ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୋମାମାଡ଼ । କଳ୍ପନା ଛକରୁ ଲକ୍ଷ୍ମୀସାଗର ରାସ୍ତା ମଧ୍ୟରେ ଥିବା ଏକ ବାର୍ ସମ୍ମୁଖରେ ଏହି ବୋମା ମାଡ଼ ହୋଇଥିଲା । ତେବେ ଏହାର ଶବ୍ଦ ଏତେ ପ୍ରଖର ଥିଲା ଯେ ପ୍ରକମ୍ପି ଉଠିଥିଲା ପୁରା ଅଞ୍ଚଳ। ଏହାକୁ ନେଜ ଆଖପାଖରେ ଥିବା ଲୋକେ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଛି।
ସୂଚନାନୁସାରେ, କେହି ଦୁର୍ବୁତ୍ତ କଳ୍ପନା ନିକଟ କଟକ ରୋଡ଼ରେ ୨ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ଗୋଟିଏ ବୋମା ଫୁଟି ଯାଇଥିବା ବେଳେ ଅନ୍ୟଟି ଫୁଟି ନଥିଲା । ତେବେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଭୟରେ କିଛି ସମୟ ପାଇଁ ଅଟକି ଯାଇଥିଲେ। ଖବର ପାଇ ପିସିଆର୍ ଭ୍ୟାନ ପହଞ୍ଚି ଅଫୁଟା ବୋମାକୁ ନିଷ୍କ୍ରିୟ କରିବା ସହ ବୋମା କିଏ ପିଙ୍ଗିଲା ତାହା ନେଇ ତଦନ୍ତ ଆରମ୍ଭ କରିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଣେ କେହି ବ୍ୟକ୍ତି ଦୁଇ ଚକିଆ ଯାନରେ ଆସି ଏହି ବୋମା ନେଇ ଯାଉଥିବା ବେଳେ ତଳେ ପଡି ଯିବାରୁ ବ୍ଲାଷ୍ଟା ହୋଇଥିଲା। ତେବେ ପୋଲିସ ତାର ଅନୁସନ୍ଧାନ ଜାରି ରଖିଛି।