ କରୁଛି ପରିହାସ

ନବରଙ୍ଗପୁର:  ସ୍ମାର୍ଟ ସ୍କୁଲର ପରିକଳ୍ପନା ଭିତରେ ଇଏ ଏକ ସ୍କୁଲ୍‌। ଯାହା ରାଜ୍ୟ ସରକାରଙ୍କ 5-Tକୁ ପରିହାସ କରୁଛି। ଆଉ ନିଜେକୁ ନିଜେ ପଚାରୁଛି ସତରେ ମୁଁ କ’ଣ ସ୍କୁଲ୍‌? ଯଦି ମୁଁ ସ୍କୁଲ, ତାହାହେଲେ ମୋର ରୂପ କାହିଁକି ଏମିତି? ମୁଁ କାହିଁକି କଳା ପଲିଥିନ୍‌ ଚଦରରେ ଘୋଡେଇ ହୋଇଛି। ଛୋଟ ଛୋଟ ପିଲାମାନେ କାହିଁକି ବର୍ଷା ଦିନରେ ପାଠ ପଢ଼ିବା ପାଇଁ ସନ୍ତସନ୍ତିଆ ମାଟି ଉପରେ ବସି ଘାଣ୍ଟି ହେଉଛନ୍ତି? ଦିନେ କି ଦୁଇ […]

Continue Reading

ୟୁପିରେ ଡେଙ୍ଗୁ ଚିନ୍ତା, ସବୁ ଡାକ୍ତରଙ୍କ ଛୁଟି ବାତିଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଢାଇଛି ଡେଙ୍ଗୁ ଚିନ୍ତା। ୟୁପି ସରକାରଙ୍କ ସମସ୍ତ ସଜାଗତା ସତ୍ତ୍ବେ ଦିନକୁ ଦିନ ବୃଦ୍ଧି ପାଉଥିବା ଡେଙ୍ଗୁ ରୋଗ ଉପରେ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛି। ଡେଙ୍ଗୁ ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତରପ୍ରଦେଶକୁ ଏକ ଉଚ୍ଚସ୍ତରୀୟ ଟିମ ପଠାଇଛି। ସେପଟେ ଡେଙ୍ଗୁ ନିୟନ୍ତ୍ରଣ ଦିଗରେ ୟୁପି ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ରାଜ୍ୟର ସମସ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ବର୍ତ୍ତମାନ […]

Continue Reading