ଭୁବନେଶ୍ୱର : ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି ।
ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୁଦର୍ଶନ । ଅନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କର ୬ ଜଣ ଛାତ୍ରୀ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ।