ଜାଣନ୍ତୁ ଦିଲ୍ଲୀର ମହିଳା ଯୌନକର୍ମୀ ଓ ସେମାନଙ୍କ ପିଲାମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଥିବା ଏହି ମହିଳାଙ୍କ ବିଷୟରେ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଜି.ବି ରୋଡ୍ ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ ରେଡ୍‌ ଲାଇଟ୍‌ ଅଞ୍ଚଳ ଭାବେ ଜଣାଶୁଣା। ଏଠାରେ ଅନେକ ଚେହେରା ପଛରେ ଲୁଚି ରହିଛି ଯନ୍ତ୍ରଣାଭରା କାହାଣୀ। ଜିବି ରୋଡ୍‌ର ୭୭ଟି କୋଠରୀରେ ଏପର୍ଯ୍ୟନ୍ତ ଚାରି ହଜାରରୁ ଅଧିକ ମହିଳା ଏବଂ ଦେଢ ହଜାରରୁ ଅଧିକ ବାଳିକା ବାସ କରୁଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ବଳପୂର୍ବକ ଭାବେ ଏଠାକୁ ଅଣାଯାଇଛି।

ତେବେ ଏମାନଙ୍କ ଯନ୍ତ୍ରଣାଦାୟକ ଜୀବନରେ ଆଲୋକର ଭରି ଦେଇଛନ୍ତି ଗୀତାଞ୍ଜଳୀ। ଗୀତାଞ୍ଜଳିଙ୍କ ରୂପରେ ସେମାନେ ଭଲ ବନ୍ଧୁ ପାଇଛନ୍ତି। ସେମାନେ ଗୀତାଞ୍ଜଳୀଙ୍କୁ ଦିଦି ବୋଲି ଡାକନ୍ତି। ପ୍ରେମ ଏବଂ ସ୍ନେହ ମାଧ୍ୟମରେ ବେଶ୍ୟାବୃତ୍ତି କରୁଥିବା ଏହି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଗୀତାଞ୍ଜଳିଙ୍କ ଏକମାତ୍ର ମିଶନ।

୯ ବର୍ଷ ପୂର୍ବେ, ୨୦୧୨ରେ, ଗୀତାଞ୍ଜଳି “କଠ-କଥା” ନାମକ ଏକ ସଂଗଠନ ଆରମ୍ଭ କରିଥିଲେ। ଯେଉଁଠାରେ ମହିଳାମାନେ ନିଜକୁ ନିରାପଦ ଅନୁଭବ କରିପାରିବେ। ଏହି ସଂସ୍ଥାର ଲକ୍ଷ୍ୟ ଥିଲା ସଠାରେ ଥିବା ଯୌନକର୍ମୀଙ୍କ ପିଲାମାନେ ପଢିବା ଏବଂ ଲେଖିବା ଶିଖିବାର ସୁଯୋଗ ପାଇବା ଉଚିତ ଏବଂ ସେମାନେ ଭବିଷ୍ୟତରେ ଗର୍ବର ସହିତ ତାଙ୍କ ଗୋଡରେ ଠିଆ ହୋଇପାରିବେ।

“କଠ କଥା” ମାଧ୍ୟମରେ ଗୀତାଞ୍ଜଳି କେବଳ ଏହି ଯୌନକର୍ମୀମାନଙ୍କୁ ପ୍ରେମ ବାଣ୍ଟୁନାହାନ୍ତି, ବରଂ ସେମାନଙ୍କୁ ଜୀବିକା ନିର୍ବାହ ପାଇଁ ବିଭିନ୍ନ କୌଶଳ ମଧ୍ୟ ପ୍ରଦାନ କରୁଛନ୍ତି। ଏଥି ସହିତ, ସେମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ମୌଳିକ ସୂଚନା ମଧ୍ର ପ୍ରଦାନ କରୁଛନ୍ତି। ଅର୍ଥାତ୍, ସେ ସେମାନଙ୍କର ଆତ୍ମ ସମ୍ମାନ ଫେରାଇବାରେ ସାହାଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *