ନୀତିଶଙ୍କ ଆସନ ଫେଭିକଲ ଅଠା ଠାରୁ ମଜବୁତ :ପ୍ରଶାନ୍ତ କିଶୋର

ଭୁବନେଶ୍ୱର : ଦିନ ଥିଲା ବିହାରରେ ଜେଡିୟୁ, ଆରଜେଡି ଏବଂ କଂଗ୍ରେସ ମେଣ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ବିହାର ସିଏମ ନୀତୀଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଚାରିଜଣ ନେତାଙ୍କୁ ଭେଟିବା, ସେମାନଙ୍କ ସହ ଚା ପିଇବା ଜନସାଧାରଣଙ୍କ ଉପରେ କୌଣସି ଫରକ ପଡିବ ନାହିଁ। ତେବେ ଏହି ବୈଠକ ନିର୍ବାଚନରେ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା, […]

Continue Reading

ଝିଅମାନଙ୍କ ସ୍କୁଲ ବନ୍ଦ କଲା ତାଲିବାନା

କାବୁଲ: ଯାହା ଆଶଙ୍କା ଥିଲା, ଠିକ୍‌ ସେଇଆ ହେଲା। ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ଝିଅମାନଙ୍କ ପାଇଁ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିଦେଇଛି। ଆଜି ତାଲିବାନ ପ୍ରଶାସନ ପୂର୍ବ ଆଫଗାନିସ୍ତାନର ପାକଟିଆ ପ୍ରଦେଶରେ ୬ଷ୍ଠରୁ ତଦୁର୍ଦ୍ଧ୍ୱ ଶ୍ରେଣୀ ଥିବା ବାଳିକା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଛି। କିଛି ଦିନ ତଳେ ଏହି ସ୍କୁଲଗୁଡ଼ିକୁ ଆଦିବାସୀ ସଂପ୍ରଦାୟର ବରିଷ୍ଠ ନାଗରିକ ଓ ପ୍ରିନ୍ସିପାଲଙ୍କ ଅନୁରୋଧକ୍ରମେ ଖୋଲା ଯାଇଥିଲା। ହେଲେ ଏବେ ଏଗୁଡ଼ିକୁ ବନ୍ଦ କରାଯାଇଛି। ହେଲେ […]

Continue Reading

୧୭ ବେଳକୁ ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ୧୭/୧୮ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସମ୍ଭାବନା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ନେଇ ମୃତ୍ୟୁଞ୍ଜୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ଭାବେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ […]

Continue Reading

ଫେସବୁକ ଆଲର୍ଟରୁ ବଞ୍ଚିଗଲା ଯୁବକଙ୍କ ଜୀବନ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭିଡିଓ ଲାଇଭ କରି ଆତ୍ମହତ୍ୟା କରିବା ଭଳି ବହୁ ଘଟଣା ସାମ୍ନାକୁ ଆସିଛି। ଏପରି ଘଟଣାରେ ପୀଡିତଙ୍କ ନିକଟକୁ ଠିକ ସମୟରେ ପହଞ୍ଚିବା ସମ୍ଭବପର ହେଉନାହିଁ। ତେବେ ଏପରି କ୍ଷେତ୍ରରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଡିଜିପି ମୁଖ୍ୟାଳୟକୁ ଫେସବୁକ ଏକ ନୂଆ ଏସଓଏସ ପଠାଇଛି। ଯାହା ଦ୍ୱାରା ଭିଡିଓ ଲାଇଭ କରି ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିବ ପୋଲିସ। ଲକ୍ଷ୍ନୌର ଡିଜିପି ମୁଖ୍ୟାଳୟରେ ଥିବା ସୋସିଆଲ ମିଡିଆ କେନ୍ଦ୍ରକୁ ଫେସବୁକ […]

Continue Reading

ସୁପର ୪ର ଶେଷ ମ୍ୟାଚ୍‌: ପାକ୍‌ ବିକ୍ଷରେ ଟସ୍‌ ଜିତିଲା ଶ୍ରୀଲଙ୍କା

ଦୁବାଇ: ଏସିଆ କପ ସୁପର ୪ର ଶେଷ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ ଓ ଶ୍ରୀଲଙ୍କା। ଉଭୟ ଦଳ ପୂର୍ବରୁ ହିଁ ରବିବାର ଫାଇନାଲ ପାଇଁ ଟିକେଟ ପାଇ ସାରିଛନ୍ତି। ଆଜିର ମ୍ୟାଚ୍‌କୁ ଦୁଇ ଦଳ ଗୋଟିଏ ଅଭ୍ୟାସ ଭାବେ ବିବେଚନା କରୁଛନ୍ତି। ସୁପର ୪ରେ ଶ୍ରୀଲଙ୍କା ପ୍ରତିପକ୍ଷ ଆଫଗାନିସ୍ତାନ ଓ ଭାରତକୁ ହରାଇ ଫାଇନାଲ ଟିକେଟ ପାଇଥିଲା। ସେହିପରି ପାକିସ୍ତାନ ମଧ୍ୟ ଉଭୟ ଦେଶଙ୍କୁ ହରାଇଛି। ତେଣୁ ଫାଇନାଲ ପୂର୍ବରୁ ପାକିସ୍ତାନ ଓ ଶ୍ରୀଲଙ୍କା ଆଜି […]

Continue Reading

କୋର୍ଟଙ୍କ ସମୟ ନଷ୍ଟ ପାଇଁ ଜରିମାନା ଦେବେ ବର୍ଷା ଓ ଅନୁଭବ

କଟକ: କୋର୍ଟଙ୍କ ସମୟ ନଷ୍ଟ କଲେ ସେଲିବ୍ରିଟି ଦମ୍ପତି, ଏବେ ଗଣିବେ ଜରିମାନା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ ହୋଇଛି । ଯାହାକୁ ନେଇ ପରିବାର ଅଦାଲତ, ବର୍ଷା ଓ ଅନୁଭବଙ୍କୁ ୫ ହଜାର ଟଙ୍କା ଲେଖାଏ ଜମା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଉଭୟଙ୍କୁ ଟଙ୍କା ଜମା କରିବାକୁ […]

Continue Reading

୧୫ ସୁଦ୍ଧା CUET-UG ରେଜଲ୍ଟ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ସିୟୁଇଟି-ୟୁଜି ରେଜଲ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୧୫ ସୁଦ୍ଧା କିମ୍ବା ତା’ ପୂର୍ବରୁ ରେଜଲ୍ଟ ଘୋଷଣା କରିବ ଏନଟିଏ । ପରିକ୍ଷା ଫଳ ପ୍ରକାଶ ନେଇ ୟୁଜିସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ୟୁଜି ନାମଲେଖା ପ୍ରକ୍ରିୟା ପାଇଁ ପ୍ରସ୍ତୁତ ରହିବାକୁ ସେ ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ ୱେବସାଇଟ cuet.samarth.ac.inକୁ ଯାଇ ରେଜଲ୍ଟ ଦେଖିପାରିବେ ।

Continue Reading

କାନ ଧରି ଭୁଲ୍‌ ମାଗିଲେ, ଗୋଟିଏ ଦିନ ନିର୍ଜଳା ଉପବାସ କଲେ…

ଭୁବନେଶ୍ୱର: ପିକ୍ଅପ୍ ଭ୍ୟାନ୍‌ରେ ଗଦା ହୋଇଥିବା ବାଉଁଶ, କାଠ ଓ କପଡ଼ା ଉପରେ ଅଳିଆ ବୋହିଲା ଭଳି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଲଦି ନିଆ ଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଓଡ଼ିଆ ଜାତି, ଓଡ଼ିଆ ପ୍ରାଣର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଛି। ପିକ୍ଅପ୍ ଭ୍ୟାନ୍‌ରେ ଗଦା ହୋଇଥିବା ବାଉଁଶ, କାଠ ଓ କପଡ଼ା ଉପରେ ଅଳିଆ ବୋହିଲା ଭଳି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଲଦି ନିଆ ଯାଉଥିବାର […]

Continue Reading

ମାଲକାନଗିରିରେ ବ୍ୟାପୁଛି ଅଜଣା ରୋଗ! ୧୦ ଦିନରେ ଗଲାଣି ୬ ଜୀବନ

ମାଲକାନଗିରି: ଅଜଣା ରୋଗ ନେଉଛି ଜୀବନ। ୧୦ ଦିନରେ ୬ ଜଣଙ୍କ ଜୀବନ ଗଲାଣି। ୧୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ହେଲେ ସେମାନେ ମେଡ଼ିକାଲ୍‌ ଯିବା ପରିବର୍ତ୍ତେ ଗୁଣି ଗାରେଡିର ଆଶ୍ରୟ ନେଉଛନ୍ତି। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ। ଏ ସମ୍ପର୍କରେ ଖବର ପାଇଁ ଗାଁରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌। ମାଥିଲି ବ୍ଲକ୍‌ ହଳଦୀକୁଣ୍ଡ ଗାଁରେ ଅଜଣା ରୋଗର ଆତଙ୍କ। ୧୦ ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ […]

Continue Reading

ତିନି ଥର ଭାରତ ଗସ୍ତରେ ଆସିଥିଲେ ରାଣୀ ଏଲିଜାବେଥ

ଭୁବନେଶ୍ୱର: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ସେ ବ୍ରିଟେନର ରାଣୀ ଭାବରେ ୭୦ ବର୍ଷ ଶାସନ କରିଥିଲେ। ଏଲିଜାବେଥ ତାଙ୍କ ଜୀବନ କାଳରେ ଅନେକ ଥର ଭାରତ ଗସ୍ତ କରିଥିଲେ। ଏହି ସମୟରେ ସେ ଭାରତର ସମସ୍ତ ରାଜନୈତିକ ନେତାଙ୍କୁ ଭେଟିଥିଲେ। ବ୍ରିଟେନର ରାଣୀ ତାଙ୍କ ସମୟରେ ୩ ଥର ଭାରତ ଗସ୍ତ କରିଥିଲେ। ସେ ପ୍ରଥମେ ୧୯୬୧ ମସିହାରେ ଭାରତ ଗସ୍ତ […]

Continue Reading