ଦେଶର ଏହି ସହରରେ ଆଜିଠୁ ନାଇଟ୍ କର୍ଫ୍ୟୁ

Top Storise ଦେଶ- ବିଦେଶ

ମୁମ୍ବାଇ: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟ ତଥା ସହରରେ ପୁଣିଥରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ମହାରାଷ୍ଟ୍ରର ନାଗପୁର, ଆକୋଲା, ପୁଣେ ଏବଂ ଗୁଜୁରାଟର ଅହମ୍ମଦାବାଦ ସମେତ ୪ ଟି ସହରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି।

ସେହିପରି ମଧ୍ୟପ୍ରଦେଶର ଭୋପାଳ ଏବଂ ଇନ୍ଦୋରରେ ବୁଧବାର ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।ବ୍ୟାପକ ପୋଲିସ ଫୋର୍ସ ସହିତ ଅନେକ ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଉଛି। ରାତିର କର୍ଫ୍ୟୁ ପାଳନ କରିବା ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପୋଲିସ ଫୋର୍ସ ସହିତ ଅତିରିକ୍ତ ଏସପି, ଏସଡିଏମ ଏବଂ ଥାନା ଅଧିକାରୀ ମାନେ ପାଟ୍ରୋଲିଂ କରିବେ।

ଆଜି ରାତିରୁ ମଧ୍ୟପ୍ରଦେଶର ଭୋପାଳ ଏବଂ ଇନ୍ଦୋରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଇନ୍ଦୋର ଭଳି ଭୋପାଳରେ ସମସ୍ତ ବଜାର ମଧ୍ୟ ବନ୍ଦ ରହିଛି।

ସେହିଭଳି ଆଜି ରାତିରୁ ଗୁଜୁରାଟର ଚାରିଟି ସହରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଗୁଜୁରାଟ ସରକାର ମଙ୍ଗଳବାର ଦିନ ଜାରି କରିଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ଅହମ୍ମଦାବାଦ, ଭଦୋଦରା, ସୁରଟ ଏବଂ ରାଜକୋଟରେ ମାର୍ଚ୍ଚ ୧୭ (ବୁଧବାର) ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି ୧୦ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯିବ।

ପୁଣେରେ ଦିନକୁ ଦିନ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିଛି।

ସେହିପରି ପଞ୍ଜାବ ସରକାର ମଧ୍ୟ ପଟିଆଲା, ଲୁଧିଆନା ସମେତ ଆଠଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ଏପରିକି ଯେଉଁମାନେ ମାସ୍କ ପରିଧାନ ନକରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *