ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତିରେ ଚିତ୍ରଶିଳ୍ପୀ ଶିବିର

Top Storise ରାଜ୍ୟ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏକ ଚିତ୍ରଶିଳ୍ପୀ ଶିବିର ପାନ୍ଥ ନିବାସରେ ଉଦଘାଟିତ ହୋଇଯାଇଛି। ଏହି ଶିବିରରେ ୪୦ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଛନ୍ତି।

ଏହି ଉଦଘାଟନ ଉତ୍ସବରେ ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକଙ୍କ ସହ ମନସ୍ୱିନୀ ସାହୁ , ପଞ୍ଚାନନ ସାମଲ ଏବଂ ବରିଷ୍ଠ ଶିଳ୍ପୀ ପଞ୍ଚାନନ ସୁର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିର ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *