ଏହି ଜିନିଷକୁ ବ୍ୟବହାର କରନ୍ତୁ ରୁପି ଦୂରେଇଯିବ, ଜୀବନରେ ଆଉ କେବେ ହେବେ ନାହିଁ ଉକୁଣୀ

Top Storise ଜୀବନଚର୍ଯ୍ୟା

ବ୍ୟୁରୋ : ଆଜିର ସମୟରେ ରୁପି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଯାହାକୁ ନେଇ ଅନେକ ଲୋକେ ଚିନ୍ତିତ ହୋଇପଡିଛନ୍ତି । ରୁପି ସମସ୍ୟାର ସମାଧାନ ପାଇଁ ସମସ୍ତେ ଚିନ୍ତିତ ଥାନ୍ତି । ଆଜି ଆମେ ଏମିତି କିଛି ସମାଧାନର ବାଟ କହିବାକୁ ଯାଉଛୁ ଯାହା ଆପଣେଇ ଆପଣ ଆପଣଙ୍କ ରୁପିକୁ ଦୂର କରିବା ସହିତ ନିଜ ମୁଣ୍ଡରେ ଥିବା ଉଁଙ୍କୁଣୀଙ୍କୁ ମଧ୍ୟ ଦୂର କରିପାରିବେ। ଯେତେବେଳେ ଶିତ ଋତୁ ଆସେ ସେତେବେଳେ ଆମ ଚୁଟିରେ ରୁପି ହୋଇଯାଇଥାଏ କାହିଁକି ନା ଏହି ଶିତ ଦିନରେ ଆମ ମୁଣ୍ଡର ଚର୍ମ ଶୁଖିବାକୁ ଲାଗିଥାଏ। ଏହି ଚର୍ମ ଶୁଖିଯିବ ପରେ ମୁଣ୍ଡରୁ ଛାଡ଼ି ଯାଇ ତାହା ଆମ ଚୁଟିରେ ଲଗାଯାଇଥାଏ ଯାହାକୁ କି ଆମେ ରୁପି କହିଥାଉ। ଏହି ରୁପି ପ୍ରାୟତଃ ଶିତ ଦିନରେ ବହୁତ୍ ଲୋକମାନଙ୍କର ହୋଇଥାଏ।

ବହୁତ ସମୟ ନିଜର ରୁପିକୁ ଲୁଚାଇବା ପାଇଁ ବହୁତ୍ ଲୋକ ମାନେ ମଧ୍ୟ ଟୋପି ପିନ୍ଧିଥାନ୍ତି । ଏମିତିବି ବହୁତ୍ ସମୟ ଆମକୁ ଏହା ଜଣା ନଥାଏ କି ଆମ ମୁଣ୍ଡରେ ବହୁତ୍ ବହୁତ୍ ରୁପି ହୋଇଛି ବୋଲି ଏବଂ ଆମ ବାହାରେ ବହୁତ୍ ଲଜ୍ଜିତ ହେବାକୁ ପଡିଥାଏ। ଏହି ରୁପି ହେବାର ମଧ୍ୟ ଆହୁରି ଅନେକ କାରଣ ରହିଛି ଯେମିତିକି ଶିତ ଦିନରେ ଗରମ ପାଣିରେ ଗାଧୋଇବା। ଶୀତ ଦିନରେ ଯଦି ଗରମ ପାଣିରେ ଗାଧୋଇବା ତାହେଲେ ଆପଣଙ୍କ ମୁଣ୍ଡ ର ଚର୍ମ ଅଧିକ ଶୁଖିଯାଇଥାଏ ଏବଂ ଆପଣଙ୍କ ମୁଣ୍ଡରେ ରୁପି ହୋଇଥାଏ। ଆଉ ଯଦି ଆପଣ କୌଣସି ବ୍ୟକ୍ତି ପାଖରେ ସୋଇଛନ୍ତି ଏବଂ ସେହି ବ୍ୟକ୍ତି ମୁଣ୍ଡରେ ଉଁଙ୍କୁଣି ଅଛି ତାହେଲେ ଆପଣଙ୍କ ମୁଣ୍ଡରେ ବି ଉନଙ୍କୁଣି ହୋଇଯିବ। ବହୁତ ସମୟ ମୁଣ୍ଡରେ ରୁପିର ମାତ୍ରା ଅଧିକ ହୋଇଗଲେ କିମ୍ବା ମୁଣ୍ଡରେ ଉନଙ୍କୁଣୀ ଅଧିକ ହୋଇଗଲେ ଆମ ମୁଣ୍ଡ ଖାଲି କୁଣ୍ଡେଇ ହେବାକୁ ଲାଗିଥାଏ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କ ଏହି ସମସ୍ୟା ପାଇଁ ଏକ ଏପରି ଉପାୟ ନେଇ ଆସିଚୁ ଯାହାର ବ୍ୟବହାର କେବଳ ଦୁଇ ଥର କରିବା ଦ୍ଵାରା ଆପଣଙ୍କ ମୁଣ୍ଡରୁ ରୁପି ଏବଂ ଉଁଙ୍କୁନୀ ସବୁ ଦୂରେଇ ଯାଇଥାଏ। ତେବେ ଆସନ୍ତୁ ଜାଣିବା କିପରି ଏହି ଉପାୟଟିକୁ ପ୍ରସ୍ତୁତ କରି ବ୍ୟବହାର କରିବାକୁ ହେବ।ତେବେ ପ୍ରଥମେ ଆପଣ ଏକ ଖାଲି ପାତ୍ର ନିଅନ୍ତୁ।ଏହାପରେ ଆପଣ ଏକ ଗ୍ଲାସ ପାଖା ପାଖି ପାଣି ସେହି ପାତ୍ରରେ ନିଅନ୍ତୁ। ଏଥିରେ ଆପଣ ନିଜ ଘରେ ଉପଲବ୍ଧ ଥିବା ଯେ କୌଣସି ପ୍ରକାରର ସଂପୁକୁ ବ୍ୟବହାର କରିପାରିବେ।ଆପଣ ନିଜ ଘରେ ପ୍ରତିଦିନ ଯେଉଁ ସାମ୍ପୋର ବ୍ୟବହାର କରୁଥିବେ ସେହି ଶାମ୍ପୋର ବ୍ୟବହାର କଲେ ଭଲ। ଏହାପରେ ଆପଣଙ୍କ ଚୁଟିକୁ ସଫା କରିବା ପାଇଁ ଆପଣଙ୍କୁ ଯେତିକି ସାମ୍ପୁର ଆବଶ୍ୟକ ସେତିକି ସାମ୍ପୂ ନେଇ ସେହି ପାଣିରେ ପକାଇ ଦିଅନ୍ତୁ। ସାଂପୁକୁ ସେଥିରେ ପକାଇବା ପରେ ଏକ ଚାମଚ୍ ସାହାଯ୍ୟରେ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତେବେ ଆମେ ପାଣିରେ ସାମ୍ପୁକୁ ଗୋଳାଇ ଭଲ ଭାବରେ ମିଶାଇ ଦେଲେ।

