କଳିଙ୍ଗର ବରପୁତ୍ର : ବିଜୁ ପଟ୍ଟନାୟକ

Top Storise ରାଜ୍ୟ

ଆଜି ହେଉଛି ଉତ୍କଳର ଗର୍ବ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ତାଙ୍କ ଦୁସାହସିକତା, ଜାତୀୟତାବାଦୀ ସ୍ଵଭାଵ, ପ୍ରଚଣ୍ଡ ସ୍ୱାଭିମାନ ପାଇଁ ସମସ୍ଥଙ୍କ ନିକଟରେ ଯେତିକି ପରିଚିତ ଥିଲେ ସେତିକି ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସ୍ଵପ୍ଣବିଳାସି ମଧ୍ୟ ଥିଲେ ସେ । ହୃଦୟରେ ବିଶାଳ ମଣିଷ ପଣିଆକୁ ସାଇତି ରଖିଥିବା ବିଜୁବାବୁ ଯାହା ସବୁ ନୂତନ ସ୍ବପ୍ନ ଦେଖିଥିଲେ ତାକୁ ଦେଶ ଓ ଅନ୍ୟାନ୍ୟ ରାଜ୍ୟମାନେ ପରବର୍ତୀ ସମୟରେ ଅନୁକରଣ କରୁଥିଲେ । ସେ ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ଯିଏ କେବଳ ରାଜ୍ୟ କିମ୍ବା ଦେଶର ନୁହେଁ ବିଶ୍ୱରେ ନିଜ ପରିଚୟ ସୃଷ୍ଟି କରିଥିଲେ । କେଉଁଠାରେ ସେ ଭୂମିପୁତ୍ର, ପୁଣି କାହାପାଇଁ ଧରଣୀ କୃଷ୍ଣସାର, ଝଡର ଇଗଲ, ମାଟିର ମୂର୍ତ୍ତିକାର। ଓଡିଶା ବାସୀଙ୍କ ପାଇଁ ସେ ଥିଲେ କଳିଙ୍ଗର ବରପୁତ୍ର । ସରକାରରେ ଲୋକଙ୍କର ଅଧିକାରକୁ ଅଗ୍ରାଧିକାର ଦେବା ପାଇଁ ମୋ ସରକାର ଏବଂ 5-ଟି ଯୋଜନା କାର୍ଯ୍ୟକାରୀ ହେଉଛି ଯାହା ଏକଦା ବିଜୁବାବୁଙ୍କର ସ୍ବପ୍ନ ଥିଲା । ବିଜୁବାବୁ ମଣିଷ ପଣିଆରେ ଭରି ରହିଥିବା ଜଣେ ଯୁଜପୁରୁଷ । ସେ ହିଁ ଯଥାର୍ଥରେ କଳିଙ୍ଗର ବରପୁତ୍ର ।

Leave a Reply

Your email address will not be published. Required fields are marked *