ଦୃଷ୍ଟିଶକ୍ତି ବଢିବାର ଉପାୟ

Top Storise ଜୀବନଚର୍ଯ୍ୟା ସମ୍ପାଦକୀୟ

ଆଜିକାଲି ଛୋଟ ପିଲାମାନଙ୍କ ଆଖିରେ ବିଭିନ୍ନ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ହୋଇଗଲାଣି। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଛୋଟବେଳୁ ପିଲାମାନଙ୍କୁ ଚଷମା ବ୍ୟବହାର କରିବାକୁ ପଡ଼ୁଛି। କେତେକ କ୍ଷେତ୍ରରେ ଦେଖାଯାଉଛି, ପିଲାମାନେ ବଡ଼ ହେବା ପରେ ମଧ୍ୟ ଏହି ସମସ୍ୟାରୁ ମୁକୁଳିପାରୁ ନାହାନ୍ତି । ଫଳରେ ସାରା ଜୀବନ ସେମାନଙ୍କୁ ଚଷମା ବ୍ୟବହାର କରିବାକୁ ପଡ଼ୁଛି। ଏହି ସମସ୍ୟା ସାଧାରଣତଃ ଭିଟାମିନ୍‌ ସି’ ଓ ଇ’ ଅଭାବରୁ ଦେଖାଦେଇଥାଏ। ପିଲାମାନଙ୍କର ଖାଦ୍ୟପେୟ ଉପରେ ଗୁରୁତ୍ୱ ଦିଆଗଲେ, ହୁଏତ ଏହି ସମସ୍ୟାକୁ କେତେକାଂଶରେ ଏଡ଼ାଇ ଦିଆଯାଇ ପାରିବ। ଗବେଷଣାରୁ ଦେଖାଯାଇଛି ଯେ ଯେଉଁ ଖାଦ୍ୟରେ ଭିଟାମିନ୍ ସି, ଲ୍ୟୁଟିନ୍ ଓ ଜେକ୍ସାନଥିନ୍‌ ରହିଥାଏ ସେଗୁଡ଼ିକ ଆମ ଆଖିର ସୁସ୍ଥତା ଓ ଦୃଷ୍ଟିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ଲ୍ୟୁଟିନ୍ ଓ ଜେକ୍ସାନଥିନ୍‌ ଆମ ଶରୀରରେ ତିଆରି ହୋଇପାରି ନ ଥାଏ । ତେଣୁ ଶରୀରର ଏହି ଅଭାବ ପୂରଣ ପାଇଁ ଆମକୁ ଖାଦ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଏହି ସବୁ ଖାଦ୍ୟ ୪୦ ବର୍ଷ ପରେ ମଧ୍ୟ ଆମର ଦୃଷ୍ଟିଶକ୍ତି ବଜାୟ ରଖିବାରେ ସହାୟକ ହୋଇଥାଏ ।

ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଆମ ଦୃଷ୍ଟିଶକ୍ତି ବୃଦ୍ଧି ପାଏ

  • ମକା- ମକା କେବଳ ପାଟିକୁ ସ୍ୱାଦିଷ୍ଟ ଲାଗି ନଥାଏ, ଏହା ଆମ ଆଖି ପାଇଁ ମଧ୍ୟ ବେଶ୍‌ ଉପକାରୀ । ଜର୍ଣ୍ଣାଲ ଅଫ୍‌ ଏଗ୍ରିକଲ୍‌ଚର୍‌ ଫୁଡ୍‌ ଏଣ୍ଡ କେମେଷ୍ଟ୍ରି ରିସର୍ଚ୍ଚରୁ ଜଣାଯାଇଛି ଯେ, ମକା ଖାଇବା ଦ୍ୱାରା ଆମକୁ ପ୍ରଚୁର ପରିମାଣରେ ଲ୍ୟୁଟିନ୍‌ ଓ ଜିକ୍ସାନଥିନ୍ ମିଳିଥାଏ । ଲ୍ୟୁଟିନ୍‌ ଓ ଜିକ୍ସାନଥିନ୍ ଦୃଷ୍ଟିଶକ୍ତି ବଢ଼ାଇବା ସଙ୍ଗେ ସଙ୍ଗେ ସହ ଆମ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଆଉ ଏକ ବଡ଼ କଥା ହେଉଛି ଏହାକୁ ସିଝାଇ ଖାଇଲେ ଏଥିରେ ଥିବା ଲ୍ୟୁଟିନ୍‌ ଓ ଆଣ୍ଟି ଅକ୍ସିଡେଣ୍ଟ ପରିମାଣ ବଢ଼ିଯାଏ ।
  • ପାଳଙ୍ଗ- ଗୋଟିଏ କପ୍‌ ପାଳଙ୍ଗ ପତ୍ରରେ ୨୦.୪ ପ୍ରତିଶତ ଲ୍ୟୁଟିନ୍ ଓ ଜେକ୍ସାନଥିନ୍‌ ରହିଥାଏ। ଯାହାକି ଆମ ଶରୀର ସହିତ ଆଖିକୁ ମଧ୍ୟ ସୁସ୍ଥ ରଖିଥାଏ । ଏହାକୁ ଆମେ ସ୍ୟାଣ୍ଡ୍‌ଉଇଚ୍ ଓ ସାଲାଡ୍‌ରେ ମଧ୍ୟ ଖାଇ ପାରିବା।
  • ବ୍ରୋକୋଲି- ବ୍ରୋକୋଲି ଖାଇବା ଦ୍ୱାରା ଆମକୁ ପ୍ରଚୁର ପରିମାଣର ଭିଟାମିନ ସି’ ମିଳିଥାଏ। ଏହା ସହିତ ଏଥିରେ ଆଖିକୁ ଶକ୍ତି ଦେଲା ଭଳି ବିଟା-କାରୋଟିନ୍‌ ସହତ ଲ୍ୟୁଟିନ୍‌ ଓ ଜେକ୍ସାନଥିନ୍‌ ରହିଥାଏ।
  • ଅଣ୍ଡା- ମଣିଷ ଶରୀର ପାଇଁ ଅଣ୍ଡା ଅନେକ ପୋଷକତତ୍ତ୍ୱ ଯୋଗାଇଥାଏ । ଅଣ୍ଡା ଖାଇବା ଦ୍ୱାରା ଆମକୁ ନ୍ୟୁଟିନ୍‌, ଲ୍ୟୁଟିନ୍‌, ଭିଟାମିନ୍‌ ଇ’ ଓ ଓମେଗା ୩ ମିଳିଥାଏ।
  • କମଳା- କମଳାରେ ଭିଟାମିନ୍‌ ସି ଭରପୂର୍ ମାତ୍ରାରେ ମିଳିଥାଏ। ଯାହାକି ଆମ ଆଖିର ତନ୍ତୁ ପାଇଁ ଆବଶ୍ୟକ ହୋଇଥାଏ।

Leave a Reply

Your email address will not be published. Required fields are marked *