ତାହା ପରେ ଆପଣଙ୍କୁ ଏକ ପାଉଡର ନେବାକୁ ପଡିବ ସେହି ପାଉଡର ଟି ହେଉଛି ଫିଟିକିରି। ଯାହାକୁ ଆପଣଙ୍କ ଘର ପାଖ ରାସାୟନିକ ଦୋକାନରେ ଅତି ସହଜରେ ମିଳିଯାଏ। ଏହା ସେହି ଫିଟିକିରି ଯାହାକି ଦାଢ଼ି ଏବଂ ନିଶ କାଟିବା ସମୟରେ ବ୍ୟବହାରରେ ଆସିଥାଏ। ଏହା ଭିତରେ ଏକ ଏପରି ତତ୍ତ୍ଵ ରହିଥାଏ ଯାହାକି ଆମ ରୁପିକୁ ଦୂର କରିବା ସହିତ ଆମ ମୁଣ୍ଡରୁ ଉଁଙ୍କୁଣୀ ବାହାର କରିଦେଇଥାଏ । ଏହାପରେ ଆପଣ ତାହାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଆପଣ ଏକ ଚାମଚ୍ ସାହାଯ୍ୟରେ ସେଥିରୁ ଅଧା ଚାମଚ୍ ନେଇ ସେହି ସାମ୍ପୁ ମିଶା ହୋଇଥିବା ପାଣିରେ ପକାଇ ଦିଅନ୍ତୁ। ଏହାପରେ ତାହାକୁ ସେହି ଚାମଚ୍ ସାହାଯ୍ୟରେ ଭଲ ଭାବରେ ଗୋଳାଇ ସେଥିରେ ମିଶାଇ ଦିଅନ୍ତୁ। ଏହାପରେ ତାହା ମିଶିଯିବା ପରେ ତାହାକୁ ନେଇ ନିଜର ଚୁଟିରେ ଲଗାନ୍ତୁ। ନିଜର ଚୁଟିରେ ଲଗାଇବା ପରେ ଆପଣ ୧୦ ମିନିଟ୍ ପର୍ଯ୍ୟନ୍ତ ତାହାକୁ ନିଜର ଚୁଟିରେ ଲଗାଇ ରଖନ୍ତୁ ଏବଂ ଏହାପରେ ନିଜର ଚୁଟିକୁ ଧୋଇ ଦିଅନ୍ତୁ। ଯଦି ଏହି ଉପାୟକୁ ଆପଣ ଏକ ସପ୍ତାହରେ କେବଳ ଦୁଇ ଥର କରି ବ୍ୟବହାର କରିବେ ତାହେଲେ ଆପଣଙ୍କ ମୁଣ୍ଡରୁ ରୂପି ଦୂର ହେବ ସହ ଆପଣଙ୍କ ମୁଣ୍ଡରୁ ଉଁଙ୍କୁଣୀ ବି ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *