ଅମ୍ଳଜାନ ଟ୍ୟାଙ୍କ୍‌ ଲିକ୍ ପରେ ବନ୍ଦ ହେଲା ଯୋଗାଣ; ୨୨ କରୋନା ରୋଗୀଙ୍କ ମୃତ୍ୟୁ

Top Storise ଦେଶ- ବିଦେଶ

ମହାରାଷ୍ଟ୍ର: ନାସିକ ସହରର ଏକ ହସ୍ପିଟାଲ ବାହାରେ ଏକ ଅମ୍ଳଜାନ ଟ୍ୟାଙ୍କର୍ ଲିକ୍ ହେବା ପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯିବା ପରେ ହସ୍ପିଟାଲ୍‌ରେ ଅମ୍ଳଜାନ ଅଭାବ ହେତୁ ୨୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଜିଲ୍ଲା ପ୍ରଶାସନ କହିଛି।

ଜିଲ୍ଲା କଲେକ୍ଟର ସୁରଜ ମାନ୍ଧରେ କହିଛନ୍ତି ଯେ ବର୍ତ୍ତମାନର ସୂଚନା ଅନୁଯାୟୀ ଜାକିର ହୁସେନ୍‌ ମ୍ୟୁନିସିପାଲିଟି ହସ୍ପିଟାଲରେ ଅମ୍ଳଜାନ ଯୋଗାଣରେ ବାଧା ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ଘଟିଛି।

ସମସ୍ତ ପୀଡିତ ବ୍ୟକ୍ତି ଭେଣ୍ଟିଲେଟରରେ ଥିଲେ ଏବଂ ନିରନ୍ତର ଅମ୍ଳଜାନ ଯୋଗାଣର ଆବଶ୍ୟକତା ଥିଲା। ଜାକିର ହୁସେନ୍ ହସ୍ପିଟାଲ୍ ହେଉଛି ଏକ କୋଭିଡ୍ ହସ୍ପିଟାଲ୍‌। ପ୍ରାୟ ୧୫୦ ରୋଗୀ ଅମ୍ଳଜାନ କିମ୍ବା ଭେଣ୍ଟିଲେଟର ଉପରେ ନିର୍ଭରଶୀଳ ଥିଲେ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସରକାର ଏହି ଘଟଣାର ଅନୁଧ୍ୟାନ କରିବେ ଏବଂ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ।

ତଦନ୍ତ ଶେଷ ହେବା ପରେ ଆମେ ଏକ ବିବୃତ୍ତି ପ୍ରଦାନ କରିବୁ ବୋଲି ମଧ୍ୟ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *