କେଉଁ ଅଭ୍ୟାସ ମଣିଷକୁ କାଙ୍ଗାଳ କରେ? ଏହାର ସମାଧାନ କଣ, ଜାଣନ୍ତୁ…

Top Storise ଜୀବନଚର୍ଯ୍ୟା

ଭୁବନେଶ୍ୱର : ବେଳେବେଳେ ଏମିତି ସମୟ ଆସେ ଆମେ କର୍ମ କରିଚାଲୁ ହେଲେ ସୁଫଳ ମିଳେନାହିଁ । ନିଜ ସମୟ ଠାରୁ ଅଧିକ ପରିଶ୍ରମ କରୁ ହେଲେମଧ୍ୟ ଟଙ୍କାର ଘୋର ଅଭାବ ଦେଖାଦେଇଥାଏ । ଘନିଷ୍ଠ ମିତ୍ର ସବୁ ଦୁରକୁ ଦୁରକୁ ଚାଲିଯାଇଥାନ୍ତି । ଶତ୍ରୁ ବଢିଯାନ୍ତି । ଦୁଃଖ କଷ୍ଟ ଦ୍ୱିଗୁଣିତ ହୋଇଯାଏ । ତେବେ ଏପରି ସମସ୍ୟା କାହିଁକି ଦେଖାଦିଏ? କଣ କଲେ ଏ ସବୁରୁ ନିବୃତ ରହିବେ ସେ ନେଇ ଜ୍ୟୋତିର୍ବିତ ପିଙ୍କୁ ଦାସ କଣ କହିଛନ୍ତି ପଢନ୍ତୁ ।

ଯେଉଁମାନଙ୍କର ସବୁ ଏଠି ସେଠି ଛେପ ପକାଇବାର ଖରାପ ଅଭ୍ୟାସ ଥାଏ ସେମାନଙ୍କୁ କେବେ ମାନ ସମ୍ମାନ ପ୍ରାପ୍ତ ହୋଇନଥାଏ । ଏବଂ ମିଳିଥିବା ସମ୍ମାନ ସବୁ ନଷ୍ଟ ହୋଇଥାଏ । ତେଣୁ ଉପଯୁକ୍ତ ସ୍ଥାନରେ ଛେପ ପକାଇବା ଉଚିତ । ଯେଉଁମାନଙ୍କୁ ଖାଇ ସାରିବା ପରେ ଅଇଁଠା ବାସନ ଛାଡିବା ଅଭ୍ୟାସ ଥାଏ ସେମାନଙ୍କୁ ମିଳିଥିବା ସଫଳତା ଜଲଦି ନଷ୍ଟ ହୋଇ ଯାଇଥାଏ କିମ୍ବା ସଫଳତା ପାଇଁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ ।

ଯେଉଁମାନଙ୍କର ସୂର୍ଯ୍ୟ ଉଦୟ ସମୟରେ, ସୂର୍ଯ୍ୟ ଅସ୍ତ ସମୟରେ ଏବଂ ଦିନ ବାରଟାରେ, ଖାଇବା, ଶୋଇବା, କିମ୍ବା ଝଗଡା କରିବାର ଅଭ୍ୟାସ ଥାଏ ସେମାନଙ୍କର ଦୁର୍ଭାଗ୍ୟ ଏବଂ ଦରିଦ୍ରତା ବୃଦ୍ଧି ହୋଇଥାଏ । ଯେଉଁମାନେ ଦାନ୍ତରେ ନଖ ଛିଡାନ୍ତି ଏବଂ ଖାଇସାରିବା ପରେ ଥାଳିରେ ହାତ ଧୋଇବାର ଖରାପ ଅଭ୍ୟାସ ଥାଏ ଏହା ସେମାନଙ୍କର ଦରିଦ୍ରତାର କାରଣ ହୋଇଥାଏ ।

ସେହିପରି ଯେଉଁମାନଙ୍କର ଅମାବାସ୍ୟା ଦିନ ମଦ ଓ ମାଂସ ଖାଇବାର ଅଭ୍ୟାସ ଥାଏ ସେମାନଙ୍କର ବହୁତ ଜଲଦି ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ ଏବଂ ଦରିଦ୍ରତା ବୃଦ୍ଧି ପାଇଥାଏ । ପରିବାରରେ ବାହାରୁ ଆସିଥିବା ଲୋକଙ୍କୁ ସ୍ୱଚ୍ଛ ପାଣି ପିଇବାକୁ ଦିଆଯାଇଥାଏ ସେ ପରିବାର ପ୍ରତି ରାହୁଙ୍କ ଅଶୁଭ ପ୍ରଭାବ ପଡିନଥାଏ ଏବଂ ପରିବାରର ମଙ୍ଗଳ ହୋଇଥାଏ ।

ଯେଉଁମାନଙ୍କର ମଙ୍ଗଳବାର, ଗୁରୁବାର, ଶନିବାର, ଏକାଦଶୀ, ଅମାବାସ୍ୟା, ଚତୁର୍ଦ୍ଦଶୀ, ପୂର୍ଣ୍ଣିମାରେ ବାଳ କାଟିବାର ଅଭ୍ୟାସ ଥାଏ ସେମାନଙ୍କୁ ଘୋର ଦୁଃଖ ଦାରିଦ୍ର୍ୟତା ପ୍ରାପ୍ତ ହୋଇଥାଏ ।

ଖାଇବା ସମୟରୁ ଖାଦ୍ୟ ପଦାର୍ଥରେ ଚୁଟି ବାହାରିଲେ ଏହା ଅମଙ୍ଗଳ ହୋଇଥାଏ ଏବଂ ରୋଗର କାରଣ ମଧ୍ୟ ହୋଇଥାଏ । ଯେଉଁମାନଙ୍କର ଚୁଟି ନ ବାନ୍ଧି ଖୋଲା ରଖିବାର ଖରାପ ଅଭ୍ୟାସ ଥାଏ ତାହା ସେମାନଙ୍କ ପାଇଁ ଅଶୁଭ ହୋଇଥାଏ । ଏବଂ ଚୁଟି ବାନ୍ଧିକରି ରଖିଲେ ଚେହେରାରେ ଚମକ ଆସିଥାଏ । ଘରେ ଠାକୁର ପୂଜା କରିଲାବେଳେ ସ୍ତ୍ରୀ କିମ୍ବା ପୁରୁଷ ମାନେ ଚୁଟି ଖୋଲା ରଖିବା ଅଶୁଭ ହୋଇଥାଏ । ଯେଉଁମାନଙ୍କର ରାତିରେ ମୁଣ୍ଡ କୁଣ୍ଡାଇବାର ଖରାପ ଅଭ୍ୟାସ ଥାଏ । ତାହା ସେମାନଙ୍କ ପାଇଁ ଅମଙ୍ଗଳ ହୋଇଥାଏ ।

ମୁଣ୍ଡ କୁଣ୍ଡାଇବା ବେଳେ କାଠ ପାନିଆ ବ୍ୟବହାର କରନ୍ତୁ । ମୁଣ୍ଡ କୁଣ୍ଡାଇବା ବେଳେ ହାତରୁ ଯଦି ପାନିଆ ଖସିଯାଏ ତେବ ତାହା ଅଶୁଭ ହୋଇଥାଏ । କାନରେ ଚୁଟି ଉଠିବା ବି ବହୁତ ଅଶୁଭ ହୋଇଥାଏ । ଯେଉଁମାନଙ୍କର ଗରମ ପାଣିରେ ଗାଧୋଇବାର ଅଭ୍ୟାସ ଥାଏ ସେମାନଙ୍କର ବାଳ ଝଡ଼ିବା ସହ ଆଖିକୁ ନ ଦେଖାଯିବାର ସମ୍ଭାବନା ରହିଥାଏ ।

ଯେଉଁମାନେ ଘରେ ଲାଗିଥିବା ଗଛକୁ ସକାଳେ ସନ୍ଧ୍ୟାରେ ପାଣି ଦିଅନ୍ତି ସେମାନଙ୍କର ସବୁ ସମସ୍ୟା ସହିତ ଲଢ଼ିବାର ଶକ୍ତି ଆସିଥାଏ ଏବଂ ସେମାନଙ୍କର ଅବସାଦ ଚିନ୍ତା ସବୁ ଦୂରେଇ ଯାଇଥାଏ । ଯେଉଁଲୋକ ମାନଙ୍କର ବାହାରୁ ଆସି ଜୋତା ଚପଲ ଓ ମୌଜା ଏଠି ସେଠି ପକାଇବାର ଖରାପ ଅଭ୍ୟାସ ଥାଏ ସେମାନଙ୍କର ଶତ୍ରୁ ବଢ଼ିଥାଏ । ଯେଉଁମାନଙ୍କର ସକାଳୁ ଉଠିବା ପରେ ସେଜ ଅସଜଡ଼ା ରଖିବାର ଖରାପ ଅଭ୍ୟାସ ଥାଏ ସେମାନେ ଦିନ ସାରା ଅଶାନ୍ତି ରୁହନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଅଶାନ୍ତି କରିଥାନ୍ତି।

ଗାଧୋଇବା ସମୟରେ ଏବଂ ବାହାରୁ ଆସିଲା ପରେ ପାଦକୁ ଭଲକରି ଧୋଇବା ଉଚିତ ଏହାଦ୍ବାରା ମନସ୍ଥିର ହୋଇଥାଏ, ମନର ଶକ୍ତି ବୃଦ୍ଧି ହୋଇଥାଏ ଓ କ୍ରୋଧ କମିଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *