ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଆଜି ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଖାତା ଖୋଲିଆ ପୂର୍ବରୁ ପାଭିଲନ୍ ଫେରିଛନ୍ତି ଓପନର ଶୁଭମନ୍ ଗିଲ୍ । ତାଙ୍କ ଆଉଟ୍ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଛନ୍ତି ଓଲି ଷ୍ଟୋନ୍ ।ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରାଯାଇଛି । ପ୍ରଥମ ଟେଷ୍ଟ ଖେଳିଥିବା ଯଶପ୍ରୀତ ବୁମରାହ, ଓ୍ୱାଶିଂଟନ୍ ସୁନ୍ଦର ଓ ଶାହବାଜ ନଜୀମଙ୍କୁ ବିଶ୍ରାମ ଦିଆଯାଇଛି ।
ଏମାନଙ୍କ ସ୍ଥାନରେ ମହମ୍ମଦ ସିରାଜ, ଅକ୍ଷର ପଟେଲ ଓ କୁଳଦୀପ ଯାଦବଙ୍କୁ ମିଳିଛି ସୁଯୋଗ । ଟେଷ୍ଟରେ ଡେବ୍ୟୁ କରିଛନ୍ତି ଅକ୍ଷର ପଟେଲ ।ଦ୍ୱିତୀୟ ଟେଷ୍ଟ ପାଇଁ ବ୍ୟାଟିଂ ଅର୍ଡରରେ କୌଣସି ପରିବର୍ତ୍ତନ କରାଯାଇନି । ଏହି ମ୍ୟାଚ୍ ଜିତି ଚାରି ଟିକିଆ ସିରିଜରେ ବିଜୟ ଧାରାକୁ ଫେରିବା ପାଇଁ ଚେଷ୍ଟ କରିବା ଟିମ୍ ଇଣ୍ଡିଆ । ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଛି କୋହଲି ବାହିନୀ । ସେପଟେ ଇଂଲଣ୍ଡ ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି । ଭଲ ଫର୍ମରେ ଥିବା ଇଂଲଣ୍ଡ ପ୍ରଥମ ମ୍ୟାଚ୍ ଜିତିଥିବାରୁ ମନୋବଳ ଦୃଢ଼ ରହିଛି ।ଚେନ୍ନାଇ ଟେଷ୍ଟରେ ଗ୍ୟାଲେରୀରେ ବସି ମ୍ୟାଚ ଦେଖିପାରିବେ ଦର୍ଶକ । ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ବସି କୋଭିଡ କଟକଣା ଭିତରେ ମ୍ୟାଚ ଦେଖିପାରିବେ । ଏଥିପାଇଁ ବ୍ୟବସ୍ଥା କରାଯାଇଛି ।