ଓଡ଼ିଶାରେ ଆଇପିଏସ୍‌ ମରୁଡ଼ି! ଅପରାଧୀଙ୍କୁ ଦଣ୍ଡ ଦେବାରେ ଓଡ଼ିଶା ତଳଆଡ଼ୁ ତୃତୀୟ

ଭୁବନେଶ୍ୱର: ଆଇପିଏସ୍ ଅଫିସର ପଦବି ପୂରଣରେ ପଛରେ ଓଡ଼ିଶା! ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରୁନି ଏକ ତୃତୀୟାଂଶ ପଦ। ଅପରାଧୀଙ୍କୁ ଦଣ୍ଡ ଦେବାରେ ମଧ୍ୟ ଓଡ଼ିଶା ତଳଆଡ଼ୁ ତୃତୀୟ! ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରିନି ୫୯ ଆଇପିଏସ୍ ପଦ। ୫୯ ଆଇପିଏସ ପଦ ପାଇଁ ଓଡ଼ିଶାରେ ନାହାନ୍ତି ଯୋଗ୍ୟ ଡିଏସପି। ଓଡ଼ିଶାରେ ଅପରାଧ ବଢ଼ୁଛି, ଅପରାଧୀ ବଢ଼ୁଛନ୍ତି। ହେଲେ ଧାର୍ଯ୍ୟ ଆଇପିଏସ୍ ପଦ ପୂରଣ ହୋଇପାରୁନି! ଏଥିପାଇଁ କେନ୍ଦ୍ର ତୁଳନାରେ ରାଜ୍ୟ ସରକାର ଅଧିକ ଦାୟୀ ଥିବା […]

Continue Reading

କେରଳ ଚାଲାଣ ବେଳେ ଚଢ଼ାଉ, ୧୩୦ କେଜି ଚନ୍ଦନ କାଠ ଜବତ

କୋରାପୁଟ: ଚନ୍ଦନ କାଠ କେରଳ ଚାଲାଣ ବେଳେ ଚଢ଼ାଉ । କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ର ଆରକୁ ବନାଞ୍ଚଳରୁ ସୁଦୂର କେରଳକୁ ଦାମୀ ଚନ୍ଦନ କାଠ ଚାଲାଣ ବେଳେ ଧରା ପଡ଼ିଛି । କୋରାପୁଟରୁ ଏକ କାମାଣ୍ଡରରେ ରାୟପୁରକୁ ନେଇ କେରଳ ଯିବାକୁ ଯୋଜନା କରିଥିଲେ ମାଫିଆ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ପୋଲିସ ଚନ୍ଦନ କାଠ ଜବତ କରିବା ସବ ୨ ଜଣଙ୍କୁ ଗିରଫ କରିଛି । କେରଳର […]

Continue Reading

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ କିଏ ? ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୨ ଦିନ ପରେ ମନ୍ତ୍ରୀ ସମୀର ଦାଶ ମୁହଁ ଖୋଲିଛନ୍ତି । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଦୁଃଖିତ ଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସମୀର ଦାଶ କହିଛନ୍ତି, ମୋ ଜିଲ୍ଲା ପରିଷଦ ଜୋନରେ ଧର୍ମେନ୍ଦ୍ର ସାହୁ ସଭ୍ୟ ଥିବାରୁ ଏ […]

Continue Reading

ବାରବାଟୀରେ ଖେଳାଯିବ ଲିଜେଣ୍ଡ ଲିଗ୍‌ କ୍ରିକେଟ, ଭୁବନେଶ୍ୱରରେ ପହଞ୍ଚିଲେ ଖେଳାଳୀ

ଭୁବନେଶ୍ୱର: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଭୁବନେଶ୍ୱର ପହଞ୍ଚିଛନ୍ତି ଦୁଇ ଦଳ ଭିଲଓ୍ୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ। ଟିମ୍‌ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଖେଳାଳୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍‌ରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା। ଆସନ୍ତାକାଲି ଦୁଇ ଟିମ୍‌ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ ଖେଳାଯିବ। ଭିଲଓ୍ୱାରା କିଙ୍ଗ୍ସରେ ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀସନ୍ଥ ଓ […]

Continue Reading

ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ଅସିତ ତ୍ରିପାଠୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ୮୫୮ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ଆଇଏଏସ ଅସିତ ତ୍ରିପାଠୀ ଲଗାତର ଦ୍ୱିତୀୟ ଥର ପାଇଁ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରତିପକ୍ଷ ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଖଣ୍ଡ ଭୋଟରେ ହରାଇ ଅସିତ୍ ତ୍ରିପାଠୀ ବିଜୟୀ ହୋଇଛନ୍ତି । ସତ୍ୟପ୍ରକାଶଙ୍କୁ ମୋଟ୍‌ ୧୮୯ ଖଣ୍ଡ ଭୋଟ ମିଳିଛି । […]

