ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା; ଗର୍ଜିଲା ଏବିଭିପି

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା; ଗର୍ଜିଲା ଏବିଭିପି

Top Storise ଅପରାଧ ରାଜ୍ୟ

କେନ୍ଦୁଝର : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲର ମୃତ୍ୟୁ ନେଇ ଗର୍ଜିଲା କେନ୍ଦୁଝର ଏବିଭିପି । କେନ୍ଦୁଝର ଏବିଭିପି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ବିକ୍ଷୋଭ ପଦର୍ଶନ କରିଛନ୍ତି । ଝରାଫୁଲର ମୃତ୍ୟୁ ନେଇ ତଦନ୍ତ ବାଟ ବଣା ହୋଇଥିବା ଅଭିଯୋଗ କରିଛି ଏବିଭିପି । ଏହା ସହ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ନାରୀ ସୁରକ୍ଷାକୁ ଦୃଷ୍ଟି ଦେବାକୁ ଦାବି କରିଛି ବିଦ୍ୟାର୍ଥୀ ପରିଷଦ । କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ସ୍ଲୋଗାନ ଦେବା ସହ ନ୍ୟାୟ ପ୍ରଦାନ ଦାବି କରିଥିଲେ । ଆଗାମୀ ଦିନରେ ନ୍ୟାୟ ପ୍ରଦାନ ନକଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଦ୍ୟାର୍ଥୀ ପରିଷଦ ।

ପୂର୍ବ ସୂଚନା ଅନୁଯାୟୀ, ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲର ଅସ୍ବଭାବିକ ଭାବେ ମୃତ୍ୟୁ ହୋଇଥିଲା । ତାକୁ କିଛି ଦୁର୍ବୃତ୍ତ ସ୍କୁଟି ଯୋଗେ ଆଣି ଯାଜପୁରର ଏକ କେନାଲ କଡରେ ପକାଇ ଦେଇଥିବା ଅଭିଯୋଗ ହୋଇଥିଲା । ତାର ମୃତ୍ୟୁକୁ ତିନି ଦିନରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ତାର ତଦନ୍ତ ଏପର୍ଯ୍ୟନ୍ତ ହୋଇ ନଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *