ବଡ଼ ଦେଉଳରେ ଭକ୍ତଙ୍କ ଗହଳି; ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

Top Storise ରାଜ୍ୟ

ପୁରୀ: ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ କରାଯାଇଛି ।ଏହାପରେ ମହାପ୍ରଭୁଙ୍କୁ ପହଡ଼ ପଡିଥିଲା ।

ଏହି ଦୁର୍ଲଭ ପଦ୍ମ ବେଶରେ ଆଜି ମହାପ୍ରଭୁ ମଙ୍ଗଳ ଆଳତି କରାଯାଇଛି । ଆଜି ସକାଳେ ଅବକାଶ ନୀତି ଯାଏଁ ଭକ୍ତ ଏବଂ ଶ୍ରଦ୍ଧାଳୁ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ଜଣାପଡିଛି। ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ରହିବେ ଓ ପରେ ବେଶ ଓଲାଗି ହେବ। ଭାଦ୍ରବ ଶୁକ୍ଳ ଶ୍ରୀପଞ୍ଚମୀ ପୂର୍ବ ବୁଧବାର କିମ୍ୱା ଶନିବାର ପଡିଲେ ମହାପ୍ରଭୁଙ୍କର ପଦ୍ମବେଶ ହୋଇଥାଏ।

ପୁରାଣ କହେ, ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ମନୋହର ଦାସ ଶୀତ ଦିନେ ପୁଷ୍କରିଣୀରୁ ପଦ୍ମ ନିଜ ଗାମୁଛାରେ ସଂଗ୍ରହ କରି ମହାପ୍ରଭୁଙ୍କ ଲାଗି ପାଇଁ ଆଣିଥିଲେ। ତେବେ ଫୁଲ ଗୁଡ଼ିକ ମଳିନ ପଡ଼ିଯାଇଥିବାରୁ ସେଠାରେ ଥିବା ସେବାୟତ ତାଙ୍କୁ ଫେରାଇ ଦେଇଥିଲେ। ସେହିଦିନ ରାତିରେ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ଗଜପତି ମହାରାଜାଙ୍କୁ ସ୍ୱପ୍ନାଦେଶ କରିବା ପରେ ପଦ୍ମବେଶରେ ଦର୍ଶନ ଦେଇଥିଲେ। ସେବେଠାରୁ ବଡ଼ଛତା ମଠ, ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ଯୋଗାଇ ଆସୁଛି। ଆଜି ସକାଳୁ ମଙ୍ଗଳ ଆଳତି ପରେ ପରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଭକ୍ତବୃନ୍ଦ ।

Leave a Reply

Your email address will not be published. Required fields are marked *