Continue Reading

ଗୁଜରାଟରେ ଆପ କ୍ଷମତାକୁ ଆସିଲେ ୧୦ଲକ୍ଷ ଚାକିରି ଦିଆଯିବ: କେଜ୍ରିୱାଲ

ନୂଆଦିଲ୍ଲୀ: ଯଦି ଗୁଜରାଟରେ ଆପର ସରକାର ଗଠନ ହୁଏ ତେବେ ୧୦ଲକ୍ଷ ସରକାରୀ ଚାକିରି ଦିଆଯିବ। ଆମେ କ୍ଷମତାକୁ ଆସିଲେ ଗୁଜରାଟର ପ୍ରତ୍ୟେକ ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ। ଚାକିରି ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରତି ମାସରେ ୩ହଜାର ବେରୋଜଗାର ଭତ୍ତା ଦିଆଯିବ। ଗୁଜରାଟ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ବାଧ୍ୟ ହୋଇ ବିଜେପିକୁ ଭୋଟ୍ ଦେଉଥିଲେ। କାରଣ […]

Continue Reading

ଓଡ଼ିଶାର ଧନୀ ଜିଲ୍ଲା କେଉଁଝର ସ୍ୱାସ୍ଥ୍ୟ ସୁବିଧାରେ ଗରିବ: ଶିଶୁ ମୃତ୍ୟୁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର: କେଉଁଝର ଜିଲ୍ଲାରେ ଶିଶୁ ମଡ଼କ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ‘ଦ ହିନ୍ଦୁ’ ଭଳି ଖ୍ୟାତିସମ୍ପନ୍ନ ଖବରକାଗଜର ପ୍ରଥମ ପୃଷ୍ଠାରେ କେଉଁଝର ଜିଲ୍ଲାର ବିକଳ ଚିତ୍ର ପ୍ରକାଶିତ ହୋଇଛି। ଚଳିତ ମାସ ୧୮ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚବିଶ ଘଣ୍ଟା ମଧ୍ୟ୍ୟରେ ୬ଟି ଶିଶୁଙ୍କର ମୃତ୍ୟୁ ହେବା ଘଟଣାକୁ ନେଇ ଜିଲ୍ଲାରେ ନଗ୍ନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଶ୍ନ କରିଛି। କାରଣ ଭାରତରେ ବହୁତ କମ୍ ଜିଲ୍ଲା ଅଛି ଯାହା ଓଡିଶାର କେଉଁଝର […]

Continue Reading

ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଐତିହାସିକ ମାନବବିହୀନ ଉଡ଼ାଣ ମିଶନର ଶୁଭାରମ୍ଭକୁ ବାତିଲ କରାଯାଇଛି। ଟ୍ରପିକାଲ୍ ଷ୍ଟର୍ମ ଇଆନ୍ ସହିତ ଜଡିତ ପାଣିପାଗ ପୂର୍ବାନୁମାନ ଉପରେ ଦୃଷ୍ଟି […]

Continue Reading

୪୦ ଲକ୍ଷର ବ୍ରାଉନ ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ଧରାପଡିଲେ ବ୍ରାଉନସୁଗାର ବେପାରୀ। ଜବତ ହେଳା ବିପୁଳ ଧଳା ଜହର। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୪୦ ଲକ୍ଷର ୪୦୦ ଗ୍ରାମ ବ୍ରାଉନୋ ସୁଗାର ଜବତ ହୋଇଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହଛନ୍ତି, ଗତକାଲି ରେଡ୍ ବେଳେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୪୦୦ ଗ୍ରାମର ବ୍ରାଉନ୍‌ ସୁଗାର […]

Continue Reading

ଆସନ୍ତାକାଲି ରାଜୁଙ୍କ ପାଇଁ ମୁମ୍ବାଇରେ ହେବ ପ୍ରାର୍ଥନା ସଭା

ମୁମ୍ୱାଇ : ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ଆସନ୍ତାକାଲି ମୁମ୍ବାଇରେ ହେବ ପ୍ରାର୍ଥନା ସଭା । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ବଲିଉଡର ଅଧିକାଂଶ କଳାକାର ଆସନ୍ତାକାଲି ଜୁହୁ ଇସ୍କନ ମନ୍ଦିର ଆସି ପ୍ରାର୍ଥନା ସଭାରେ ଯୋଗ ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁମ୍ବାଇର କିଛି କଳାକାରଙ୍କ ସହ ରାଜୁଙ୍କ ପରିବାର ଲୋକ ଏହି ପ୍ରାର୍ଥନା ସଭା ଆୟୋଜନରେ ଲାଗିପଡିଛନ୍ତି । ରାଜୁଙ୍କ ପରଲୋକରେ ବଲିଉଡୁର ଅନେକ କଳାକାର ଗଭୀର ଶୋକ […]

Continue Reading